• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଠି ରାମ ବି ମହିଳା ଆଉ ଲକ୍ଷ୍ମଣ ବି । ଏଠି ରାବଣ ବି ମହିଳା ଆଉ ମୁନି ଋଷି ବି ମହିଳା । ସମସ୍ତେ ଏଠି ମହିଲା । ଆପଣ ଟିକେ ଆଶ୍ଚର୍ଯ୍ୟ ହାଉଥିବେ । କ’ଣ ଏସବୁ । କିଛି ବୁଝା ପଡ଼ୁନଥିବ । ଆଜ୍ଞା ହଁ ଆମେ ଆଜି ଆପଣଙ୍କୁ ଠିକ୍ ଏମିତି ଆଶ୍ଚର୍ଯ୍ୟ କଲା ଭଳି କିଛି କହିବୁ । ଯାହା ଜାଣିବା ପରେ ଆପଣ ବି କହିବେ ବାଃ ବାଃ ।

ମୋହାଲିରେ ମଞ୍ଚସ୍ଥ ହେଉଥିଲା ରାମ ଲୀଳା । ମଞ୍ଚରେ କଳାକାରଙ୍କ ନିଖୁଣ ଅଭିନୟ, ମଞ୍ଚ ତଳେ ବସିଥିବା ଦର୍ଶକଙ୍କୁ ବାନ୍ଧି ରଖିଥିଲା । ମନଭରି ଉପଭୋଗ କରୁଥିଲେ ଦର୍ଶକ । ପୁରୁଷୋତ୍ତମ ପ୍ରଭୂ ଶ୍ରୀରାମଙ୍କ ଲୀଳାଖେଳାକୁ ନେଇ ମଞ୍ଚରେ ପରିବେଶଣ ହେଉଥିଲା ରାମଲୀଳା । ତେବେ ଏଠାରେ ମଞ୍ଚସ୍ଥ ହେଉଥିବା ରାମଲୀଳା କିନ୍ତୁ ଭିନ୍ନ ଓ ନିଆରା । ଆପଣ ଅନେକ ସ୍ଥାନରେ ରାମଲୀଳା ନାଟକ ଦେଖିଥିବେ, ରାମକଥା ଶୁଣିଥିବେ । ହେଲେ ଏହି ରାମଲୀଳା ଅନ୍ୟମାନଙ୍କ ଠାରୁ ଭିନ୍ନ ଓ ସ୍ୱତନ୍ତ୍ର ।

କାରଣ ମଞ୍ଚସ୍ଥ ନାଟକରେ ଅଭିନୟ କରୁଥିବା ସମସ୍ତ କଳାକାର ମହିଳା । ରାମଠୁ ରାବଣ- ଲକ୍ଷ୍ମଣଙ୍କଠୁ ନେଇ ଋଷିମୁନି ଓ ରାଜା ମହାରାଜା, ସମସ୍ତେ ମହିଳା । ମୋହାଲିରେ ପ୍ରଦର୍ଶିତ ଏହି ମହିଳା ରାମଲୀଳାକୁ ଦେଖି ଦର୍ଶକ ବେଶ୍ ବିଭୋର ହୋଇଛନ୍ତି ।  

୭ରୁ ୭୭ ବର୍ଷ ବୟସ ପର୍ଯ୍ୟନ୍ତ ୩୨ ଜଣ ମହିଳା କଳାକାରଙ୍କୁ ନେଇ ଏହି ନାଟକ ମଞ୍ଚସ୍ଥ ହୋଇଛି । ନାଟକରେ କୌଣସି ଜଣେ ବି ପୁରୁଷ କଳାକାର ଅଭିନୟ କରିନାହାନ୍ତି । ଚଣ୍ଡିଗଡ଼ ନିକଟ ଜିରକପୁରର ପିରମୁଛଲ୍ଲାରେ ଗତ ୨୬ ସେପ୍ଟେମ୍ବରରୁ ଆରମ୍ଭ ହୋଇଛି ଏହି ରାମଲୀଳା । ନାଟକରେ ଅଭିନୟ କରୁଥିବା କଳାକାରଙ୍କ ମଧ୍ୟରେ ପଞ୍ଜାବ-ହରିୟାଣା ହାଇକୋର୍ଟର ଆଡଭୋକଟେ, ବିଜନେସ ଓ୍ୱିମେନ୍, ବ୍ୟାଙ୍କର, ଫାଇନାନ୍ସର ବୃତ୍ତି ସହ ଥିବା ମହିଳା ସାମିଲ ଅଛନ୍ତି । ଏହା ସହ ସ୍କୁଲ ଏବଂ କଲେଜର ଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି ।