Advertisment

Ayodhya Ram Mandir Attack Threat: ଏହି ଦିନ ରାମ ମନ୍ଦିରରେ ଫୁଟିବ ବମ୍! ଖଲିସ୍ତାନୀ ଆତଙ୍କୀ ଦେଲା ଧମକ ..

ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି ।

ଅଦ୍ୟତନ ହୋଇଛି
Ayodhya Ram Mandir Attack News

Attack on Ram Mandir

Advertisment

ରାମମନ୍ଦିରକୁ ଆତଙ୍କୀ ଧମକ! ଖଲିସ୍ତାନୀ ଆତଙ୍କବାଦୀ ଗୁରୁପତବନ୍ତ ସିଂ ପନ୍ନୁ ଅଯୋଧ୍ୟାରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରକୁ ଟାର୍ଗେଟ କରି ଧମକ ଦେଇଛି । ନିଷିଦ୍ଧ ହୋଇଥିବା ଶିଖ୍ ଫର ଜଷ୍ଟିସ୍ (SFJ) ଦ୍ୱାରା ରିଲିଜ୍ ହୋଇଥିବା ଏକ ଭିଡିଓରେ ପନ୍ନୁ କହିଛି ଯେ, ନଭେମ୍ବର ୧୬ ଏବଂ ୧୭ ରେ ରାମ ମନ୍ଦିର ସମେତ ଅନେକ ହିନ୍ଦୁ ମନ୍ଦିରରେ ଆକ୍ରମଣ ହୋଇପାରେ । କାନାଡାର ବ୍ରମ୍ପଟନ୍‌ରେ ରେକର୍ଡ ହୋଇଥିବା ଏହି ଭିଡିଓ ଦ୍ୱାରା ଖଲିସ୍ତାନୀ ଆତଙ୍କବାଦୀ ହିନ୍ଦୁ ପୂଜାପାଠ ସ୍ଥାନମାନଙ୍କରେ ଆତଙ୍କ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି ।

Advertisment

ନିକଟରେ ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ତିକ୍ତ ରହିଛି । ଏପରି ସମୟରେ ଆତଙ୍କବାଦୀର ଏପରି ଧମକ ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି । ପନ୍ନୁ ନିଜ ବିବୃତ୍ତିରେ କହିଛି ଯେ, ହିନ୍ଦୁ ଭାବନାର ଜନ୍ମସ୍ଥାନ ଅଯୋଧ୍ୟାର ମୂଳଦୁଆକୁ ବିସ୍ଫୋରଣ ଦ୍ୱାରା ହଲାଇ ଦେବୁ । ଏହା ଭାରତର ଅନ୍ୟତମ ପବିତ୍ର ସ୍ଥାନ । ଉକ୍ତ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଚଳିତ ବର୍ଷ ଜାନୁଆରୀରେ ରାମ ମନ୍ଦିରରେ ପ୍ରାର୍ଥନା କରୁଥିବା ଦୃଶ୍ୟ ଦେଖାଯାଇଛି । ଏହା ସହ ପାନ୍ନୁ କାନାଡାରେ ଥିବା ଭାରତୀୟମାନଙ୍କୁ ମଧ୍ୟ ହିନ୍ଦୁ ମନ୍ଦିର ଉପରେ ହେବାକୁ ଥିବା ଏହି ଆକ୍ରମଣରୁ ଦୂରେଇ ରହିବାକୁ ଚେତାବନୀ ଦେଇଛି ।

ଅଧିକ ପଢ଼ନ୍ତୁ: ଆଜି ଶେଷ ହେଲା ମିଶ୍ରଣ ପ୍ରକ୍ରିୟା; ଆଉ ଉଡ଼ିବ ନାହିଁ ଭିସ୍ତାରା ବିମାନ

Advertisment

ଗତମାସରେ ମଧ୍ୟ ପନ୍ନୁ ନଭେମ୍ବର ୧ ରୁ ୧୯ ମଧ୍ୟରେ ଏୟାର ଇଣ୍ଡିଆ ବିମାନରେ ଉଡ଼ାଣ ନକରିବାକୁ ଯାତ୍ରୀମାନଙ୍କୁ ଚେତାବନୀ ଦେଇଥିଲା । ଭାରତୀୟ କୂଟନୀତିଜ୍ଞଙ୍କ ବିରୋଧରେ ହିଂସା ପାଇଁ ପନ୍ନୁ ଆହ୍ୱାନ ଦେଇଛି । ଅଲଗା ଅଲଗା ଦେଶମାନଙ୍କରେ ରହୁଥିବା ଶିଖ୍‌ମାନଙ୍କୁ ଉତ୍ସାହ କରିବା ପାଇଁ ପନ୍ନୁ SFJ ଜରିଆରେ ଭାରତ ବିରୋଧୀ କାର୍ଯ୍ୟରେ ଜଡିତ ରହିଛି । ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି କରିବାକୁ ଅନେକ ସମୟରେ ଉତ୍ତେଜନା ବିବୃତ୍ତି ଦେବାର ନଜିର ରହିଛି ।

ଜୁଲାଇ ୨୦୨୦ ରେ ଅନୈତିକ କାର୍ଯ୍ୟକଳାପ ନିବାରଣ ଆଇନ (UAPA) ଅନୁଯାୟୀ ପନ୍ନକୁ ଆତଙ୍କବାଦୀ ଘୋଷିତ କରାଯାଇଥିଲା । ତାଙ୍କୁ ଗିରଫ କରିବା ପାଇଁ ଭାରତ ସରକାର ମଧ୍ୟ ଏକାଧିକ ୱାରେଣ୍ଟ ଜାରି କରିଛନ୍ତି । ତେବେ ଏହା ସତ୍ତ୍ୱେ ସେ ଆମେରିକା ଓ କାନାଡାରୁ କାମ ଜାରି ରଖିଛି । ନିକଟ ଅତୀତରେ, ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ଏବଂ କାନାଡାର ହିନ୍ଦୁ ସମ୍ପ୍ରଦାୟ ବିରୋଧରେ ଧମକ ଧମକ ବୃଦ୍ଧି ପାଇଛି । ଭଙ୍ଗାରୁଜା କରିବା ସହ ମନ୍ଦିର କାନ୍ଥ ଘୃଣା ଚିତ୍ରିତ କରିବା, ସମାଜ ବିରୋଧରେ ମଧ୍ୟ ଆପତ୍ତିଜନକ ମନ୍ତବ୍ୟ ଦେବା ଜାରି ରଖିଛି ପନ୍ନୁ ।

Advertisment

ଗତ ସପ୍ତାହରେ, ଖାଲିସ୍ତାନୀ ସମର୍ଥକ ବ୍ରମ୍ପଟନ୍‌ର ହିନ୍ଦୁ ମନ୍ଦିରରେ ଭକ୍ତଙ୍କ ସହ ସଂଘର୍ଷ କରିଥିଲେ । ଏନେଇ ଭାରତ ତରଫରୁ ବାରମ୍ବାର ଉଦ୍‌ବେଗ ପ୍ରକାଶ ପାଇବା ସତ୍ତ୍ୱେ ଖଲିସ୍ତାନୀ ସମର୍ଥକଙ୍କ ବିରୋଧରେ କାନାଡା କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ । ବାରମ୍ବାର ଦୃଢ଼ ପଦକ୍ଷେପ ନେବାକୁ ଅନୁରୋଧ କରିବା ପରେ ମଧ୍ୟ କାନାଡା ଏହି ଘଟଣା ପ୍ରତି ଉଦାସୀନ ରହିଛି । ଫଳରେ ଭାରତ-କାନାଡା ସମ୍ପର୍କ ତିକ୍ତତାର କେନ୍ଦ୍ରରେ ରହିଛି ।

Ayodhya Ram Mandir Khalistani Terrorist Ram Mandir Temples
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ