Advertisment

ଛାତ୍ରୀ ବେଶରେ ଆଡ୍‌ମିଶନ୍‌ ନେଲେ, କଲେଜ ରାଗିଂର ଫର୍ଦ୍ଦାଫାଶ କଲେ ମହିଳା ପୋଲିସ

ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଲା ପୁଲିସ।

author-image
Chandan Shishu
ଅଦ୍ୟତନ ହୋଇଛି
Madhya Pradesh Ragging Case

Lady cop

ମେଡିକାଲ କଲେଜରେ ରାଗିଂ ଚାଲୁଥିଲା, ଛାତ୍ରଛାତ୍ରୀଙ୍କୁ ନିର୍ଯାତନା ଦିଆଯାଉଥିଲା, ଅଭିଯୋଗ ବି ହେଉଥିଲା କିନ୍ତୁ ଅଭିଯୁକ୍ତଙ୍କୁ ଧରିବା ପାଇଁ କୌଣସି ପ୍ରମାଣ ନଥିଲା। ପୂରା ଫିଲ୍ମ ଷ୍ଟାଇଲ୍‌ରେ ରାଗିଂ ପ୍ରଥାର ପର୍ଦ୍ଦାଫାଶ କରିଛନ୍ତି ମହିଳା ପୁଲିସ ଅଧିକାରୀ। ଏଭଳି ଘଟଣା ଦେଖିବାକୁ ମିଳିଛି ଇନ୍ଦୋର ଏମ୍‌ଜିଏମ୍ ମେଡିକାଲ କଲେଜରେ। 

Advertisment

ଇନ୍ଦୋରର ମହାତ୍ମା ଗାନ୍ଧି ସ୍ମାରକ ମେଡିକାଲ କଲେଜ(MGM)ରେ ରାଗିଂ ନେଇ ଅଭିଯୋଗ ହୋଇଆସୁଥିଲା। ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଥିଲା ପୁଲିସ। ଏହାର ଫର୍ଦ୍ଦାଫାଶ କରିବା ପାଇଁ ୨୪ ବର୍ଷୀୟ ମହିଳା ପୁଲିସ ଅଧିକାରୀଙ୍କୁ ଏମ୍‌ବିବିଏସ୍ ଛାତ୍ର ସଜାଇ ଏହି କଲେଜକୁ ପଠାଯାଇଥିଲା।

ଅଧିକ ପଢ଼ନ୍ତୁ: ଚଳନ୍ତା ଗାଡ଼ିରୁ ଡେଇଁ ଫିଲ୍ମ ଷ୍ଟାଇଲ୍‌ରେ ଚୋରକୁ ଧରିଲେ କନଷ୍ଟେବଲ, ଦେଖନ୍ତୁ ଭିଡିଓ

Advertisment

ପୂରାପୁରି କଲେଜ ଯୁବତୀଙ୍କ ଗେଟ୍‌ଅପ୍‌ରେ ୨୪ ବର୍ଷୀୟ ମହିଳା ପୁଲିସ ଅଧିକାରୀ ଶାଳିନୀ ଚୌହାନ ସେଠାକୁ ଯାଇଥିଲେ। ଦୀର୍ଘ ୩ ମାସରୁ ଅଧିକ ସମୟ ଧରି ସେ କଲେଜ କ୍ୟାଣ୍ଟିନରେ ବସୁଥିଲେ। କଲେଜ ପିଲାଙ୍କୁ ସହ ମିଳାମିଶା କରୁଥିଲେ। ଜିନ୍ସ ଟପ୍ ଆଉ କାନ୍ଧରେ ବ୍ୟାଗ୍ ଧରି କଲେ ଯାଉଥିଲେ। ଶେଷରେ ଏହି ବ୍ଲାଇଣ୍ଡ ରାଗିଂ ମାମଲାରେ ସେ ଅଭିଯୁକ୍ତଙ୍କ ପାଖରେ ପହଞ୍ଚିବାରେ ସଫଳ ହୋଇଥିଲେ। ଶେଷରେ ନିଜ ସାଥୀଙ୍କ ସହ ମିଶି ରାଗିଂ ପ୍ରଥାର ପର୍ଦ୍ଦାଫାଶ କରିଛନ୍ତି। ପ୍ରମାଣ ଏକାଠି କରିବା ପରେ ୧୧ ଛାତ୍ରଛାତ୍ରୀଙ୍କ ବିରୋଧରେ ସେ ମାମଲା ରୁଜୁ କରିଛନ୍ତି । ଏଥିସହ ଏମାନଙ୍କୁ କୋର୍ଟରେ ମଧ୍ୟ ହାଜର କରାଯାଇଛି।

ଅଭିଯୁକ୍ତ ୧୧ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯ ଜଣ ମଧ୍ୟପ୍ରଦେଶର, ଜଣେ ପଶ୍ଚିମବଙ୍ଗ ଓ ଆଉ ଜଣେ ବିହାରର ଥିବା ଜଣାପଡିଛି। ରାଗିଂ ଘଟଣା ସାମ୍ନାକୁ ଆସିବା ପରେ ସମସ୍ତ ଅଭିଯୁକ୍ତ ଛାତ୍ରଛାତ୍ରୀଙ୍କୁ କଲେଜ ପ୍ରଶାସନ ତିନି ମାସ ପାଇଁ ନିଲମ୍ବିତ କରିଛନ୍ତି।

ପୁଲିସର କହିବା ମୁତାବକ, ପୀଡିତା ଛାତ୍ରୀଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ହେଲ୍‌ପଲାଇନ୍ ନମ୍ବରରୁ ଅଭିଯୋଗ ଆସିବା ପରେ ଆକ୍ସନକୁ ଆସିଥିଲା ପୁଲିସ। ଏହାପରେ ଜୁଲାଇ ୨୪ ତାରିଖରେ ବିଦ୍ୟାଳୟର ଅଜ୍ଞାତ ଛାତ୍ରଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରାଯାଇଥିଲା।

Medical College Ragging
Advertisment
Advertisment