• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନୂଆଦିଲ୍ଲୀ: ସିଡିଏସ୍ ବିପିନ୍ ରାଓ୍ୱତ୍‌ଙ୍କ ହେଲିକପ୍ଟର ଦୁର୍ଘଟଣା, ଏବେ ସାରା ଦେଶକୁ ଦୋହଲାଇ ଦେଇଛି । କେବଳ ଭାରତ ନୁହେଁ ଏହାକୁ ନେଇ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କେମିତି ହେଲା ବିସ୍ଫୋରଣ ? କଣ ହେଲିକପ୍ଟରରେ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଏହାକୁ ଯାଞ୍ଚ କରାଯାଇନଥିଲା କି ? ନା ଏହି ଦୁର୍ଘଟଣା ପଛରେ ଅନ୍ୟ କିଛି କାରଣ ଅଛି ? ନିୟମ ଅନୁଯାୟୀର ସିଡିଏସ୍‌ ଯଦି କୌଣସି ସ୍ଥାନକୁ ଯିବାର କାର୍ଯ୍ୟକ୍ରମ ରହିଛି, ତେବେ ଏହାର ଢ଼େର ପୂର୍ବରୁ ଗସ୍ତର ସମସ୍ତ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଇଥାଏ ।

ଏଠାରେ ପ୍ରଶ୍ନ ଉଠୁଛି ସିଡିଏସ୍‌ଙ୍କ ହେଲିକପ୍ଟର ତ୍ରୁଟି କ’ଣ ପୂର୍ବରୁ ଜଣାପଡ଼ିନଥିଲା ? ଯଦି ତ୍ରୁଟି ଥିଲା ତେବେ କାହିଁକି ସେହି ହେଲିକପ୍ଟର ବ୍ୟବହାର କରାଗଲା ? ଏହି ସବୁ ପ୍ରଶ୍ନର ଉତ୍ତର ପାଇଁ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ପାଇଁ ନିର୍ଦେଶ ଦିଆଯାଇଛି । ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି ।

ସାରା ଦେଶକୁ ସୁରକ୍ଷା ଯୋଗାଇବା ପାଇଁ ଯାହାର ନିଯୁକ୍ତି ହୋଇଥିଲା ଆଜି ସେ ନିଜେ ବିପଦରେ ପଡ଼ିଛନ୍ତି । ଏହାକୁ ଶୁଣିବା ପରେ ଏବେ ପୁରା ଦେଶବାସୀଙ୍କ ମନରେ ଛନକା ପଶିଛି କହିଲେ ଅତ୍ୟୁକ୍ତି ହେବନି ।

ତେବେ ସିଡିଏସ୍‌ ବିପିନ ରାୱତଙ୍କ ସମେତ ଏହି ହେଲିକପ୍ଟରରେ ୧୪ ଜଣ ଯାତ୍ରା କରୁଥିଲେ । ସେଥିରୁ ଏବେ ସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ବିପିନ୍‌ ରାୱତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତାମିଲନାଡ଼ୁର କୁନୁର ନିକଟରେ ଆଜି ଅପରାହ୍ନରେ ଏହି ଦୁର୍ଘଟଣା ଘଟିଛି । ଏନେଇ ବାୟୁସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ବାୟୁସେନାର MI-17V5 ହେଲିକପ୍ଟରରେ ସିଡିଏସ୍ ବିପିନ ରାଓ୍ୱତ, ତାଙ୍କ ପତ୍ନୀ ଓ ଷ୍ଟାଫ୍ ମେମ୍ବରଙ୍କୁ ମିଶାଇ ୧୪ ଜଣ ଯାତ୍ରା କରୁଥିଲେ ।