‘ପାକିସ୍ତାନଠୁ ଆରମ୍ଭ ଭିକାରୀଙ୍କ ଧାଡ଼ି’
ଅପରେସନ୍ ସିନ୍ଦୂର କେବଳ ନାଁ ନୁହେଁ ଏକ ପ୍ରତିବଦ୍ଧତା । ପହଲଗାମ ହମଲା କରି ଆତଙ୍କବାଦୀ ଆମ ମୁଣ୍ଡକୁ ଆଘାତ ଦେଲେ। ଆମେ ଛାତିକୁ ଚିରି ଶାସ୍ତି ଦେଇଛୁ। ଧର୍ମ ପଚାରି ମାରିଥିଲେ, ଆମେ କର୍ମ ଅନୁସାରେ ଦଣ୍ଡ ଦେଲୁ। ଆତଙ୍କୀଙ୍କୁ ପୋଷୁଥିବା ପାକିସ୍ତାନକୁ ଶ୍ରୀନଗର ମାଟିରୁ ଆଜି ଏଭଳି ଚରମବାଣୀ ଶୁଣାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ପାକିସ୍ତାନ ଭଳି ଏକ ଦାୟିତ୍ବହୀନ ଓ ଖଳ ରାଷ୍ଟ୍ର ପାଖରେ ପରମାଣୁ ଅସ୍ତ୍ର ରହିବା ଠିକ୍ କି ବୋଲି ପ୍ରଶ୍ନ କରିଥିଲେ। ଇଣ୍ଟରନ୍ୟାସନାଲ ଆଟମିକ୍ ଏନର୍ଜି ଏଜେନସୀ ବା IAEA ତୁରନ୍ତ ପରମାଣୁ ଅସ୍ତ୍ରଶସ୍ତ୍ରକୁ ନିଜ ତଦାରଖକୁ ନେଉ ବୋଲି କହିଛନ୍ତି ରାଜନାଥ। ଏଥିସହ ପାକିସ୍ତାନକୁ ଭିକାରୀ ନମ୍ବର ୱାନ କହି ତଚ୍ଛଲ୍ୟ ବି କରିଛନ୍ତି ।
ଅଧିକ ପଢ଼ନ୍ତୁ: ପାକିସ୍ତାନ ଯିବନି ସିନ୍ଧୁ ଜଳ, ଜୟଶଙ୍କରଙ୍କ ଆହ୍ୱାନ ' କେବଳ POK ପ୍ରସଙ୍ଗରେ ଆଲୋଚନା କରିବୁ'
ଆତଙ୍କୀ ଭାରତର ମୁଣ୍ଡକୁ ଆଘାତ କଲେ। ଆମେ ସେମାନଙ୍କର ଛାତିକୁ ଚିରି ପ୍ରହାର କରିଛୁ । ଆମ ସେନା କେବଳ ଟାର୍ଗେଟ ଭେଦିଥାଏ, ଶବ ଗଣିଥାଏ ଶତ୍ରୁ । ପହଲଗାମରେ ଧର୍ମ ପଚାରି ନିର୍ଦ୍ଦୋଷଙ୍କୁ ମାରିଲେ ଆତଙ୍କୀ । ଆମେ କର୍ମ ଦେଖି ସେମାନଙ୍କୁ ମୃତ୍ୟୁଦଣ୍ଡ ଦେଇଛୁ । ସୀମାରୁ ଆତଙ୍କବାଦୀ ଓ ଆତଙ୍କୀଙ୍କ ଆକ୍କା ପାଲଟିଥିବା ପାକିସ୍ତାନକୁ ଏମିତି କହି ନିର୍ଧୂମ ଧୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜାନାଥ ସିଂ । ସିଧାସିଧା ଚରମବାଣୀ ଶୁଣାଇଛନ୍ତି, ଆଉ ପହଲଗାମ ଭୁଲ ପାଇଁ କିଭଳି ଭୟଙ୍କର ଦଶା ଭୋଗିଲେ କହି ଚେତେଇ ବି ଦେଇଛନ୍ତି । ଆଜି ଶ୍ରୀନଗର ଏୟାରବେସରେ ପହଞ୍ଚିଥିଲେ ରାଜନାଥ ସିଂ। ଯବାନଙ୍କୁ ଭେଟି ଜୋସ୍ ଭରିଥିଲେ। ଦେଶର ଜାଗ୍ରତ ପ୍ରହରୀଙ୍କ ହୋସଲା ବଢ଼ାଇବା ସହ ରାଜନାଥ କହିଥିଲେ, ପାକିସ୍ତାନରେ ପଶି ଆକ୍ରମଣ କରିଛୁ । ଛାତିକୁ ଚିରି ଉଚିତ ଶିକ୍ଷା ଦେଇଛୁ। ଆତଙ୍କବାଦୀ ଘାଟିରେ ହୁଅନ୍ତୁ କି ବଙ୍କରରେ ଯେଉଁଠି ବି ଲୁଚିଥିଲେ ମାରିବୁ । ସେମାନଙ୍କ କର୍ମ ଅନୁସାରେ ଶାସ୍ତି ଦେବା ଭାରତୀୟ ଧର୍ମ ବୋଲି କହିଛନ୍ତି ରାଜନାଥ ।
ଟେରୋରିଜମ୍ ସହ ନ୍ୟୁକ୍ଲିୟର ବ୍ଲାକମେଲ୍ କଥା କହି ପାକିସ୍ତାନକୁ ବାଣ ମାରିଛନ୍ତି ରାଜନାଥ । କହିଛନ୍ତି, ଭାରତ ସହ ବିଶ୍ୱାସଘାତକତା କରିବାରୁ ବହୁମୂଲ୍ୟ ଦେବାକୁ ପଡିଲା । ତା’ର ଫମ୍ପା ପରମାଣୁ ବ୍ଲାକମେଲିଂକୁ ଖାତିର୍ କରିନି ଭାରତ । ପାକିସ୍ତାନ ଭଳି ଏକ ଦାୟିତ୍ୱହୀନ ଓ ଖଳ ରାଷ୍ଟ୍ର ହାତରେ ପରମାଣୁ ଅସ୍ତ୍ର ସୁରକ୍ଷିତ କି ବୋଲି ପ୍ରଶ୍ନ କରିବା ସହ ତୁରନ୍ତ IAEA ତଦାରଖକୁ ନେଉ ବୋଲି କହିଛନ୍ତି ରାଜନାଥ ।
ଭିକାରୀ କହି ପାକିସ୍ତାନକୁ କଡ଼ା ତାତ୍ସ୍ୟଲ୍ୟ ବି କରିଛନ୍ତି ରାଜନାଥ । ବଲିଉଡ୍ ଫିଲ୍ମ କାଲିଆରେ ବିଗ୍ ବି ଅମିତାଭ ବଚ୍ଚନଙ୍କ ଫେମସ୍ ଡାଏଲଗ କହି ପାକିସ୍ତାନର କାଙ୍ଗାଳ ଅବସ୍ଥା କଥା ବି କହିଛନ୍ତି । ରାଜନାଥ କହିଥିଲେ, ପାକିସ୍ତାନ ଯେଉଁଠାରେ ଛିଡ଼ା ହୁଏ, ଭିକାରୀଙ୍କ ଧାଡି ସେଠାରୁ ଆରମ୍ଭ ହୁଏ । ଆଜି ଭାରତ ସେହି ଦେଶଙ୍କ ଭିତରେ ରହିଛି ଯେଉଁମାନେ IMFକୁ ପାଣ୍ଠି ଦିଅନ୍ତି । ସେହି ପାଣ୍ଠିରୁ IMF ଗରିବ ଦେଶମାନଙ୍କୁ ଋଣ ଦେଇଥାଏ ।
ଅପରେସନ୍ ସିନ୍ଦୂର’ ସଫଳତା ପରେ ପ୍ରଥମ ଥର LoC ଗସ୍ତ କରିଥିଲେ ରାଜନାଥ ସିଂ। ଯବାନଙ୍କ ସହ ବେଶ କିଛି ସମୟ ବିତାଇଥିଲେ। ଶ୍ରୀନଗର ବାଦାମୀବାଗ କ୍ୟାଣ୍ଟନମେଣ୍ଟରେ ବି ପହଞ୍ଚିଥିଲେ ରାଜନାଥ ସିଂ। ସେଠାରେ ପାକିସ୍ତାନୀ ଡ୍ରୋନର ଟୁକୁଡ଼ା ଓ କ୍ଷେପଣାସ୍ତ୍ରର ଖଣ୍ଡବିଖଣ୍ଡିତ ଅଂଶ ଦେଖିଥିଲେ। ସେହିପରି ଆଜି ସ୍ଥଳସେନା ମୁଖ୍ୟ ଜେନେରାଲ୍ ଉପେନ୍ଦ୍ର ଦ୍ବିବେଦୀ ଜମ୍ମୁ କାଶ୍ମୀରର ଡଗର ଡିଭିଜନର ଫରୱାର୍ଡ ଲୋକେସନ ଯାଇଥିଲେ। ଅପରେସନ୍ ସିନ୍ଦୂରରେ ସେମାନଙ୍କର ଭୂମିକାକୁ ପ୍ରଶଂସା କରିବା ସହ ଯବାନଙ୍କ ମନୋବଳ ବଢ଼ାଇଥିଲେ ସେନା ମୁଖ୍ୟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747320871.jpg)