/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726111385.jpg)
Kolkata Doctor Rape and Murder
କୋଲକାତା ଆରଜି କର ମେଡିକାଲ କଲେଜରେ ଡାକ୍ତରୀ ଛାତ୍ରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ଥମୁନି ପ୍ରତିବାଦର ନିଆଁ । ସ୍ବାସ୍ଥ୍ୟ ଭବନ ଆଗରେ ଆନ୍ଦୋଳନ ଜାରି ରଖିଛନ୍ତି ଜୁନିଅର ଡାକ୍ତର। ଏପରିକି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଲୋଚନା ନିମନ୍ତ୍ରଣକୁ ପ୍ରତ୍ୟାଖ୍ୟାନ କରିଛନ୍ତି ଆନ୍ଦୋଳନରତ ଡାକ୍ତର ।
ପୀଡ଼ିତାଙ୍କୁ ନ୍ୟାୟ ନମିଳିବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଡାକ୍ତର ମାନେ ଚେତାବନୀ ଦେଇଛନ୍ତି । ଅନ୍ୟପଟେ ସୁପ୍ରିମକୋର୍ଟ ମଧ୍ୟ ଜୁନିଅର ଡାକ୍ତରଙ୍କ ଆନ୍ଦୋଳନକୁ ବନ୍ଦ କରି କର୍ମକ୍ଷେତ୍ରକୁ ଫେରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଜୁନିଅର ଡାକ୍ତର ନ୍ୟାୟ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି।
ଅଧିକ ପଢ଼ନ୍ତୁ: କୋଲକାତା ଲଜ୍ଜା: ଡାକ୍ତରଙ୍କୁ ସୁପ୍ରିମକୋର୍ଟଙ୍କ ଡେଡ୍ଲାଇନ୍, କାଲି ସନ୍ଧ୍ୟା ସୁଦ୍ଧା କାର୍ଯ୍ୟରେ ଯୋଗ ଦିଅ
ଏପଟେ କୋଲକାତା ଜୁନିୟର ଡାକ୍ତର ଦୁଷ୍କର୍ମ ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ସରକାର ଉପରେ ବର୍ଷିଥିଲେ ସୁପ୍ରିମକୋର୍ଟ । ପୋଲିସ କାର୍ଯ୍ୟାନୁଷ୍ଠାନ ଉପରେ ମଧ୍ୟ ପ୍ରଶ୍ନବାଚୀ ଉଠାଇଥିଲେ । ସିବିଆଇ ପକ୍ଷରୁ ନୂଆ ଷ୍ଟାଟସ୍ ରିପୋର୍ଟ ଦାଖଲ ପରେ ସୁପ୍ରିମକୋର୍ଟରେ ଶୁଣାଣିରେ ଏଫଆଇଆରରେ ବିଳମ୍ବ ଓ ପୋଷ୍ଟମର୍ଟମକୁ ନେଇ ପ୍ରଶ୍ନ ଉଠାଇଥିଲେ ।
ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ବିନା ଆନୁଷ୍ଠାନିକ ଅନୁରୋଧରେ ଶବ ବ୍ୟବଚ୍ଛେଦ କିପରି କରାଗଲା ? ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ ପଚାରିଥିଲେ, ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ତାନ୍ତର କରିବା ସମୟର ଚାଲାଣ ଗଲା କୁଆଡ଼େ ? ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଚାଲାଣ ସେମାନଙ୍କର ରେକର୍ଡର ଅଂଶ ନୁହେଁ। ଏହା ଗୁରୁତ୍ୱପୂର୍ଣ୍ଣ କାରଣ ମୃତଦେହ ସହିତ ଆଉ କିଛି ସାମଗ୍ରୀ ପଠାଯାଇଥିଲା କି ନାହିଁ ରେକର୍ଡଭୁକ୍ତ ହୋଇଥାଏ । ବିନା ଚାଲାଣରେ ପୋଷ୍ଟମର୍ଟମ କରୁଥିବା ଡାକ୍ତର ମୃତଦେହକୁ ଗ୍ରହଣ କରିପାରିବେ ନାହିଁ। ଏହାପରେ ଚିଫ୍ ଜଷ୍ଟିସ କହିଥିଲେ ବିନା ଆନୁଷ୍ଠାନିକ ଅନୁରୋଧରେ କିଭଳି ଶବ ବ୍ୟବଚ୍ଛେଦ କରାଗଲା ? ସେହିପରି ଏଫଆଇଆର ଦାଖଲରେ ବିଳମ୍ବକୁ ନେଇ ବି ପ୍ରଶ୍ନ କରିଛନ୍ତି ତିନି ଜଣିଆ ଖଣ୍ଡପୀଠ । ତେବେ ଏହି ମାମଲାରେ ଆସନ୍ତା ୧୭ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)