• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୂର୍ବତନ ମିସ୍ ୟୁନିଭର୍ସ ତଥା ବଲିଉଡ୍ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କୁ ବିବାହ କରିବେ କି ଆଇପିଏଲ୍‌ର ପୂର୍ବତନ ଚେୟାରମ୍ୟାନ୍ ଲଳିତ ମୋଦି ? ୧୪ ତାରିଖ ସନ୍ଧ୍ୟାରେ ଲଳିତ ମୋଦିଙ୍କ ଟୁଇଟ୍‌ ଦେଖିବା ପରେ ଆରମ୍ଭ ହୋଇଚି ଏଭଳି ଚର୍ଚ୍ଚା । ସୁସ୍ମିତାଙ୍କ ସହ କିଛି ଅନ୍ତରଙ୍ଗ ମୁହୁର୍ତ୍ତର ପ୍ରଥମ ଫଟୋ ପୋଷ୍ଟ କରି ଟୁଇଟରରେ ଲଳିତ ମୋଦି ଲେଖିଛନ୍ତି ଯେ, ସାରା ବିଶ୍ୱ ପରିଭ୍ରମଣ କରି ବର୍ତ୍ତମାନ ଲଣ୍ଡନ ଫେରିଲୁ ସପରିବାର ।

ଏହାସହ ଲଳିତ ଲେଖିଛନ୍ତି ଯେ, ମାଳଦ୍ୱୀପ ଏବଂ ସରଦିନିଆ ଭ୍ରମଣ କରି ଫେରିଛୁ । ଏବେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛୁ । ଏହାପରେ ଆଉ ଏକ ଟୁଇଟ୍‌ରେ ଲଳିତ ସ୍ପଷ୍ଟ କରିଛନ୍ତି ଯେ, ଆମେ ବିବାହ କରିନୁ । କିନ୍ତୁ ପରସ୍ପରକୁ ଡେଟ୍‌ କରୁଛୁ । ତେବେ ଏନେଇ ସୁସ୍ମିତାଙ୍କ ପକ୍ଷରୁ କୌଣସି ଟୁଇଟ୍ କିମ୍ବା ପ୍ରତିକ୍ରିୟା ଆସିନି । ଫଳରେ ଘଟଣାଟି ଆହୁରି ସସ୍‌ପେନ୍‌ସ ବଢ଼ାଉଛି ।

 

ଚେୟାରମ୍ୟାନ୍ ଥିବାବେଳେ ବହୁଚର୍ଚ୍ଚିତ ଆଇପିଏଲ୍ ଦୁର୍ନୀତି ମାମଲାରେ ଛନ୍ଦି ହୋଇଥିଲେ ଲଳିତ ମୋଦି । ଏବେ ଦୁଇ ସେଲିବ୍ରିଟିଙ୍କ ଏଭଳି ବିବାହ ଖବରକୁ ନେଇ ନାନା ଚର୍ଚ୍ଚା ଲାଗିରହିଛି ।