Advertisment

ମହିଳା ଯାତ୍ରୀଙ୍କ ସାଂଘାତିକ ଅଭିଯୋଗ- ‘ଏୟାରପୋର୍ଟରେ ଚେକିଂ ନାଁରେ ଡ୍ରେସ୍‌ ଖୋଲିବାକୁ କହିଲେ’

ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଚେକିଂ ନାଁରେ ଡ୍ରେସ୍‌ ଖୋଲିବାକୁ କୁହାଯାଇଥିବା ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Lady Passenger Forced To Remove Shirt During Airport Checking

Lady Passenger Alleges She Was Forced To Remove Shirt During Checking at Airport

ବେଙ୍ଗାଲୁରୁ ଏୟାରପୋର୍ଟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଜଣେ ମହିଳା ଯାତ୍ରୀ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଟ୍ୱିଟ୍‌ କରି ସମ୍ପୃକ୍ତ ମହିଳା ଯାତ୍ରୀ କହିଛନ୍ତି, ବେଙ୍ଗାଲୁରୁରର Kempegowda International Airportରେ ସୁରକ୍ଷା ପାଇଁ ଯାଞ୍ଚ ବେଳେ ଡ୍ରେସ୍‌ ଖୋଲିବାକୁ ମୋତେ କୁହା ଯାଇଥିଲା। ସିକ୍ୟୁରିଟି ଚେକ୍‌ ପଏଣ୍ଟ ନିକଟରେ କେବଳ ଅନ୍ତବସ୍ତ୍ର ପିନ୍ଧି ଛିଡ଼ା ହେବା ବହୁତ ଅପମାନଜନକ ଘଟଣା। କାରଣ ଏହି ସମୟରେ ଅନ୍ୟମାନେ ଯେଭଳି ଭାବେ ଦେଖୁଥିବେ, ଏହା କୌଣସି ମହିଳା ଚାହିଁବେ ନାହିଁ। ଏମିତି କ’ଣ ଆବଶ୍ୟକତା ପଡ଼ିଲା ଯେ, ଏୟାରପୋର୍ଟରେ ମହିଳାଙ୍କୁ ଡ୍ରେସ୍‌ ଖୋଲିବାକୁ ପଡ଼ିଲା ? 

Advertisment

ଉକ୍ତ ମହିଳା ଯାତ୍ରୀଙ୍କ ଏଭଳି ଟ୍ୱିଟ୍‌ ପରେ ବେଙ୍ଗାଲୁରୁ ଏୟାରପୋର୍ଟ ପକ୍ଷରୁ ମଧ୍ୟ ଏହାର ରିପ୍ଲାଏ ଦିଆଯାଇଥିଲା। ଏୟାରପୋର୍ଟ ପକ୍ଷରୁ କୁହାଯାଇଥିଲା, ନମସ୍କାର କୃଷ୍ଣା, ଆପଣଙ୍କର ଏଭଳି ଅସୁବିଧା ପାଇଁ ଆମେ ଦୁଃଖିତ। ଏପରି ହେବାର ନଥିଲା। ଏସମ୍ପର୍କରେ ଆମର ଅପରେସନ୍‌ ଟିମ୍‌କୁ ଅବଗତ କରାଇଛୁ। ଏହାସହ ଏହାକୁ CISF ଟିମ୍‌ ପାଖକୁ ମଧ୍ୟ ପଠାଇଛୁ। ଏହି ପ୍ରସଙ୍ଗରେ ଅଧିକ ତଥ୍ୟକୁ ଅପେକ୍ଷା କରିଛୁ। ତେବେ ସମ୍ପୃକ୍ତ ଯୁବତୀ ତାଙ୍କର ଯାତ୍ରା ସମ୍ପର୍କରେ କୌଣସି ତଥ୍ୟ ଦେଇ ନାହାନ୍ତି। 

ଅଧିକ ପଢ଼ନ୍ତୁ: ବାପ୍‌ରେ ବାପ୍‌ ଏତେ ଗହଳି! ଦିଲ୍ଲୀ ଏୟାରପୋର୍ଟକୁ ଲୋକେ କହିଲେଣି କୁମ୍ଭମେଳା

Advertisment
Lady Passenger Alleges She Was Forced To Remove Shirt During Checking at Airport(ମହିଳା ଯାତ୍ରୀଙ୍କ ସାଂଘାତିକ ଅଭିଯୋଗ)

ସୂଚନାଥାଉ କି, ଗତବର୍ଷ ମାର୍ଚ୍ଚରେ ଆସାମର ଗୌହାଟୀ ଏୟାରପୋର୍ଟରେ ଏପରି ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଥିଲା। ଅଭିଯୋଗ ଅନୁସାରେ, ଜଣେ CISF ମହିଳା ଯବାନ ଏୟାରପୋର୍ଟରେ ହ୍ୱିଲ୍‌ ଚେୟାରରେ ବସିଥିବା ୮୦ ବର୍ଷୀୟ ମହିଳା ଯାତ୍ରୀଙ୍କ ପଟ୍ଟି ହଟାଇ ଯାଞ୍ଚ କରିଥିଲେ। ସମ୍ପୃକ୍ତ ଯାତ୍ରୀଙ୍କ ହିପ୍‌ ଇମ୍ପଲାଣ୍ଟ୍‌ ହୋଇଥିବାରୁ ସେ ପଟ୍ଟି ବାନ୍ଧିଥିଲେ। ହେଲେ ଏହାକୁ ହଟାଇ ଚେକିଂ କରାଯାଇଥିଲା। ଘଟଣା ଜଣାପଡ଼ିବା ପରେ ଉକ୍ତ CISF ମହିଳା ଯବାନଙ୍କୁ ସସ୍‌ପେଣ୍ଡ୍‌ କରାଯାଇଥିଲା। 

ସୂଚନା ଅନୁସାରେ, ମହିଳା ଯାତ୍ରୀ ଜଣକ ଦିଲ୍ଲୀ ଯିବା ପାଇଁ ନାତୁଣୀଙ୍କ ସହ ଗୌହାଟୀ ଏୟାରପୋର୍ଟରେ ପହଞ୍ଚିଥିଲେ। ସେଠାରୁ ସେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥାନ୍ତେ। ହେଲେ ସେଠାରେ ତାଙ୍କ ସହ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଅନ୍ୟପକ୍ଷେ, ଘଟଣା ପରେ ଗୌହାଟୀ ସମେତ ଦେଶର ସମସ୍ତ ଏୟାରପୋର୍ଟରେ ସୁରକ୍ଷା ଦାୟିତ୍ୱରେ ଥିବା CISF ଟ୍ୱିଟ୍‌ କରି କହିଥିଲା ଯେ, ଯାତ୍ରୀଙ୍କ ସୁରକ୍ଷା ଓ ସମ୍ମାନ ଉଭୟ ଜରୁରୀ। 

Airport
Advertisment
Advertisment