/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686453455.jpg)
Train Derailed
ଆଉ ଏକ ଟ୍ରେନ୍ ଲାଇନଚ୍ୟୁତ । ମେଦିନାପୁର-ହାଓଡ଼ା ପାସେଞ୍ଜର ଟ୍ରେନ୍ ଖଡ଼ଗପୁର ଷ୍ଟେସନ ପାଖରେ ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କାହାରି ବି କୌଣସି କ୍ଷୟକ୍ଷତି ହୋଇନି । ସମସ୍ତ ଯାତ୍ରୀ ଓ କର୍ମଚାରୀ ସୁରକ୍ଷିତ ରହିଛନ୍ତି । ଟ୍ରେନର ସମ୍ପୂର୍ଣ୍ଣ ଶେଷ ବଗି ରେଳ ପଟ୍ରି ବାହାରକୁ ଚାଲି ଆସିଥିଲା । କମ୍ ସ୍ପିଡରେ ଥିବାରୁ ଟ୍ରେନରେ କୌଣସି କ୍ଷୟକ୍ଷତି ହୋଇନି । ଘଟଣାସ୍ଥଳରେ ରେସ୍କ୍ୟୁ ଟିମ୍ ପହଞ୍ଚି ବଗିକୁ ସେଠୁ ବାହାର କରିଛି । ଏବେ ଏହି ରୁଟରେ ଯାତାୟତ ସ୍ୱାଭାବିକ ଥିବା ରେଲୱେ ପକ୍ଷରୁ ସୂଚନା ଦିଆଯାଇଛି ।
ସେପଟେ ଆଉ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଖବର ସାମ୍ନାକୁ ଆସିଛି । ଓଡ଼ିଶାର ଆଠଗଡ଼ ବ୍ଳକ ଅନ୍ତର୍ଗତ ରାଧାକିଶୋରପୁର ଷ୍ଟେସନ ନିକଟରେ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିଲା । ରାତି ୩ଟାରେ ନିଆଁ ଲାଗିବା ସୂଚନା ଦେଇଛନ୍ତି ରାଧାକିଶୋରପୁର ଷ୍ଟେସନ ମାଷ୍ଟର । ତେବେ ଆଠଗଡ଼ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତି ନେଇ ସୂଚନା ମିଳିନାହିଁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)