• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୧୯୪୭ରେ ସ୍ୱାଧୀନ ହେଲା ଦେଶ । ଭାରତ ଆକାଶରେ ଫରଫର ହୋଇ ଉଡ଼ିଲା ତ୍ରିରଙ୍ଗା । ଆଉ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେଲେ ଜବାହାରଲାଲ ନେହେରୁ । ଏ କଥା ତ ପ୍ରାୟ ସମସ୍ତେ ଜାଣନ୍ତି । ହେଲେ ଆମ ଦେଶ ସ୍ୱାଧୀନ ହେବା ପରଠାରୁ ଆଜି ଯାଏଁ ଭାରତର ପ୍ରଧାନମନ୍ତ୍ରୀ ଭାବେ କେତେ ଜଣ ଦାୟିତ୍ୱ ନେଲେଣି ତାହା ପ୍ରାୟ ସମସ୍ତଙ୍କୁ ଜଣାନଥିବ । ତେବେ ଜାଣିନିଅନ୍ତୁ ଭାରତର ପ୍ରଧାନମନ୍ତ୍ରୀ ତାଲିକାରେ ରହିଛନ୍ତି କେଉଁମାନେ । ଆଉ କିଏ କେତେ ଦିନ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ ।

ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ୧୯୪୭ରୁ ୧୯୬୪ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହିପରି ଗୁଲଝାରୀ ଲାଲ ନନ୍ଦା ୧୯୬୪ରେ ମାତ୍ର ୧୩ ଦିନ ପାଇଁ ସମ୍ଭାଳିଛନ୍ତି ପ୍ରଧାନମନ୍ତ୍ରୀ ଦାୟିତ୍ୱ । ଲାଲବାହାଦୁର ଶାସ୍ତ୍ରୀ ୧୯୬୪ରୁ ୧୯୬୬ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିବାବେଳେ ପୁଣି ଥରେ ଗୁଲଝାରୀ ଲାଲ ନନ୍ଦା ୧୯୬୬ରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ସେହିପରି ଇନ୍ଦିରା ଗାନ୍ଧୀ ୧୯୬୬ରୁ ୧୯୭୭ ଯାଏଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ପରେ ମୋରାର ଜୀ ଦେଶାୟୀ ୧୯୭୭ରୁ ୧୯୭୯ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ଚରଣ ସିଂହ ୧୯୭୯ରୁ ୧୯୮୦ ମସିହା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱରେ ରହିଥିବାବେଳେ ଇନ୍ଦିରା ଗାନ୍ଧୀ ୧୯୮୦ରୁ ୧୯୮୪ ଯାଏଁ ପୁଣି ହୋଇଥିଲେ ପ୍ରଧାନମନ୍ତ୍ରୀ । ରାଜୀବ ଗାନ୍ଧୀ ୧୯୮୪ରୁ ୧୯୮୯ । ଭିପି ସିଂ ୧୯୮୯ରୁ ୧୯୯୦ ଏବଂ ଚନ୍ଦ୍ରଶେଖର ଜୀ ୧୯୯୦ରୁ ୧୯୯୧ ଯାଏଁ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ପିଭି ନରସିଂହା ରାଓ ୧୯୯୧ରୁ ୧୯୯୬ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଛନ୍ତି । ସେହି ସମୟରେ ଅଟଳ ବିହାରୀ ବାଜପେୟୀ ୧୯୯୬ରେ ୧୬ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ । ପରେ ପରେ ଏଚ୍‌ଡି ଦେବେଗୌଡ଼ା ୧୯୯୬ରୁ ୧୯୯୭ ଯାଏଁ ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବାବେଳେ ଇନ୍ଦ୍ର କୁମାର ଗୁଜରାଲ ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ରହିଥିଲେ ପ୍ରଧାନମନ୍ତ୍ରୀ । ଅଟଳ ବିହାରୀ ବାଜପେୟୀ ୧୯୯୮ରୁ ୨୦୦୪ । ମନମୋହନ ସିଂ ୨୦୦୪ରୁ ୨୦୧୪ । ନରେନ୍ଦ୍ର ମୋଦି ୨୦୧୪ରୁ ଆଜି ଯାଏଁ ଆମର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳୁଛନ୍ତି ।