Advertisment

Anand Mahindra: ସପ୍ତାହରେ ୭୦-୯୦ ଘଣ୍ଟା କାମ କରିବାକୁ ନେଇ ନାରାୟଣଙ୍କୁ ଆନନ୍ଦଙ୍କ ଜବାବ; କହିଲେ, ‘ମୋ ସ୍ତ୍ରୀକୁ ଚାହିଁ ରହିବାକୁ ଭଲ ପାଏ’

ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହାର  ଚାବିକାଠି 'କାର୍ଯ୍ୟର ପରିମାଣ' ନୁହେଁ, ବରଂ କାର୍ଯ୍ୟର ଗୁଣବତ୍ତା ରହିବା ଆବଶ୍ୟକ ରହିଛି'।

Anand Mahindra's cheeky reply to 90-hour work week debate

Anand Mahindra's cheeky reply to 90-hour work week debate

Advertisment

ଘରୋଇ ଓ କର୍ପୋରେଟ ସେକ୍ଟରରେ କର୍ମଚାରୀଙ୍କ କାର୍ଯ୍ୟ ସମୟ କେତେ ହେବା ଦରକାର ? କେତେ ଘଣ୍ଟା ସପ୍ତାହକୁ କାମ କରିବା ଉଚିତ୍‌ ? ଏଭଳି ପ୍ରଶ୍ନକୁ ନେଇ ବିବାଦ ଦେଖା ଦେଇଥିବା ବେଳେ ଏହାର ଜବାବ ଦେଇଛନ୍ତି ଆନନ୍ଦ ମହିନ୍ଦ୍ରା। ମହିନ୍ଦ୍ରା ଗ୍ରୁପ୍ ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା ଶନିବାର କହିଛନ୍ତି ଯେ 'ବିକଶିତ ଭାରତ' ଲକ୍ଷ୍ୟ ହାସଲ କରିବାକୁ ହେଲେ ଏହାର  ଚାବିକାଠି 'କାର୍ଯ୍ୟର ପରିମାଣ' ନୁହେଁ, ବରଂ କାର୍ଯ୍ୟର ଗୁଣବତ୍ତା ରହିବା ଆବଶ୍ୟକ ରହିଛି'।

Advertisment

ଦିଲ୍ଲୀରେ 'ଡେଭଲପ୍ ଇଣ୍ଡିଆ ୟଙ୍ଗ୍ ଲିଡର୍ସ ଡାଏଲଗ୍ ୨୦୨୫' କାର୍ଯ୍ୟକ୍ରମରେ ଆନନ୍ଦ ମହିନ୍ଦ୍ରା କହିଥିଲେ ଯେ,‘ବିତର୍କ ଭୁଲ ଦିଗରେ ଯାଉଛି। ନାରାୟଣ ମୂର୍ତ୍ତି ଓ ଅନ୍ୟ କର୍ପୋରେଟ୍ ମାଲିକମାନଙ୍କ ପ୍ରତି ମୋର ବହୁତ ସମ୍ମାନ ଅଛି। ଆମେ କାମର ପରିମାଣ ଉପରେ ନୁହେଁ, କାମର ଗୁଣବତ୍ତା ଉପରେ ଧ୍ୟାନ ଦେବା ଉଚିତ। ତେଣୁ ଏହା ୭୦ କିମ୍ବା ୯୦ ଘଣ୍ଟା କାମ କରିବା ବିଷୟରେ ନୁହେଁ।’

Advertisment


ଅଧିକ ପଢନ୍ତୁ: ସପ୍ତାହରେ ୯୦ ଘଣ୍ଟା କାମକୁ ନେଇ ତେଜିଲା ବିବାଦ: ‘ସନ୍ ଡେ’ର ନାମ ବଦଳାଇ ‘ସନ୍-ଡ୍ୟୁଟି’ ହେଉ  

ଆନନ୍ଦ ମହିନ୍ଦ୍ରା ଆହୁରି କହିଛନ୍ତି ଯେ ଆପଣଙ୍କ କାମର ଫଳାଫଳ ଉପରେ ନିର୍ଭର କରେ ଏବଂ "ଆପଣ ୧୦ ଘଣ୍ଟା ମଧ୍ୟରେ ଦୁନିଆକୁ ବଦଳାଇ ପାରିବେ । ମୁଁ ମୋ ସ୍ତ୍ରୀକୁ ଚାହିଁ ରହିବାକୁ ଭଲ ପାଏ ମଧ୍ୟ ବୋଲି କହିଛନ୍ତି।

Advertisment

ତେବେ ଘରୋଇ ଏବଂ କର୍ପୋରେଟ ସେକ୍ଟରରେ କର୍ମଚାରୀଙ୍କ କାର୍ଯ୍ୟସମୟ କେତେ ବଢାଯାଇ ପାରିବ ତାକୁ ନେଇ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି । କିଛି ଦିନ ତଳେ ଇନଫୋସିସର ସହ ପ୍ରତିଷ୍ଠାତା ନାରାୟଣ ମୂର୍ତ୍ତି କହିଥିଲେ, ଯୁବ କର୍ମଚାରୀମାନେ ସପ୍ତାହରେ ଅତିକମରେ ୭୦ ଘଣ୍ଟା କାମ କରିବା ଦରକାର । ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏହି ଚର୍ଚ୍ଚାରେ ନିଆଁ ଲଗାଇ ଦେଇଥିଲେ । ସେ ଅନେକ ପାଦ ଆଗକୁ ଚାଲି ଯାଇଛନ୍ତି । ସେ କହିଛନ୍ତି, କର୍ମଚାରୀମାନେ ସପ୍ତାହରେ ୯୦ ଘଣ୍ଟା କାମ କରିବା ଦରକାର । ଏପରିକି ରବିବାର ଦିନ ବି କାମ କରିବା ଦରକାର ବୋଲି କହିଥିଲେ ଏଲ ଆଣ୍ଡ ଟି ଅଧ୍ୟକ୍ଷ ଏସ.ଏନ.ସୁବ୍ରମଣ୍ୟମ ।

ଅନ୍ୟପକ୍ଷେ ଏପରି ମନ୍ତବ୍ୟ ଦେଇ ସୁବ୍ରମଣ୍ୟମ ଖୁବ ଟ୍ରୋଲ ହୋଇଥିଲେ ।  ୟୁଜର୍ସମାନେ ଏହାକୁ ନେଇ କଡା ପ୍ରତିକ୍ରିୟା ରଖିବା ସହ ଆରପିଜି ଗ୍ରୁପର ଅଧ୍ୟକ୍ଷ ହର୍ଷ ଗୋଏଙ୍କା ‘ସନ ଡେ’ର ନୂଆ ନାମକରଣ କରି ‘ସନ ଡ୍ୟୁଟି’ କରାଯାଉ ବୋଲି କହିଥିଲେ। ସେହିପରି ବଲିଉଡ ଅଭିନେତା ଦୀପିକା ପାଦୁକୋନ ଏହାକୁ ଆଶ୍ଚର୍ଯ୍ୟଜନକ ବୋଲି କହିଥିଲେ ।

ଅଧିକ ପଢନ୍ତୁ:ମୋ ଝିଅ ପ୍ରତି ତିନିରେ ଜଣେ ପୁଅକୁ ଡେଟ୍ କରୁଛି...ମୁଁ ପ୍ରତିବର୍ଷ ବିବାହ କରୁଛି: ଶ୍ୱେତା ତିୱାରୀ

Anand Mahindra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ