Advertisment

Mumbai Series Blast: ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ପ୍ରସିକ୍ୟୁସନକୁ ହାଇକୋର୍ଟଙ୍କ ଭର୍ତ୍ସନା, ସବୁ ଅଭିଯୁକ୍ତ ଖଲାସ

ଜଣେ ସାକ୍ଷୀ ଅନେକ କ୍ରାଇମ ବ୍ରାଞ୍ଚ ମାମଲାରେ ବିଶେଷକରି ଘାଟକୋପାର ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେଇଥିଲେ । ତେଣୁ ତାଙ୍କ ସାକ୍ଷ୍ୟ ଅବିଶ୍ୱସନୀୟ ମନେ ହେଉଛି । ଅନେକ ସାକ୍ଷୀ ବର୍ଷ ବର୍ଷ ପରେ ହଠାତ୍ ଅଭିଯୁକ୍ତଙ୍କୁ କିପରି ମନେ ପକାଇ ଚିହ୍ନିପାରିଲେ, ତାହା ବୁଝାଇ ପାରିନଥିଲେ। ହାଇକୋର୍ଟ ଏହାକୁ ପ୍ରକ୍ରିୟାଗତ ତ୍ରୁଟି ବା ପ୍ରୋସିଜିଓରାଲ୍ ଲାପ୍ସ ବୋଲି କହିଛନ୍ତି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
bombay hc

bombay hc

ବମ୍ବେ ହାଇକୋର୍ଟ ସୋମବାର ଦିନ ୨୦୦୬ ମୁମ୍ବାଇ ଟ୍ରେନ ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୧୨ ଜଣଙ୍କୁ ଖଲାସ କରିଛନ୍ତି । ଏହି ଘଟଣାରେ ୧୮୯ ଜଣ ମୃତ୍ୟୁବରଣ କରିଥିଲେ ଏବଂ ୮୦୦ରୁ ଅଧିକ ଆହତ ହୋଇଥିଲେ। ଏହି ୧୨ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ୨୦୧୫ ମସିହାରେ ସ୍ୱତନ୍ତ୍ର ଅଦାଲତରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ମୁମ୍ବାଇରେ ହୋଇଥିବା ଏହି ସିରିଜ୍ ବିସ୍ଫୋରଣର ପ୍ରାୟ ଦୁଇ ଦଶନ୍ଧି ପରେ ଅଭିଯୁକ୍ତମାନେ ପ୍ରମାଣ ଅଭାବରୁ ଖଲାସ ହୋଇଛନ୍ତି । ସେମାନେ ତଳକୋର୍ଟରେ ଦୋଷୀସାବ୍ୟସ୍ତ ହୋଇଥିଲେ । କିନ୍ତୁ ହାଇକୋର୍ଟ ଖଲାସ କରିଦେଇଛନ୍ତି । 

Advertisment

ଜଷ୍ଟିସ ଅନିଲ କିଲୋର ଏବଂ ଶ୍ୟାମ ଚନ୍ଦକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ରାୟ ଦେଇ ପ୍ରସିକ୍ୟୁସନ ପକ୍ଷରୁ ଗୁରୁତର ତ୍ରୁଟି ଥିବା ଦର୍ଶାଇଛନ୍ତି । ହାଇକୋର୍ଟ କହିଛନ୍ତି ଯେ ପ୍ରମୁଖ ସାକ୍ଷୀମାନେ ବିଶ୍ୱାସଯୋଗ୍ୟ ଥିଲେ, ଚିହ୍ନଟ ପରେଡ଼ ସନ୍ଦେହଜନକ ଥିଲା । କେତେଜଣ ଅଭିଯୁକ୍ତଙ୍କ ସ୍ୱୀକାରୋକ୍ତି ନିର୍ଯାତନା ଦିଆଯାଇ ହାସଲ କରାଯାଇଥିବା ହାଇକୋର୍ଟ କହିଛନ୍ତି ।

ଅଭିଯୁକ୍ତଙ୍କ ଓକିଲ ଚିହ୍ନଟ ପରେଡ଼ ବିଷୟରେ ଗୁରୁତର ପ୍ରଶ୍ନ ଉଠାଇଥିଲେ। ଅନେକ ସାକ୍ଷୀ ଅସ୍ୱାଭାବିକ ଭାବେ ଦୀର୍ଘ ସମୟ, କେତେ ଜଣ ଚାରି ବର୍ଷରୁ ଅଧିକ ସମୟ ଧରି ନୀରବ ରହିଥିଲେ । ତାପରେ ହଠାତ୍ ଅଭିଯୁକ୍ତଙ୍କୁ ଚିହ୍ନିଥିଲେ। ଏହା ଅସ୍ୱାଭାବିକ ବୋଲି ବେଞ୍ଚ ଉଲ୍ଲେଖ କରିଛନ୍ତି ।

Advertisment

ହାଇକୋର୍ଟ ଆହୁରି କହିଛନ୍ତି ଯେ ଜଣେ ସାକ୍ଷୀ ଅନେକ ଅନେକ କ୍ରାଇମ ବ୍ରାଞ୍ଚ ମାମଲାରେ ବିଶେଷକରି ଘାଟକୋପାର ବିସ୍ଫୋରଣ ମାମଲାରେ ସାକ୍ଷ୍ୟ ଦେଇଥିଲେ । ତେଣୁ ତାଙ୍କ ସାକ୍ଷ୍ୟ ଅବିଶ୍ୱସନୀୟ ମନେ ହେଉଛି ।ଅନେକ ସାକ୍ଷୀ ବର୍ଷ ବର୍ଷ ପରେ ହଠାତ୍ ଅଭିଯୁକ୍ତଙ୍କୁ କିପରି ମନେ ପକାଇ ଚିହ୍ନିପାରିଲେ, ତାହା ବୁଝାଇ ପାରିନଥିଲେ।ହାଇକୋର୍ଟ ଏହାକୁ ପ୍ରକ୍ରିୟାଗତ ତ୍ରୁଟି ବା ପ୍ରୋସିଜିଓରାଲ୍ ଲାପ୍ସ ବୋଲି କହିଛନ୍ତି ।

କେତେକ ସାକ୍ଷୀଙ୍କୁ ବିଚାର ସମୟରେ ପଚରା ଯାଇ ନଥିଲା। ଆରଡିଏକ୍ସ ଏବଂ ଅନ୍ୟାନ୍ୟ ବିସ୍ଫୋରକ ପଦାର୍ଥ ଜବତ ସମ୍ପର୍କରେ, ଅଭିଯୋଗ ପକ୍ଷ ପ୍ରମାଣ କରିପାରି ନଥିଲେ ଯେ ପ୍ରମାଣ ଫୋରେନସିକ ସାଇନ୍ସ ଲାବୋରେଟୋରୀରେ ପହଞ୍ଚିବା ପର୍ଯ୍ୟନ୍ତ ସେଥିରେ କେହି ଲାଗିନଥିଲେ ବା ଅବିକଳ ରହିଥିଲା । ଏହାକୁ ହାଇକୋର୍ଟ ନନ୍ ଆପ୍ଲିକେସନ ଅଫ୍ ମାଇଣ୍ଡ ବୋଲି କହି ଭର୍ତ୍ସନା କରିଛନ୍ତି ।

ଅଭିଯୋଗକୁ ପ୍ରମାଣ କରିବାରେ ପ୍ରସିକ୍ୟୁସନ ବିଫଳ ହୋଇଥିବା ହାଇକୋର୍ଟ କହିଛନ୍ତି । ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ ଆକ୍ଟ (MCOCA) ସ୍ୱତନ୍ତ୍ର କୋର୍ଟ ଦେଇଥିବା ରାୟକୁ ରଦ୍ଦ କରିଛନ୍ତି ହାଇକୋର୍ଟ । ୨୦୧୫ ଅକ୍ଟୋବରରେ ଏହି କୋର୍ଟ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଏବଂ ୭ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ ।

୧୨ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ କମାଲ ଅନସାରୀ ୨୦୨୧ରେ ନାଗପୁର ଜେଲରେ କୋଭିଡ-୧୯ରେ ମୃତ୍ୟୁବରଣ କରିଛନ୍ତି । ବାକି ୧୧ ଜଣ ୧୯ ବର୍ଷ ଧରି ଜେଲରେ ରହିସାରିଲେଣି ।

ଅଧିକ ପଢ଼ନ୍ତୁ: ଅଟୋ ଭିତରେ ନାବାଳକ ଉପରକୁ ଛାଡିଦେଲେ ପିଟ୍ ବୁଲ୍, କୁକୁର କାମୁଡିବା ବେଳେ ମଜା ଉଠାଇଲେ କୁକୁରର ମାଲିକ

Mumbai Train Bombay High Court
Advertisment
Advertisment