/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652929335.jpg)
LPG Price Hiked Again
ପୁଣି ବଢିଲା ଗ୍ୟାସ ଦର । ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ । ବଢ଼ିଲା ଘରୋଇ ଗ୍ୟାସ୍ ସିଲିଣ୍ଡର ଦର । ୧୪.୨ କେଜି ଘରୋଇ LPG ସିଲିଣ୍ଡର ଦର ୫୦ ଟଙ୍କା ବଢ଼ିଲା । ଏଥିସହ ଦିଲ୍ଲୀରେ ଆଜିଠୁ ଏଲ୍ପିଜି ସିଲିଣ୍ଡର ଦର ୧୦୫୩ ଟଙ୍କାରେ ପହଞ୍ଚିଛି । ୫ କେଜି ଏଲ୍ପିଜି ସିଲିଣ୍ଡର ଦର ୧୮ ଟଙ୍କା ବଢ଼ିଛି । ହେଲେ ୧୯ କେଜି କମର୍ସିଆଲ ଗ୍ୟାସ ସିଲିଣ୍ଡର ଦର ୮ ଟଙ୍କା ୫୦ ପଇସା କମିଛି ।
Advertisment
ତେବେ ଜୁଲାଇ ୧ ତାରିଖରେ ମଧ୍ୟ କମିଥିଲା କମର୍ସିଆଲ୍ LPG ଗ୍ୟାସ୍ ସିଲିଣ୍ଡର ଦାମ୍ । ଗତ ମାସରେ ତୈଳ କମ୍ପାନୀ ଗୁଡ଼ିକ କମର୍ସିଆଲ୍ LPG ସିଲିଣ୍ଡର ଦାମ୍ କମ୍ କରିଥିବା ବେଳେ ଚଳିତ ମାସ ଆରମ୍ଭରୁ ପୁଣି ଏହି ଦାମ୍ ହ୍ରାସ ପାଇଥିଲା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)