Advertisment

ମୃତ୍ୟୁର ୩୦ ବର୍ଷ ପରେ ହେଲା ବାହାଘର ! ଯୋଗଦେଲେ ସପରିବାର, ଦେଖନ୍ତୁ ଭିଡ଼ିଓ...

ନିଆରା ବିବାହ ଉତ୍ସବ । ମୃତ୍ୟୁର ୩୦ ବର୍ଷ ପରେ ବାହା ହେଲେ ଦମ୍ପତ୍ତି...

author-image
Otv Khabar Bureau
ଅଦ୍ୟତନ ହୋଇଛି
Man, Woman Get Married In Karnataka. 30 Years After Their Death.

Man, Woman Get Married In Karnataka. 30 Years After Their Death.

ମୃତ୍ୟୁ ପରେ ବି ବିବାହ । ଅଜବ ଲାଗୁଥିଲେ ବି କର୍ଣ୍ଣାଟକରେ ଦେଖିବାକୁ ମିଳିଛି ଏହି ନିଆରା ବିବାହ । ଏହା କୌଣସି ସାଧାରଣ ବିବାହ ନୁହେଁ ବରଂ ଏଥିରେ ଦୁଇ ମୃତ୍ୟ ବ୍ୟକ୍ତିଙ୍କ ବାହାଘର କରାଯାଇଛି । ବିବାହର ଭିଡ଼ିଓ ଏବେ ଖୁବ୍‌ ଭାଇରାଲ୍‌ ହେଉଛି । ଯାହାକୁ ନେଇ ସୋସିଆଲ୍ ମିଡିଆ ୟୁଜର୍ସ ଚକିତ ହୋଇଛନ୍ତି ।

Advertisment

କର୍ଣ୍ଣାଟକର ଡାକସିନା କନ୍ନଡ ଜିଲ୍ଲାରେ ଏହି ପାରମ୍ପରିକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଗତ ୩୦ ବର୍ଷ ପୂର୍ବେ ମୃତ୍ୟୁ ହୋଇଥିବା ଦମ୍ପତ୍ତିଙ୍କ ବିବାହ ହୋଇଥିଲା । ବିବାହରେ ପରିବାରର ସମସ୍ତ ସଦସ୍ୟ ତଥା ଅତିଥି ଯୋଗଦେବା ସହ ଭୋଜିଭାତ ଏବଂ ରୀତିନୀତି ଅନୁଯାୟୀ ବିବାହ ସମ୍ପର୍ଣ୍ଣ ହୋଇଥିଲା ।

ଘଟଣାକୁ ନେଇ ୟୁଟୁବର ଆନି ଅରୁଣ (YouTuber Anny Arun) ଏହି ଅଜବ ତଥା ନିଆରା ବିବାହର ପ୍ରତିଟି ମୂହୁର୍ତ୍ତର ଭିଡ଼ିଓ ଶେୟାର କରିଛନ୍ତି । ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ‘ମୁଁ ଆଜି ଏକ ବିବାହ ଉତ୍ସବରେ ଯୋଗ ଦେଉଛି। ଆପଣ ପଚାରିପାରିବେ କି କାହିଁକିଁ ଏହି ଭିଡ଼ିଓ ଟ୍ୱିଟ୍‌ କରାଯାଇଛି । ଗତ ୩୦ ବର୍ଷ ପୂର୍ବେ ବର ଓ କନ୍ୟାର ମୃତ୍ୟୁ ହୋଇଥିବାବେଳେ ଆଜି ସେମାନଙ୍କ ବିବାହ କରାଯାଉଛି ।’ ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ‘ସାଧାରଣ ବିବାହ ପରି ଏହି ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା । କେବଳ ପାର୍ଥକ୍ୟ ଥିଲା ବାସ୍ତବ ବର ଏବଂ କନ୍ୟା ବଦଳରେ କଣ୍ଢେଇ ରଖାଯାଇଥିଲା ।

Advertisment

କାହିଁକି ମୃତ୍ୟୁ ପରେ ବି ବିବାହ କରାଯାଏ :-

ପ୍ରେତ କଲ୍ୟାଣମ୍‌ (Pretha Kalyanam) ନାମକ ଏକ ପରମ୍ପରା ରହିଛି । ଯାହା ଏବେ ପର୍ଯ୍ୟନ୍ତ କର୍ଣ୍ଣାଟକ ଓ କେରଳର କିଛି ସ୍ଥାନରେ ପାଳନ କରାଯାଏ । ପରମ୍ପରା ଅନୁଯାୟୀ ଜନ୍ମ ସମୟରେ ମୃତ୍ୟୁବରଣ କରିଥିବା ଶିଶୁଙ୍କ ବିବାହ (marriage of the dead) ଉତ୍ସବ ପାଳନ କରାଯାଇଥାଏ । ତେବେ ସ୍ଥାନୀୟ ସମ୍ପ୍ରଦାୟ ଲୋକେ ସେମାନଙ୍କର ଆତ୍ମାକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ଏହି ପରମ୍ପରା ପାଳନ କରିଥାନ୍ତି ।

ଦକ୍ଷିଣ କର୍ଣ୍ଣାଟକରେ ପାଳନ କରାଯାଉଥିବା ପରମ୍ପରାକୁ ବର୍ଣ୍ଣନା କରି ମଧ୍ୟ ସେ ଏକ ଟୁଇଟ୍ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ‘ଏହା ଏକ ଗମ୍ଭୀର ପରମ୍ପରା। ଯେଉଁମାନେ ଜନ୍ମ ସମୟରେ ମୃତ୍ୟୁବରଣ କରିଥାନ୍ତି, ମୃତ୍ୟୁ ପରେ ସେମାନଙ୍କ ବିବାହ କରାଯାଇଥାଏ । ସାଧାରଣ ବିବାହ ଉତ୍ସବ ପରି ରୀତିନୀତି ମଧ୍ୟ ଅନୁଷ୍ଠିତ ହୋଇଥାଏ । ଫଳରେ ଦୁଇ ପରିବାର ପରସ୍ପରର ବିବାହ ବନ୍ଧନରେ ଆବଦ୍ଧ ହେବେ ।’

ଏହି କାର୍ଯ୍ୟକ୍ରମରେ ବରଯାତ୍ରୀ ସାମିଲ ହେବା ସହ ସାତଫେରା ଭଳି ରୀତିନିତୀ ମଧ୍ୟ ପାଳନ କରାଯାଇଥାଏ । ଯାହା ଏହି ଭିଡ଼ିଓରେ ବର୍ଣ୍ଣନା କରାଯାଇଛି :-

ଏହାସହ ସେ ଏକ ଟୁଇଟ୍‌ରେ ଲେଖିଛନ୍ତି, ‘ଶିଶୁ ଏବଂ ଅବିବାହିତ ଲୋକଙ୍କୁ ଏହି ବିବାହ ଦେଖିବାକୁ ଅନୁମତି ନାହିଁ । ’

କେବଳ ରୀତିନୀତି ନୁହେଁ, ଏକ ବଡ଼ ଭୋଜି ମଧ୍ୟ ହୋଇଥିଲା । ମେନୁରେ ମାଛ ତରକାରୀ, ଚିକେନ୍ ସୁକ୍କା, କଡଲେ ବାଲିଅର୍, ମଟନ୍ ଗ୍ରେଭି ସହିତ ଇଡଲି ପରି ଭଳିକି ଭଳି ଖାଦ୍ୟର ବ୍ୟାବସ୍ଥା କରାଯାଇଥିଲା ।

ୟୁଟୁବର ନିଜ ଶେଷ ପୋଷ୍ଟରେ କ୍ୟାପ୍‌ସନ୍ ଲେଖିଛନ୍ତି, ‘ବୋଧହୁଏ ପରବର୍ତ୍ତୀ ଜୀବନରେ ଏହି ଦମ୍ପତି ଖୁସିରେ ନିଜ 'ଜୀବନ' ବିତାନ୍ତି !’

Trending News
Advertisment
Advertisment