Advertisment

ଆଶ୍ଚର୍ଯ୍ୟ ! ! ! ମୃତ୍ୟୁର ୬ ମାସ ପରେ ବାହା ହେଲେ ପ୍ରେମୀ ଯୁଗଳ !

ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lovers Die By Suicide, Families Get Their Statues Married

lovers die by suicide, families get their statues married

ମୃତ୍ୟୁ ପରେ ବାହାଘର। କିନ୍ତୁ ଏହା କ’ଣ ସମ୍ଭବ ? ହଁ, ଏହା ସମ୍ଭବ । ଆମ କଥା ଆପଣଙ୍କୁ ଚଳଚ୍ଚିତ୍ରର କାହାଣୀ ଭଳି ଲାଗୁଥିବ। କିନ୍ତୁ ଏହା ଏକ ବାସ୍ତବ ପ୍ରେମ କାହାଣୀ, ଯାହା ଆପଣ ନପଢ଼ିଲେ ହୁଏତ ବିଶ୍ୱାସ କରିପାରିବେନି।  

Advertisment

ପ୍ରେମିକ ଗଣେଶ ଓ ପ୍ରେମିକା ରଂଜନା। ଗୁଜରାଟର ଟପିରେ ଉଭୟ ରୁହନ୍ତି। ଏମାନେ ଦୂର ସମ୍ପର୍କୀୟ। କୌଣସି ଏକ ସଂଯୋଗରେ ଏମାନେ ପରସ୍ପରକୁ ଭଲ ପାଇବସନ୍ତି। ଏମିତିକି ବିବାହ କରିବାକୁ ନିଷ୍ପତ୍ତି ମଧ୍ୟ ନିଅନ୍ତି। କିନ୍ତୁ ସବୁ କିଛି ବିଗିଡ଼ି ଯାଏ, ଯେତେବେଳେ ପ୍ରେମିକାର ଜେଜେ ଏହି ବିବାହରେ ଅସହମତ ହୁଅନ୍ତି। କାରଣ ସେମାନେ ଦୂର ସମ୍ପର୍କୀୟ। ଏହି କଥାକୁ ଆଳ କରି ଜେଜେ ଏହି ବିବାହରେ ଜମା ରାଜି ହେଲେ ନାହିଁ।

ଅଧିକ ପଢ଼ନ୍ତୁ: ମୃତ୍ୟୁର ୩୦ ବର୍ଷ ପରେ ହେଲା ବାହାଘର ! ଯୋଗଦେଲେ ସପରିବାର, ଦେଖନ୍ତୁ ଭିଡ଼ିଓ

Advertisment

ସମୟ ଗଡ଼ି ଚାଲିଲା। ଗଣେଶ ଓ ରଂଜନା ବିବାହ ପାଇଁ ଯେତେ ବୁଝାଇଲେ ବି ସଫଳ ହେଲେ ନାହିଁ। କୁହାଯାଏ ପ୍ରେମ ଚିର ଶାଶ୍ୱତ। ଦୁଇଟି ମନ ମିଶିଯିବା ପରେ ଅଲଗା ହେବା ସହଜ କଥା ନୁହେଁ। ଏ ଦୁଇ ଜଣଙ୍କ ପାଇଁ ଠିକ୍ ସେଇୟା ହିଁ ହେଲା। ଏ ଦୁଇଜଣ ଯେତେବେଳେ ଆଉ ବିବାହ ସମ୍ଭବ ନୁହେଁ ବୋଲି ଜାଣିଲେ, ଆତ୍ମହତ୍ୟାକୁ ଶେଷ ପନ୍ଥା ଭାବେ ବାଛିନେଲେ।

ଏ ଘଟଣା ଜଣାପଡ଼ିବା ପରେ ଉଭୟ ପରିବାର ଅନୁତାପର ନିଆଁରେ ଜଳିବାକୁ ଲାଗିଲେ। ସାମାନ୍ୟ ଜିଦ୍ ଯୋଗୁ ଦୁଇ ଜଣଙ୍କ ଜୀବନ ଅକାଳରେ ଚାଲିଗଲା। ୟା ଭିତରେ ୬ ମାସ ଚାଲିଗଲା। କିନ୍ତୁ ଉଭୟ ପରିବାରର ମନ ବୁଝୁନଥାଏ। କ’ଣ କଲେ ପ୍ରେମୀଯୁଗଳଙ୍କ ଆତ୍ମା ଶାନ୍ତି ପାଇବ, ସେମାନେ ସେଇ କଥା ଚିନ୍ତା କରୁଥାଆନ୍ତି।  ଏଭଳି ପରିସ୍ଥିତିରେ ଭଭୟ ପରିବାର ବସି ନିଷ୍ପତ୍ତି କଲେ, ଯେମିତି ହେଲେବି ଗଣେଶ ଓ ରଂଜନାଙ୍କୁ ବିବାହ ଦେବେ। କିନ୍ତୁ ଏହା କ’ଣ ସଂଭବ ?ଶେଷରେ ସେଇୟା ହିଁ ହେଲା। ଉଭୟଙ୍କର ପ୍ରତିମୂର୍ତ୍ତି ତିଆରି ହେଲା ଏବଂ ଯଥାରୀତି ନୀତି ଅନୁସାରେ ଉଭୟଙ୍କର ବିବାହ ଉତ୍ସବ ଅନୁଷ୍ଟିତ ହେଲା। 

ସତରେ ମର୍ତ୍ତ୍ୟରେ ନହେଲେ ବି ସ୍ୱର୍ଗରେ ଏମାନେ ଏକାଠି ହେଲେ। ଏହି ବାହାଘର ଏକ ଭିନ୍ନ ପରିବେଶ ସୃଷ୍ଠି କରିଥିଲା। କାରଣ ଦୁଃଖର କଳା ବାଦଲ ଭିତରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା।      

Marriage
Advertisment
Advertisment