• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭାଗ୍ୟ କେତେବେଳେ ଯେ ପରିବର୍ତ୍ତନ ହେବ ତାହା କହି ହେବ ନାହିଁ । ଏମିତି ଉଦାହରଣ ଆମ ପାଖରେ ଅନେକ ରହିଛି । ଜରି ଗୋଟାଳିର ପିଲାମାନେ ବଡ଼ ବଡ଼ ଚାକିରି କରୁଥିବା ଭଳି ଏବେ ଅନେକ ଖବର ପ୍ରକାଶ ପାଉଛି । ଆଜି ଯିଏ ପର ଘରେ ବୁଲି ବୁଲି କାମ କରୁଛି କାଲି ସିଏ ବୈଜ୍ଞାନିକ ବି ହେଉଛି । ଆମ ରାଜ୍ୟରେ ଆମେ ଶେଷ କିଷାନଙ୍କ ଭଳି ଜଣେ ବୈଜ୍ଞାନିକଙ୍କ ଉଦାହରଣ ବି ପାଇଛନ୍ତି ।

ତେବେ ଠିକ୍‌ ସେମିତି ଆଉ ଏକ କାହାଣୀ ଆମେ କହିବାକୁ ଯାଉଛୁ । ୫୧ ବର୍ଷିୟ ସୁରେନ୍ଦ୍ରନ୍ କେ ପଟେଲ । ନିକଟରେ ଟେକ୍ସାସର ଜିଲ୍ଲା ଜଜ୍‌ ଭାବେ ଶପଥ ଗ୍ରହଣ କରିଛନ୍ତି । ହେଲେ ଏକଥା ଆମେ ଆପଣଙ୍କୁ କାହିଁକି କହୁଛୁ ? ଖାଲି ଶୁରେନ୍ଦ୍ରନ କାହିଁକି ଏମିତି ଅନେକ ଲୋକ ଜଜ୍‌ ହେଉଛନ୍ତି । ତେବେ ସୁରେନ୍ଦ୍ରନ୍‌ଙ୍କ କଥା ଏଇଥିପାଇଁ କୁହାଯାଉଛି ଯେ ସୁରେନ୍ଦ୍ରନ ଜଣେ ଭାରତୀୟ । ଆଉ ସେ ଟେକ୍ସାସ୍‌ ଭଳି ଅଗ୍ରଣୀ ସହରରେ ଜଜ୍‌ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତ ହୋଇଛନ୍ତି ।

ଆଉ ସବୁଠାରୁ ବଡ଼ କଥା ହେଲା, କେରଳର କାସାରଗଡ୍‌ରେ ତାଙ୍କର ଜନ୍ମ । ସିଏ ଜଣେ ସ୍କୁଲ ଡ୍ରପ୍‌ଆଉଟ୍‌ । ଦିନେ ଦୋକାନ ପିଲା ଭାବେ କାମ କରି ନିଜ ପେଟ ପୋଷୁଥିଲେ । ତାଙ୍କର ଆର୍ଥିକ ସ୍ଥିତି ଏତେ ଖରାପ ଥିଲା ଯେ, ସେ ପାଠ ବି ପଢ଼ିପାରିଲେ ନାହିଁ । ଦଶମ ଶ୍ରେଣୀ ପରେ ସେ ନିଜ ପରିବାର ଚଳାଇବା ପାଇଁ ଦିନ ମଜୁରିଆ ଭାବେ କାମ କରୁଥିଲେ । ଯାହାକି ତାଙ୍କୁ ପାଠ ଠାରୁ ଦୂରେଇ ନେଇଗଲା । ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ଚଳିବା କଷ୍ଟକର ଥିଲା । ପାଠ ପଢ଼ିଥାନ୍ତେ ବା କେମିତି । 

ତେବେ ଦୁଃଖ କଷ୍ଟ ଆଉ ଯନ୍ତ୍ରଣା ଭିତରେ ରହୁଥିବା ବେଳେ ସୁରେନ୍ଦ୍ରନଙ୍କ ପାଇଁ ସହଯୋଗର ହାତ ବଢ଼ାଇଲେ ତାଙ୍କର ଜଣେ ବନ୍ଧୁ । ସେହି ବନ୍ଧୁଙ୍କ ସହଯୋଗରେ ସେ ନିଜର ଲ’ ପଢ଼ା ସାରିଲେ । LLB ପଢ଼ିସାରିବା ପରେ ସେ ଭାରତରେ ଓକିଲାତି ଅଭ୍ୟାସ କରିବା ଆରମ୍ଭ କରିଥିଲେ । ଆଉ ସେହି ଅଭ୍ୟାସ ତାଙ୍କୁ ୟୁଏସ୍‌ରେ ବଞ୍ଚିବା ପାଇଁ ଅନେକ ସହଯୋଗ କରିଛି । ହେଲେ ୟୁଏସ୍‌ରେ ମଧ୍ୟ ତାଙ୍କୁ ଅନେକ ପ୍ରତିବନ୍ଧକକୁ ସାମ୍ନା କରିବାକୁ ପଡ଼ିଛି ।

ସେ ଆହୁରି କହିଛନ୍ତି ଯେ, ‘ଯେତେବେଳେ ମୁଁ ଏହି ପଦବୀ ପାଇଁ ଦୌଡ଼ରେ ସାମିଲ ହେଲି । ସେତେବେଳେ ଅନେକ ଲୋକ ମୋତେ ଟାହି ଟାପରା କଲେ । ଖାଲି ସେତିକି ନୁହେଁ ମୋ ବିରୋଧରେ ଅନେକ ନାକାରାତ୍ମକ ମନ୍ତବ୍ୟ ଦେଲେ । ମୋ ମନବଳ ଭାଙ୍ଗିବାକୁ ଚେଷ୍ଟା କଲେ। ଏମିତିକି ମୋର ବ୍ୟକ୍ତିଗତ ଜୀବନକୁ ମଧ୍ୟ ଆକ୍ଷେପ କଲେ । ଆଉ ମୁଁ ଗରିବ ବୋଲି ମଧ୍ୟ ତାତ୍ସଲ୍ୟ କରିଥିଲେ । ମୋ ଦଳ ମଧ୍ୟ କେବେ ବି ବିଶ୍ୱାସ କରିନଥିଲା ଯେ, ମୁଁ ଜିତିବି ।

କେହି କେବେ ଭାବି ନଥିଲେ ମୁଁ ଏହି ଲକ୍ଷ୍ୟସ୍ଥଳରେ ପହଞ୍ଚିବି । ହେଲେ ମୁଁ ଆଜି ଏଇଠି ପହଞ୍ଚିଛି । ତେବେ ସମସ୍ତଙ୍କୁ ମୋର ଗୋଟିଏ ବାର୍ତ୍ତା, ନିଜ ଭବିଷ୍ୟତ ନିଜେ ସ୍ଥିର କରନ୍ତୁ । ଅନ୍ୟମାନଙ୍କୁ ଆପଣଙ୍କର ଭବିଷ୍ୟତ ସ୍ଥିର କରିବା ପାଇଁ ସୁଯୋଗ ଦିଅନ୍ତୁ ନାହିଁ ।