Advertisment

ଆରମ୍ଭ ହେଲା ଗଣତନ୍ତ୍ରର ମହାପର୍ବ ମତଦାନ; ୧୦୨ ଆସନରେ ଚାଲିଛି ଭୋଟ୍‌...

ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ।

author-image
Sujit kumar Swain
ଅଦ୍ୟତନ ହୋଇଛି
Lok Sabha election 2024 Phase 1

Voting

ଆଜି ପ୍ରଥମ ପର୍ଯ୍ୟାୟ ମତଦାନ ସହ ଆରମ୍ଭ ହୋଇଛି ସାଧାରଣ ନିର୍ବାଚନ। ଆଜି ୨୧ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୧୦୨ଟି ଲୋକସଭା ଆସନରେ ମତଦାନ ହେଉଛି। ମକ୍ ପୋଲ୍ ପରେ ସକାଳ ୭ଟାରୁ ଆରମ୍ଭ ହୋଇଛି ଭୋଟିଂ। କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ଚାଲିଛି ଭୋଟ୍ ଗ୍ରହଣ। 

Advertisment

ଆଜି ତାମିଲନାଡୁର ସମସ୍ତ ୩୯ଟି ଯାକ ସିଟରେ ହେଉଛି ମତଦାନ। ସେହିପରି ରାଜସ୍ଥାନର ୧୨ଟି, ଉତ୍ତର ପ୍ରଦେଶର ୮ଟି, ମଧ୍ୟପ୍ରଦେଶର ୬ଟି, ମହାରାଷ୍ଟ୍ର, ଆସାମ ଓ ଉତ୍ତରାଖଣ୍ଡର ୫ଟି ଲେଖାଏଁ ଆସନରେ ଚାଲିଛି ମତଦାନ। ବିହାରର ୪ଟି, ପଶ୍ଚିମବଙ୍ଗର ୩ଟି, ଅରୁଣାଚଳ ପ୍ରଦେଶର ୨ଟି ଯାକ ଆସନ, ମଣିପୁରର ସମସ୍ତ ୨ଟି ଆସନ, ମେଘାଳୟର ସମସ୍ତ ୨ଟି ସିଟ୍ ଏବଂ ଛତିଶଗଡ଼, ତ୍ରିପୁରା, ମିଜୋରମ, ନାଗାଲାଣ୍ଡ, ଜାମ୍ମୁ କାଶ୍ମୀର, ଆଣ୍ଡାମାନ ନିକୋବର, ଲାକ୍ଷାଦ୍ବୀପ ଓ ପୁଡୁଚେରିର ଗୋଟିଏ ଲେଖାଏଁ ଆସନରେ ହେଉଛି ମତଦାନ।

ଅଧିକ ପଢ଼ନ୍ତୁ: ‘ବିଜେପିରେ ଯୋଗଦେବେ ଆଉ କିଛି ବିଜେଡିର ହେଭିୱେଟ୍‌ ନେତା’

ଭୋଟିଂ ଲାଗି ମୋଟ ୧ ଲକ୍ଷ ୮୪ ହଜାର ବୁଥ୍ କରାଯାଇଛି। ଏହି ପର୍ଯ୍ୟାୟରେ ୧୬ କୋଟି ୬୩ ଲକ୍ଷ ଭୋଟର ନିଜର ପ୍ରତିନିଧି ବାଛିବେ। ପ୍ରଥମ ପର୍ଯ୍ୟାୟରେ ମଇଦାନରେ ଅଛନ୍ତି ୧ ହଜାର ୬୨୫ ପ୍ରାର୍ଥୀ । ଏମାନଙ୍କ ମଧ୍ୟରୁ ୧ ହଜାର ୪୯୧ ଜଣ ପୁରୁଷ ପ୍ରାର୍ଥୀ ଏବଂ ୧୩୪ ଜଣ ମହିଳା। 

Advertisment

ତାମିଲନାଡୁରେ ସର୍ବାଧିକ ପ୍ରାର୍ଥୀ ଅଛନ୍ତି ୯୫୦ ଜଣ। ଏମାନଙ୍କ ମଧ୍ୟରୁ ୩୯ଟି ସଂସଦୀୟ କ୍ଷେତ୍ରରେ ୭୬ ଜଣ ମହିଳା ପ୍ରାର୍ଥୀ ଅଛନ୍ତି। ସେହିପରି ଏହି ପର୍ଯ୍ୟାୟରେ ସବୁଠୁ କମ୍ ପ୍ରାର୍ଥୀ ଥିବା ରାଜ୍ୟ ହେଉଛି ନାଗାଲାଣ୍ଡ। ନାଗାଲାଣ୍ଡରେ ଗୋଟିଏ ମାତ୍ର ସଂସଦୀୟ କ୍ଷେତ୍ର ଥିବା ବେଳେ ସେହି ଆସନ ଲାଗି ଆଜି ଭୋଟ୍ ହେଉଛି। 

ପ୍ରଥମ ପର୍ଯ୍ୟାୟରେ ପ୍ରମୁଖ ପ୍ରାର୍ଥୀଙ୍କ ମଧ୍ୟରେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରି, ନିଶିଥ ପାରମାଣିକ, LJPର ଚିରାଗ ପାଶୱାନ, ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ, ଡିଏମକେର କାନିମୋଈ ଓ ଏ. ରାଜା। ସେହିପରି ନକୁଲ ନାଥ, ତାମିଲସାଇ ସୌନ୍ଦର୍ଯ୍ୟରାଜନ, ଜିତିନ ପ୍ରସାଦଙ୍କ ଭଳି ଅନେକ ହେଭିୱେଟ୍ ମଇଦାନରେ ଅଛନ୍ତି। ଲୋକଜନଶକ୍ତି ପାର୍ଟିର ମୁଖ୍ୟ ଚିରାଗ ପାଶୱନ। ସେ ବିହାରର ଜାମୁଇରୁ ଏଲଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ପୁଅ ନକୁଲ ନାଥ ଏହି ପର୍ଯ୍ୟାୟରେ ନିର୍ବାଚନ ମଇଦାନରେ ଅଛନ୍ତି। ସେ ମଧ୍ୟପ୍ରଦେଶର ଛିନ୍ଦୱାରାରୁ କଂଗ୍ରେସ ପକ୍ଷରୁପ୍ରାର୍ଥୀ ହୋଇଛନ୍ତି।

ଏପଟେ ଅନ୍ୟତମ ହେଭିୱେଟଙ୍କ ମଧ୍ୟରେ ଅଛନ୍ତି ବିଜେପିର କେ. ଆନ୍ନାମଲାଇ। ତାମିଲନାଡୁ ବିଜେପି ମୁଖ୍ୟ କେ. ଆନ୍ନାମଲାଇ ଏଥର ତାମିଲନାଡୁର କୋଏମ୍ବାଟୁର ଆସନରୁ ଲଢୁଛନ୍ତି। ତେଲେଙ୍ଗାନାର ପୂର୍ବତନ ରାଜ୍ୟପାଳ ତାମିଲସାଇ ସୌନ୍ଦର୍ଯ୍ୟରାଜନ ଏଥର ମଇଦାନରେ ଅଛନ୍ତି। ସେ ବିଜେପି ପକ୍ଷରୁ ଚେନ୍ନାଇ ସାଉଥରୁ ପ୍ରାର୍ଥୀ ହୋଇଛନ୍ତି।

ସେହିପରି କାନିମୋଈ ଡିଏମକେ ପକ୍ଷରୁ ତାମିଲନାଡୁ ଥୁଟୁକୁଡ଼ିରୁ ନିର୍ବାଚନ ମଇଦାନରେ ଅଛନ୍ତି।ଜିତିନ ପ୍ରସାଦ ଉତ୍ତର ପ୍ରଦେଶ ପିଲିଭିତରୁ ବିଜେପି ପକ୍ଷରୁ ଲଢୁଛନ୍ତି। ସେହିପରି ନିଶିଥ ପାରମାଣିକ ପଶ୍ଚିମବଙ୍ଗ କୁଚବିହାରରୁ ବିଜେପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। 

General Elections 2024
Advertisment
Advertisment