/odishatv-khabar/media/post_attachments/uploadimage/library/16_9/16_9_0/IMAGE_1647921808.jpg)
Domestic LPG cylinder price hiked by Rs 50
ଗତ କିଛିଦିନ ଧରି ପେଟ୍ରୋଲ ଓ ଡିଜେଲ ଦର ମହଙ୍ଗା ହୋଇଥିବା ବେଳେ ଗ୍ୟାସ୍ ଦର ଲୋକଙ୍କୁ କନ୍ଦାଉଛି। ଏଭଳି ଗୋଟିଏ ପରେ ଗୋଟିଏ ସାଧାରଣଜନତାଙ୍କ ଉପରେ ମହଙ୍ଗା ମାଡ଼ ହେଉଛି। ଏସବୁ ଭିତରେ ପୁଣି LPG ସିଲିଣ୍ଡର ଦାମ୍ ବଢ଼ିଛି।
Advertisment
୧୪.୨ କିଲୋ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଛି। ଫଳରେ ସିଲିଣ୍ଡର ପିଛା ଦର ୧୦୦୦ ଟଙ୍କା ପାର୍ କରିଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ଏହାର ଦାମ୍ ୯୯୯ ଟଙ୍କା ୫୦ ରହିଛି।
ସେହିପରି LPG ଦର ଏବେ ଓଡ଼ିଶାରେ ସିଲିଣ୍ଡର ପିଛା ୧,୦୨୬ ଟଙ୍କାକୁ ବୃଦ୍ଧି ପାଇଛି। ଏହି ନୂଆ ଦର ଆଜିଠାରୁ ଲାଗୁ ହୋଇଛି। ଏଣିକି ଗ୍ରାହକ ୧୪.୨ କିଲୋ ସିଲିଣ୍ଡର ୧,୦୨୬ ଟଙ୍କା ଦେଇ କିଣିବେ।
Advertisment
ସୂଚନାଥାଉ କି, ଗତ ମାର୍ଚ୍ଚ ୨୨ରେ ଏଲ୍ପିଜି ସିଲିଣ୍ଡର ୫୦ ଟଙ୍କା ବୃଦ୍ଧି ପାଇଥିଲା। ଗତ ବର୍ଷକ ମଧ୍ୟରେ ଘରୋଇ ଏଲ୍ପିଜି ଗ୍ୟାସ୍ ସିଲିଣ୍ଡର ପାଖାପାଖି ୨୦୦ ଟଙ୍କା ବୃଦ୍ଧି ହୋଇସାରିଲାଣି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)