Advertisment

ସାଧାରଣଜନତାଙ୍କ ଉପରେ ଆଉ ଏକ ମହଙ୍ଗା ମାଡ଼, ପୁଣି ବଢ଼ିଲା LPG ସିଲିଣ୍ଡର ଦାମ୍‌

ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ଘଟି ଥିବାବେଳେ କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
LPG Price Hiked Again

LPG Price Hiked Again

ପୁଣି ବଢ଼ିଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌। ଘରୋଇ LPG ସିଲିଣ୍ଡର ପିଛା ୩ ଟଙ୍କା ୫୦ ପଇସା ବୃଦ୍ଧି ପାଇଛି। ସେହିପରି କମର୍ସିଆଲ୍‌ LPG ସିଲିଣ୍ଡର ଦାମ୍‌ରେ ୮ ଟଙ୍କା ବୃଦ୍ଧି ଘଟିଛି। ମାସକ ମଧ୍ୟରେ ଦ୍ୱିତୀୟ ଥର ପାଇଁ LPG ସିଲିଣ୍ଡର ଦାମ୍‌ ବୃଦ୍ଧି ହୋଇଛି। 

Advertisment

ଦାମ୍‌ ବୃଦ୍ଧି ପରେ ଘରୋଇ LPG ସିଲିଣ୍ଡର ଦାମ୍‌ ଅନେକ ସହରରେ ବର୍ତ୍ତମାନ ୧,୦୦୦ ଟଙ୍କାରେ ପହଞ୍ଚିଛି। ଦିଲ୍ଲୀ ଓ ମୁମ୍ବାଇରେ ଏଲ୍‌ପିଜି ସିଲିଣ୍ଡର ଦାମ୍‌ ୧,୦୦୩ ଟଙ୍କା ହୋଇଥିବା ବେଳେ କୋଲକାତାରେ ୧,୦୨୯ ଟଙ୍କା, ଚେନ୍ନାଇରେ ୧,୦୧୮ ଟଙ୍କା ୫ ପଇସା ରହିଛି। 

ସୂଚନାଥାଉ କି, ଏହା ପୂର୍ବରୁ ମେ’ ୭ରେ ୧୪.୨ କିଲୋ ଘରୋଇ ଏଲ୍‌ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିଲା। କମର୍ସିଆଲ୍‌ ସିଲିଣ୍ଡର ଦାମ୍‌ ମଧ୍ୟ ବୃଦ୍ଧି ପାଇଥିଲା। 

Advertisment
LPG Cylinder LPG Price Hike LPG Cylinder Price Hike LPG Cylinder Price
Advertisment
Advertisment