• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

LIC ହେଉଛି ଭାରତର ସବୁଠାରୁ ବଡ ବୀମା କମ୍ପାନୀ । LIC ସହ ପ୍ରାୟ ଅନେକ ଲୋକ ଜୋଡ଼ିହୋଇ ରହିଛନ୍ତି । LICର ଅନେକ ଯୋଜନା ଲୋକମାନଙ୍କୁ ସାହାଯ୍ୟ କରିଥାଏ । ହେଲେ ଆପଣ LICର ‘ଧନ ରେଖା ଯୋଜନା’ ବିଷୟରେ କିଛି ଜାଣିଛନ୍ତି କି ? ଆସନ୍ତୁ ଜାଣିବା ଏ ସମ୍ପର୍କରେ...

LIC ଧନ ରେଖା ପ୍ଲାନ୍‌ ହେଉଛି ଏକ କ୍ୟାସ୍‌ ବ୍ୟାକ୍ ଯୋଜନା । ଯାହା ପଲିସିଧାରୀମାନଙ୍କୁ ବାରମ୍ବାର ରିଟର୍ଣ୍ଣ ପ୍ରଦାନ କରେ । ତାହାଛଡ଼ା ଏହି ପ୍ଲାନର ଶେଷ ବେଳକୁ ପଲିସିଧାରୀ ଭଲ ଲାଭ ପାଇପାରିବେ । ହିତାଧିକାରୀଙ୍କ ମୃତ୍ୟୁ ହେଲେ ମଧ୍ୟ LIC ଭଲ ରିଟର୍ଣ୍ଣ ଦେବ ।

LIC ଧନ ରେଖା ପ୍ଲାନ୍‌ ପାଇଁ କିଛି ନିର୍ଦ୍ଦିଷ୍ଟ ନିୟମ ରଖାଯାଇଛି । ଏଥିପାଇଁ ବୟସ ସୀମା ୨୬ ବର୍ଷ ହୋଇଥିବା ଆବଶ୍ୟକ ବୋଲି କୁହାଯାଇଛି । ଏହି ଯୋଜନାରେ ମୌଳିକ ରାଶି ୧୦ ଲକ୍ଷ ରହିଥିବା କୁହାଯାଇଥିବାବେଳେ ଏହାର ଯୋଜନାର ସମୟ ସୀମା ୨୦ ବର୍ଷ ବୋଲି ଧାର୍ଯ୍ୟ କରାଯାଇଛି । ତାହା ସହ ଆପଣଙ୍କୁ ଏଥିପାଇଁ ୧୦ ବର୍ଷ ଯାଏଁ ପ୍ରିମିୟମ୍ ଦେବାକୁ ହେବ ।

ଜାଣନ୍ତୁ LIC ଧନ ରେଖା ପ୍ଲାନ୍‌ ବିଷୟରେ ଅଧିକ ତଥ୍ୟ...

ଉଦାହରଣ ସ୍ୱରୂପ, ହିତାଧୀକାରୀଙ୍କୁ ଯଦି ୩୦ ବର୍ଷ ବୟସ ହୋଇଥାଏ । ଆଉ ଏହି ଯୋଜନାରେ ହିତାଧୀକାରୀ ବିନିଯୋଗ କରିବାକୁ ଚାହାନ୍ତି । ତେବେ ତାଙ୍କୁ ଦୁର୍ଘଟଣା ଓ ମୃତ୍ୟୁକାଳୀନ ପାଇଁ ଆର୍ଥିକ ସହାୟତା ମିଳିବ । ଆଉ ଏଥିପାଇଁ ୮,୭୫୪ ଟଙ୍କା ଦେବାକୁ ହେବ । ୪୦ ବର୍ଷ ବୟସ ଭିତରେ ଯଦି ତାଙ୍କର କୌଣସି କାରଣରୁ ମୃତ୍ୟୁ ଘଟେ କିମ୍ବା ଦୁର୍ଘଟଣାର ଶିକାର ହୁଅନ୍ତି ତେବେ ତାଙ୍କ ପରିବାରକୁ ୧ କୋଟି ଟଙ୍କା ମିଳିବ । ୫୦ ଲକ୍ଷ ଟଙ୍କା ଆକ୍ସିଡେଣ୍ଟାଲ୍ ଡେଥ୍ ପାଇଁ ମିଳିବାକୁ ଥିବାବେଳେ ଅନ୍ୟ ୫୦ ଲକ୍ଷ ଟଙ୍କା ମଧ୍ୟ ମିଳିବ ।