Advertisment

କେବଳ ସନ୍ଦୀପ ଘୋଷ ନୁହେଁ, ଆହୁରି ଅଛନ୍ତି ସଂପୃକ୍ତ ! ସନ୍ଦେହ କରୁଛି CBI...

RG କର୍ ହସ୍ପିଟାଲର ପୂର୍ବ ଅଧ୍ୟକ୍ଷ ସନ୍ଦୀପ ଘୋଷର ହେବ ଟେଷ୍ଟ୍ । ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ ପାଇଁ ସିବିଆଇକୁ କୋର୍ଟଙ୍କ ଅନୁମତି ।

ଅଦ୍ୟତନ ହୋଇଛି
Kolkata Case, Lie Detection Test

Kolkata Case, Lie Detection Test

Advertisment

କୋଲକାତା ଅଭୟା କାଣ୍ଡରେ ୬ ଜଣଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ। RG କର୍ ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ୍ ସନ୍ଦୀପ ଘୋଷଙ୍କର ହେବ ପଲିଗ୍ରାଫ୍ ଟେଷ୍ଟ୍। ମାରାଥନ ଜେରା କରିବା ପରେ, ତାଙ୍କର ପଲିଗ୍ରାଫ୍ ବା ଲାଏ ଡିଟେକ୍ସନ ଟେଷ୍ଟ କରିବ ସିବିଆଇ। ଏଥିପାଇଁ ଅନୁମତି ଦେଇଛନ୍ତି କୋଲକାତା କୋର୍ଟ । ପୀଡ଼ିତାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଚାପିଦେବାକୁ ଉଦ୍ୟମ କରି ପ୍ରଥମରୁ ସନ୍ଦେହ ଘେରରେ ଅଛନ୍ତି ସନ୍ଦୀପ।

Advertisment

ଅଧିକ ପଢ଼ନ୍ତୁ: ମହାରାଷ୍ଟ୍ରରେ ପୁଣି ଲଜ୍ଜା; ୬ ଛାତ୍ରୀଙ୍କୁ ଅଶ୍ଳୀଳ ଭିଡ଼ିଓ ଦେଖାଇ ଯୌନ ଶୋଷଣ କରୁଥିଲେ ଶିକ୍ଷକ...

ତେବେ ଲଗାତାର ୪-୫ ଦିନ ଧରି ଜେରା ସତ୍ତ୍ୱେ ସନ୍ଦୀପଙ୍କ କଥାରେ ତାଳମେଳ ରହୁନଥିବାରୁ ହୁଏତ ସେ ମିଛ କହୁଥିବା ଅନୁଭବ କରିଛି ସିବିଆଇ। ସେଥିପାଇଁ ସେ କେତେ ସତ, କେତେ ମିଛ କହୁଛନ୍ତି, ତାହା ମେସିନ୍ ପରଖିବ। କେବଳ ସନ୍ଦୀପ ଘୋଷ ନୁହଁନ୍ତି, ଘଟଣାଦିନ ରାତିରେ ପୀଡ଼ିତାଙ୍କ ସହ ଶେଷଥର ପାଇଁ ଡିନର୍ କରିଥିବା ତାଙ୍କର ୪ ସାଥି ଡାକ୍ତରଙ୍କର ବି ହେବ ପଲିଗ୍ରାଫ୍ ଟେଷ୍ଟ୍ । ଏଥିପାଇଁ ମଧ୍ୟ କୋର୍ଟ ଅନୁମତି ଦେଇଛନ୍ତି ।

Advertisment

ଏହା ପୂର୍ବରୁ ମାମଲାରେ ଗିରଫ ଅଭିଯୁକ୍ତ ସଞ୍ଜୟ ରାୟର ପଲିଗ୍ରାଫ୍ ଟେଷ୍ଟ ପାଇଁ ମଧ୍ୟ ଅନୁମତି ମିଳିସାରିଛି। ମୋଟ ୬ ଜଣ, ସିବିଆଇ ଆଗରେ ସତମିଛର ଅଗ୍ନିପରୀକ୍ଷା ଦେବାକୁ ଥିବା ବେଳ, ଶନିବାର ସୁଦ୍ଧା ଏହା ଶେଷ ହୋଇପାରେ ବୋଲି ଆଶା କରାଯାଉଛି। ପଲିଗ୍ରାଫ୍ ଟେଷ୍ଟ ବା ଲାଏ ଡିଟେକ୍ସନ ଟେଷ୍ଟ ବେଳେ ସନ୍ଦିଗ୍ଧ ବା ଅଭିଯୁକ୍ତକୁ ବିଭିନ୍ନ ପ୍ରଶ୍ନ ପଚରାଯାଇଥାଏ । ଏହାର ଉତ୍ତର ଦେଉଥିବା ବେଳେ ତାର ହୃତସ୍ପନ୍ଦନ, ରକ୍ତଚାପ, ହାତଗୋଡ଼ ଥରିବା ଆଦି ବିଭିନ୍ନ ପ୍ରତିକ୍ରିୟା ଯାଞ୍ଚ କରିଥାଏ ପଲିଗ୍ରାଫ ମେସିନ୍। ଏହାଦ୍ୱାରା ସେ ସତ କହୁଛି ନା ମିଛ କହୁଛି ଜଣପଡ଼ିଥାଏ। ତେବେ ଏହି ରିପୋର୍ଟ କେବଳ ତଦନ୍ତରେ ସହାୟତା କରିଥାଏ। ଏହା କୋର୍ଟରେ ଗ୍ରହଣୀୟ ହୁଏ ନାହିଁ ।

ଅଧିକ ପଢ଼ନ୍ତୁ: ଦୁଇ ନାବାଳିକାଙ୍କୁ ଯୌନ ଶୋଷଣ, ତାତିଲେ ଲୋକେ...ରେଳ ଷ୍ଟେସନରେ ଶହ ଶହ ଆନ୍ଦୋଳନକାରୀ

Advertisment

ଅନ୍ୟଟେ ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋଲକାତାରେ ଜୋରଦାର ପ୍ରତିବାଦ କରିଛି ବିଜେପି। ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଅତ୍ୟାଚାର ଘଟଣା ବାରମ୍ବାର ସାମ୍ନାକୁ ଆସୁଥିବାରୁ ଏହାକୁ ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବି କରିଛି ଦଳ। ଏହି ବିକ୍ଷୋଭ ପ୍ରଦର୍ଶନରେ ପଶ୍ଚିମବଙ୍ଗ ବିଜେପି ସଭାପତି ତଥା କେନ୍ଦ୍ରମନ୍ତ୍ରୀ ସୁକାନ୍ତ ମଜୁମଦାରଙ୍କ ସମେତ ବିଜେପି ନେତା ଓ କର୍ମୀମାନେ ସାମିଲ ହୋଇଥିଲେ।

ବିଜେପି ନେତ୍ରୀ ଅଗ୍ନିମିତ୍ର ପଲ୍ ଓଟିଭି କ୍ୟାମେରା ଆଗରେ କ୍ଷୋଭ ବଖାଣିବା ବେଳେ ନିଜ କୋହ ସମ୍ଭାଳିପାରିନଥିଲେ । ତେବେ ଏନେଇ ଟିଏମ୍‌ସିର ପ୍ରତିକ୍ରିୟା ମିଳିପାରିନାହିଁ ।

Rape Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ