/odishatv-khabar/media/post_attachments/uploadimage/library/16_9/16_9_0/RBI_1696075782.jpg)
RBI
୨ ହଜାର ଟଙ୍କିଆ ନୋଟ୍ର ଡିପୋଜିଟ୍/ ଏକ୍ସଚେଞ୍ଜର ଅବଧି ବଢ଼ିଲା । ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କଲେ ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ୨ ହଜାର ଟଙ୍କିଆ ନୋଟ୍ର ବଦଳି ଅବଧି ଆଜି ଶେଷ ହେଉଥିଲା । କିନ୍ତୁ ଏବେ ବି ବହୁ ୨ ହଜାର ଟଙ୍କିଆ ନୋଟ୍ ବଜାରରେ ଉପଲବ୍ଧ ରହିଛି ତେଣୁ ବହୁ ସମୀକ୍ଷା କରିବା ପରେ ଏହି ଅବଧିକୁ ଅକ୍ଟୋବର ୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ।
ସୂଚନା ଅନୁସାରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ୨୦୨୩ ମେ’ ୧୯ରେ ୨୦୦୦ ଟଙ୍କିଆ ନୋଟ୍ ଅଚଳ ହୋଇଯିବ ବୋଲି ଘୋଷଣା କରାଯାଇଥିଲା । ସେପ୍ଟେମ୍ବର ୩୦ ମଧ୍ୟରେ ବଜାରରେ ଥିବା ୨ ହଜାର ଟଙ୍କିଆ ନୋଟକୁ ବ୍ୟାଙ୍କରେ ଫେରସ୍ତ କରାଯାଇପାରିବ ବୋଲି ଆରବିଆଇ ପକ୍ଷରୁ ସ୍ପଷ୍ଟ ବି କରାଯାଇଥିଲା । ଆଇବିଆଇର ଏମିତି ନିଷ୍ପତ୍ତି ପରେ ଅନେକ ମାତ୍ରାରେ ୨ ହଜାରିଆ ନୋଟ୍ ବ୍ୟାଙ୍କରେ ଜମା କରିଥିଲେ ଲୋକେ । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ, ଅଗଷ୍ଟ ୩୧ ସୁଦ୍ଧା ୯୩ ପ୍ରତିଶତ ଫେରସ୍ତ ହୋଇସାରିଲାଣି । ହେଲେ ଏବେ ବି କିଛି ଟଙ୍କା ବଜାରରେ ଥିବା କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)