• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାରଙ୍କ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି । ଦେଶରେ ମହିଳାମାନଙ୍କୁ ଆର୍ଥିକ ସୁରକ୍ଷା ତଥା ସେମାନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ପାଇଁ ସରକାର ବିଭିନ୍ନ ଯୋଜନା କରିଛନ୍ତି । କିପରି ମହିଳାମାନେ ସ୍ୱାବଲମ୍ବୀ ହୋଇପାରିବେ, ସେମାନଙ୍କ ସଞ୍ଚୟ ବଢ଼ିପାରିବ ସେଥିପ୍ରତି ଦୃଷ୍ଟି ଦିଆଯାଉଛି । ହେଲେ LIC ବି ଏକ ସୁନ୍ଦର ଯୋଜନା କରିଛି । ଯେଉଁଥିରେ ମହିଳାମାନେ ସ୍ୱଳ୍ପ ଟଙ୍କା ରଖି ଅଧିକ ଲାଭ ପାଇପାରିବେ ।

ସାଧାରଣତଃ LICକୁ ଲୋକମାନେ ସୁରକ୍ଷା ତଥା ସଂଚୟର ପ୍ରମୁଖ ମାଧ୍ୟମ  ଭାବେ ବାଛିଥା’ନ୍ତି । ଅନ୍ୟ କୌଣସି ଯୋଜନାରେ ବିନିଯୋଗ କରିବା ପରିବର୍ତ୍ତେ, LICକୁ ବାଛିଥା’ନ୍ତି । ହେଲେ LIC ର ଏମିତି ଏକ ପ୍ଲାନ୍ ଅଛି, ଯେଉଁଥିରେ ଆପଣ ୮୭ ଟଙ୍କା ସଞ୍ଚୟ କରି ୧୧ ଲକ୍ଷ ଟଙ୍କା ସଂଗ୍ରହ କରିପାରିବେ । ଏହି ଯୋଜନାର ନାଁ ହେଉଛି LIC ଆଧାର ଶୀଲା ଯୋଜନା  (LIC Aadhaar Shila Plan) ।

ଅଧିକ ପଢ଼ନ୍ତୁ: ଝିଅଙ୍କ ପାଇଁ ଯୋଜନା: ରଖନ୍ତୁ ୧୦୦ ଟଙ୍କା, ପାଇବେ ୧୫ଲକ୍ଷ ୨୭ ହଜାର !

ଏଥିପାଇଁ ନିବେଶକଙ୍କୁ ପ୍ରତିଦିନ ୮୭ ଟଙ୍କା ସଞ୍ଚୟ କରିବାକୁ ପଡିବ । ଏହାକୁ ହିସାବକୁ ନେଲେ ବର୍ଷିକ ମୋଟ୍‌ ୩୧,୭୫୫ ଟଙ୍କା ଆପଣଙ୍କ ସଞ୍ଚୟ ହେବ । ଯଦି ଆପଣ ଏହି ଯୋଜନାରେ ଦଶ ବର୍ଷ ପାଇଁ ବିନିଯୋଗ କରନ୍ତି । ତେବେ ଆପଣ ମୋଟ ୩,୧୭,୫୫୦ ଟଙ୍କା ଜମା କରିପାରିବେ ।

ଏହି ଯୋଜନାର ଅବଧି ୭୦ ବର୍ଷ ରହିଛି । ଆପଣ ଏଥିରେ ଟଙ୍କା ରଖିଲେ ପରିପକ୍ୱତା ସମୟରେ ଆପଣଙ୍କୁ ୧୧ ଲକ୍ଷ ଟଙ୍କା ମିଳିବ । ୮ରୁ ୫୫ ବର୍ଷର ମହିଳାମାନେ LICର ଏହି ଯୋଜନାରେ ବିନିଯୋଗ କରିପାରିବେ । ସେହିପରି ନିୟମ ଅନୁସାରେ LICର ଆଧାର ଶୀଲା ଯୋଜନାରେ ସର୍ବନିମ୍ନ ରାଶି ୭୫ ହଜାର ଟଙ୍କା ସ୍ଥିର କରାଯାଇଛି । ସର୍ବନିମ୍ନ ଅବଧି ସମୟ ୧୦ ବର୍ଷ ରଖାଯାଇଛି । ସେହିପରି ନିବେଶକଙ୍କ ବୟସ ସର୍ବାଧିକ ୨୦ ବର୍ଷ ରହିଥିବା ନେଇ କୁହାଯାଇଛି ।

ତାହାଛଡ଼ା LICର ଏହି ଯୋଜନାରେ ମଧ୍ୟ ଆହୁରି ଅନ୍ୟାନ୍ୟ ସୁବିଧା ରହିଛି । ଯେଉଁଥିପାଇଁ ମହିଳାମାନେ ଏହି ଯୋଜନାରେ ବିନିଯୋଗ କରିବାକୁ ପସନ୍ଦ କରିବେ ।

ଅଧିକ ପଢ଼ନ୍ତୁ: LICର ଦମଦାର୍‌ ପ୍ଲାନ୍‌; ପାଇବେ କୋଟିଏ ଟଙ୍କା !