• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଉତ୍ତରପ୍ରଦେଶ ବାରାଣସୀରୁ ଆଜିଠୁ ଯାତ୍ରା ଆରମ୍ଭ କରିବ ବିଶ୍ୱର ଦୀର୍ଘତମ ରିଭର କ୍ରୁଜ୍ ଏମ୍ଭି ଗଙ୍ଗା ବିଳାସ । ଏହି ବହୁ ଆକାଂକ୍ଷିତ ନଦୀଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାରାଣାସୀରୁ ଆରମ୍ଭ ହେବାକୁ ଥିବା ଗଙ୍ଗା ବିଳାସର ଏହି ୫୧ ଦିନିଆ ଯାତ୍ରା ମାର୍ଚ୍ଚ ପହିଲାରେ ଆସାମର ଦିବ୍ରୁଗଡ଼ରେ ସମ୍ପୂର୍ଣ୍ଣ ହେବ । ଭିତରେ ପର୍ଯ୍ୟଟକମାନେ ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି ପାଇବେ । ଇଏ କେବଳ ଏକ କ୍ରୁଜ୍ ନୁହେଁ, ପାଣି ଉପରେ ଏହା ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ । ରହିଛି ରେଷ୍ଟୁରାଣ୍ଟ, ସ୍ପା, ଜିମ୍ ସହ ଆହୁରି କେତେ କଣ ସୁଖସୁବିଧାର ବ୍ୟବସ୍ଥା ।

ପତାକା ଦେଖାଇ ଏହି ନଦୀଯାତ୍ରାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଉତ୍ତରପ୍ରଦେଶ ବାରାଣସୀରୁ ଆରମ୍ଭ ହେବାକୁ ଥିବା ଗଙ୍ଗା ବିଳାସର ଯାତ୍ରା ମାର୍ଚ୍ଚ ପହିଲାରେ ଆସାମର ଦିବ୍ରୁଗଡ଼ରେ ସମ୍ପୂର୍ଣ୍ଣ ହେବ । ଅର୍ଥାତ୍ ଗଙ୍ଗାରୁ ଆରମ୍ଭ ହେବ, ସରିବ ବ୍ରହ୍ମପୁତ୍ରରେ । ୫୧ ଦିନର ଯାତ୍ରା ଭିତରେ ବିହାରର ପାଟନା, ପଶ୍ଚିମବଙ୍ଗର କୋଲକାତା, ବାଂଲାଦେଶ ରାଜଧାନୀ ଢାକା, ତାପରେ ପୁଣି ଆସାମର ଧୁବ୍ରି, ଗୌହାଟି ଏବଂ ବ୍ରହ୍ମପୁତ୍ରର ମାଜୁଲି ଦ୍ୱୀପ ଦେଇ ଦିବ୍ରୁଗଡ଼ରେ ପହଞ୍ଚିବ ଏହି କ୍ରୁଜ୍ ସିପ୍ । ଭାରତୀୟ ଭୂଖଣ୍ଡର ୩ଟି ପ୍ରମୁଖ ଜଳପଥ ଦେଇ ଏହା ଯାତ୍ରା କରିବ । ଗଙ୍ଗା-ଭାଗିରଥି-ହୁଗୁଳିକୁ ନେଇ ଗଠିତ ଜାତୀୟ ଜଳପଥ-୧, କୋଲକାତାରୁ ଧୁବ୍ରି ଯାଏଁ ଇଣ୍ଡୋ-ବାଂଲା ପ୍ରୋଟୋକଲ୍ ରୁଟ୍ ଏବଂ ବ୍ରହ୍ମପୁତ୍ରର ଜାତୀୟ ଜଳପଥ-୨ କୁ ମଧ୍ୟ ଏହା ଅତିକ୍ରମ କରିବ... ।

ଅଧିକ ପଢ଼ନ୍ତୁ: ଯୁଦ୍ଧକ୍ଷେତ୍ରରେ ତୋପ ସମ୍ଭାଳିବେ ମହିଳା : ଶତ୍ରୁ ଶିବିରରେ ସୃଷ୍ଟି କରିବେ କଂପନ

ଏହା କେବଳ ଏକ ୬୨ ମିଟର ଲମ୍ବା, ୧୨ ମିଟର ଚଉଡ଼ା ଓ ୩ଟି ଡେକ୍ ବିଶିଷ୍ଟ କ୍ରୁଜ୍ ସିପ୍ ନୁହେଁ । ବରଂ ଏଥିରେ ପାଣି ଉପରେ ରହିଛି ଫାଇଭ୍ ଷ୍ଟାର୍ ହୋଟେଲ୍ ଭଳି ସୁବିଧା । ରହିଛି ରେଷ୍ଟୁରାଣ୍ଟ, ସ୍ପା, ଜିମ୍, ଆହୁରି କେତେ କଣ ସୁଖସୁବିଧାର ବ୍ୟବସ୍ଥା । ବାରାଣସୀରୁ ଦିବ୍ରୁଗଡ଼ ପହଞ୍ଚିବା ଭିତରେ ଜୀବନର ଏକ ଅବିସ୍ମରଣୀୟ ଅନୁଭୂତି ପାଇବେ ପର୍ଯ୍ୟଟକ । କେବଳ ପର୍ଯ୍ୟଟନ ନୁହେଁ, ଏହି ୫୨ ଦିନର ଯାତ୍ରା ଭିତରେ ଭାରତୀୟ ଇତିହାସ, କଳା, ସଂସ୍କୃତି, ଜୈବ ବିବିଧତା, ଆଧ୍ୟାତ୍ମିକତାର ଝଲକ ମଧ୍ୟ ଦେଖାଇବ ଓ ମନମୋହିମ କ୍ରୁଜ୍ ଯାତ୍ରୀଙ୍କର ।

ପ୍ରମୁଖ ଆକର୍ଷଣ ସାଜିବ ବିଶ୍ୱ ଐତିହ୍ୟ ସ୍ଥଳ ଓ ଜାତୀୟ ଉଦ୍ୟାନ ଇତ୍ୟାଦି । ଏହି କ୍ରୁଜ୍ ସିପରେ ୮୦ ଜଣ ଯାତ୍ରୀ ଯାଇପାରିବେ । ମିଳିଥିବା ସୂଚନା ଅନୁସାରେ, ଏଥିରେ ସୁଇଜରଲ୍ୟାଣ୍ଡରୁ ୩୨ ଜଣ ପର୍ଯ୍ୟଟକ ସାମିଲ ହେବେ । ତେବେ ଟିକେଟ୍ ଦାମ୍ ଶୁଣିଲେ ଆପଣଙ୍କ ହୋସ୍ ଉଡ଼ିଯାଇପାରେ । ଗଙ୍ଗା ବିଳାସରେ ଯାତ୍ରୀଙ୍କୁ ଦିନ ପିଛା ଦେବାକୁ ପଡ଼ିବ ପ୍ରାୟ ୨୫ ହଜାର ଟଙ୍କା । ଭାରତୀୟ ଓ ବିଦେଶୀଙ୍କ ପାଇଁ ସମାନ ଟିକେଟ୍ ଦର । ୫୧ ଦିନର ଏହି ଜଳଯାତ୍ରା ପାଇଁ ପ୍ରତି ଯାତ୍ରୀଙ୍କୁ ଖର୍ଚ୍ଚ କରିବାକୁ ପଡ଼ିବ ପ୍ରାୟ ୧୨ ଲକ୍ଷ ୬୦ ହଜାର ଟଙ୍କା ... ।