• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sangram Keshori Behera

ପଶ୍ଚିମବଙ୍ଗ ପରେ ମହାରାଷ୍ଟ୍ର । ପୁଣି ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି, ଯାହା ସଭ୍ୟ ସମାଜକୁ ଲଜ୍ଜିତ କରିଦେବ । ଦୁଇ କୁନି ଝିଅ, ୪ ବର୍ଷୀୟା ନର୍ସରୀ ଛାତ୍ରୀ ଯୌନ ଶୋଷଣର ଶିକାର ହୋଇଥିବା ଜଣାପଡ଼ିଛି । ମହାରାଷ୍ଟ୍ରର ଥାନେ ଜିଲ୍ଲାର ଏକ ପ୍ରତିଷ୍ଠିତ ସ୍କୁଲର ସୁଇପର ଅଭିଯୁକ୍ତ ହୋଇଥିବାବେଳେ ଘଟଣାକୁ ନେଇ ଉତ୍ତେଜନା ବଢ଼ିବାରେ ଲାଗିଛି ।

କୋଲକାତା ଲେଡି ଡାକ୍ତର ଘଟଣା ଥମିନଥିବାବେଳେ ଦୁଇ କଅଁଳ ଶିଶୁ ଯୌନ ଶୋଷଣର ଶିକାର ହେବା ଜଣାପଡ଼ିବା ପରେ ତାତିଛନ୍ତି ଲୋକେ । ସ୍ଥାନୀୟ ବଦଲାପୁର ରେଳ ଷ୍ଟେସନରେ ପହଞ୍ଚି ରେଳରୋକ କରିବା ସହ ଟ୍ରାକ ଉପରେ ଛିଡ଼ାହୋଇ ଜୋରଦାର ଆନ୍ଦୋଳନ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ମଧ୍ୟ ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।

ଅଧିକ ପଢ଼ନ୍ତୁ: ‘ହତ୍ୟାଠୁ ବି ଜଘନ୍ୟ ଅପରାଧ ହେଉଛି ଦୁଷ୍କର୍ମ, ପୀଡ଼ିତାଙ୍କ ଆତ୍ମାକୁ ମାରିଦିଏ ଦୁଷ୍କର୍ମ କାଣ୍ଡ’

ସେଣ୍ଟ୍ରାଲ ରେଲୱେ ସିପିଆରଓ କହିଛନ୍ତି, ଆନ୍ଦୋଳନ ଯୋଗୁଁ ବଦଲାପୁର ଷ୍ଟେସନରେ ଲୋକାଲ ଟ୍ରେନ୍ ବନ୍ଦ ରହିଛି । ବଦଲାପୁର ଅଞ୍ଚଳର ଏକ ସ୍କୁଲରେ ଦୁଇ ନାବାଳିକା ଝିଅଙ୍କୁ ଯୌନ ଅଭିଯୋଗ ପରେ ଷ୍ଟେସନରେ ଆନ୍ଦୋଳନ ଯୋଗୁଁ ଉତ୍ତେଜନା ଦେଖାଦେଇଛି । 

ମହାରାଷ୍ଟ୍ର ଶିକ୍ଷାମନ୍ତ୍ରୀ ଦୀପକ କେଶରକର କହିଛନ୍ତି, ଘଟଣାରେ ସଂପୃକ୍ତ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଦୋଷୀକୁ ସର୍ବାଧିକ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ । କେଶରକର କହିଛନ୍ତି"ଅତ୍ୟନ୍ତ ଦୁଃଖଦ ଘଟଣା । ରାଜ୍ୟ ଶିକ୍ଷା ବିଭାଗର ସମସ୍ତ କର୍ମଚାରୀ ସକ୍ରିୟ ଅଛନ୍ତି । ପୁନେ ଓ ମୁମ୍ବାଇର ୪ଜଣ ଆଇଏସ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲରେ କାହିଁକି ସିସିଟିଭି କାମ କରୁନଥିଲା ଏହାର ତଦନ୍ତ ହେବ । ଅଭିଯୋଗ ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ବରିଷ୍ଠ ପିଆଇଙ୍କୁ ବଦଳି କରାଯାଇଛି । ଏହି କେସକୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ନେବା ସହ ଅଧିକରୁ ଅଧିକତମ ଦଣ୍ଡ ଦେବାର ବ୍ୟବସ୍ଥା କରାଯିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଆମର ପ୍ରାଥମିକତା ।"

ଅଧିକ ପଢ଼ନ୍ତୁ: ହୋସ୍ ଉଡ଼ାଇ ଦେଲା ଅଟୋପ୍‌ସି ରିପୋର୍ଟ! ! ମିଳିଲା ଛାତିଥରା ତଥ୍ୟ, ଶରୀରରେ ୧୪ଟି ଗଭୀର କ୍ଷତ

OTV is now on Whatsapp

Join and get latest news update delivered to you via whatsapp

Join Now