Advertisment

Policy For Use Of AI By Judges:ତଳ କୋର୍ଟରେ ବ୍ୟବହାର ହେବନି AI ଟୁଲ୍, ଗାଇଡଲାଇନ ଜାରି କଲେ ହାଇକୋର୍ଟ

ଜିଲ୍ଲା ନ୍ୟାୟପାଳିକାରେ କୃତ୍ରିମ ବୁଦ୍ଧିମତ୍ତା ଉପକରଣ ବ୍ୟବହାର ସମ୍ବନ୍ଧୀୟ ନୀତି ଜାରି କରିଛି ହାଇକୋର୍ଟ । ଏବେ ସଫ୍ଟୱେର ସହଜରେ ଉପଲବ୍ଧ ହେଉଥିବାରୁ ଓ ଆକ୍ସେସ୍ ଥିବାରୁ ଏହି କଟକଣା ଜରୁରୀ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ଏଭଳି AI ବ୍ୟବହାର ଉପରେ କଟକଣା ଜାରି କରିବାରେ ଏହି ହାଇକୋର୍ଟ ସାରା ଦେଶରେ ପ୍ରଥମ ।

author-image
Tapan Kumar Swain
ଅଦ୍ୟତନ ହୋଇଛି
AI

AI

ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । କେରଳ ହାଇକୋର୍ଟ ଏକ କୃତ୍ରିମ ବୁଦ୍ଧିମତ୍ତା (AI) ବ୍ୟବହାର ନୀତି ଜାରି କରିଛି । ଜିଲ୍ଲା କୋର୍ଟ ବା ତଳ କୋର୍ଟ ଦ୍ୱାରା ନିଷ୍ପତ୍ତି ଗ୍ରହଣ ବା ଆଇନଗତ ତର୍କ ପାଇଁ ଏହି ଟୁଲ୍ ଗୁଡ଼ିକର ବ୍ୟବହାରକୁ ସ୍ପଷ୍ଟ ଭାବେ ନିଷେଧ କରାଯାଇଛି । ହାଇକୋର୍ଟ ରାଜ୍ୟର ଜିଲ୍ଲା ନ୍ୟାୟପାଳିକାର ନ୍ୟାୟିକ କାର୍ଯ୍ୟଗୁଡ଼ିକରେ AI ଟୁଲଗୁଡ଼ିକର ବ୍ୟବହାର ଉପରେ କଟକଣା ଜାରି କରିଛନ୍ତି ।

Advertisment

ଜିଲ୍ଲା ନ୍ୟାୟପାଳିକାରେ କୃତ୍ରିମ ବୁଦ୍ଧିମତ୍ତା ଉପକରଣ ବ୍ୟବହାର ସମ୍ବନ୍ଧୀୟ ନୀତି ଜାରି କରିଛି କେରଳ ହାଇକୋର୍ଟ । ଏବେ ସଫ୍ଟୱେର ସହଜରେ ଉପଲବ୍ଧ ହେଉଥିବାରୁ ଓ ଆକ୍ସେସ୍ ଥିବାରୁ ଏହି କଟକଣା ଜରୁରୀ ବୋଲି ହାଇକୋର୍ଟ ପକ୍ଷରୁ କୁହାଯାଇଛି । ଏଭଳି AI କଟକଣା ଜାରି କରିବାରେ କେରଳ ହାଇକୋର୍ଟ ସାରା ଦେଶରେ ପ୍ରଥମ ।

ରାଜ୍ୟର ଜିଲ୍ଲା ନ୍ୟାୟପାଳିକାକୁ ଅତ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି ହାଇକୋର୍ଟ । AI ଟୁଲଗୁଡ଼ିକର ବେପରୱା ବ୍ୟବହାର ନକାରାତ୍ମକ ପରିଣାମ ଆଣିପାରେ । ଏଥିରେ ଗୋପନୀୟତା ଅଧିକାରର ଉଲ୍ଲଂଘନ, ଡାଟା ସୁରକ୍ଷା ରିସ୍କ ଏବଂ ବିଶ୍ୱାସରେ ଅବକ୍ଷୟ ସହ ଏହା ଜଡିତ ।

Advertisment

ଉଦ୍ଦେଶ୍ୟ ହେଉଛି ଯେ AI ଟୁଲଗୁଡ଼ିକ ଦାୟିତ୍ୱପୂର୍ଣ ଭାବେ କେବଳ ସହାୟକ ଟୁଲ୍ ଭାବେ ଏବଂ ନିର୍ଦ୍ଦିଷ୍ଟ ଅନୁମୋଦିତ ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଉ। ଏହି ନୀତିର ଲକ୍ଷ୍ୟ ହେଉଛି ଯେ କୌଣସି ପରିସ୍ଥିତିରେ AI ଟୁଲଗୁଡ଼ିକ ନିଷ୍ପତ୍ତି ଗ୍ରହଣ ବା ଆଇନଗତ ତର୍କ ପାଇଁ ବ୍ୟବହୃତ ନହେଉ ବୋଲି କେରଳ ହାଇକୋର୍ଟ କହିଛନ୍ତି ।

ଏହି ନୀତି ନ୍ୟାୟପାଳିକା ଏବଂ କର୍ମଚାରୀମାନଙ୍କୁ ସେମାନଙ୍କର ନୈତିକ ଏବଂ ଆଇନଗତ ଦାୟିତ୍ୱ ପାଳନ କରିବାରେ ସାହାଯ୍ୟ କରିବ । ବିଶେଷ କରି ନ୍ୟାୟିକ ନିଷ୍ପତ୍ତି ଗ୍ରହଣର ସମସ୍ତ ପର୍ଯ୍ୟାୟରେ ତଦାରଖ, ସ୍ୱଚ୍ଛତା, ନ୍ୟାୟପରାୟଣତା, ଗୋପନୀୟତା ଏବଂ ଉତ୍ତରଦାୟିତ୍ୱ ନିଶ୍ଚିତ ରହିବା ଉଚିତ ବୋଲି କୁହାଯାଇଛି । ଯଦି କେହି ଏହି ନୀତି ଉଲ୍ଲଘଂନ କରି AI ଟୁଲ୍ ବ୍ୟବହାର କରନ୍ତି, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ନୂଆ ଗାଇଡଲାଇନ୍ ରାଜ୍ୟର ଜିଲ୍ଲା ନ୍ୟାୟପାଳିକାର ସଦସ୍ୟମାନଙ୍କ ଉପରେ, ସେମାନଙ୍କୁ ସାହାଯ୍ୟ କରୁଥିବା କର୍ମଚାରୀମାନଙ୍କ ଉପରେ ଏବଂ କେରଳରେ ସେମାନଙ୍କ ସହିତ କାର୍ଯ୍ୟ କରୁଥିବା ଇଣ୍ଟର୍ନ ବା ଲ କ୍ଲାର୍କମାନଙ୍କ ପାଇଁ ଲାଗୁ ହେବ । ଏହି ନୀତିରେ ସମସ୍ତ ପ୍ରକାରର AI ଟୁଲକୁ ଅନ୍ତର୍ଭୁକ୍ତ କରାଯାଇଛି । ଜେନେରେଟିଭ AI ଭିତରେ ChatGPT, Gemini, Copilot ଏବଂ Deepseek ଆଦି ରହିଛି ।

କୋର୍ଟର, ନିଜର ବା ଥାର୍ଡ ପାର୍ଟିର ସିଷ୍ଟମରେ ମଧ୍ୟ ଏହା ବ୍ୟବହାର କରାଯାଇପାରିବ ନାହିଁ ବୋଲି ହାଇକୋର୍ଟଙ୍କ ଗାଇଡଲାଇନରେ କୁହାଯାଇଛି । ଏହାକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ପଢ଼ନ୍ତୁ: ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ପ୍ରସିକ୍ୟୁସନକୁ ହାଇକୋର୍ଟଙ୍କ ଭର୍ତ୍ସନା, ସବୁ ଅଭିଯୁକ୍ତ ଖଲାସ

Special Guidelines Artificial Intelligence Kerala High Court
Advertisment
Advertisment