Advertisment

୭ ମାସର ଗର୍ଭ ନଷ୍ଟ କରିବାକୁ ନାବାଳିକାକୁ ଅନୁମତି ଦେଲେ କେରଳ ହାଇକୋର୍ଟ

ନାବାଳିକା ଜଣକ ଉଭୟ ସାମାଜିକ ଓ ମାନସିକ ଉପରେ ଯଥେଷ୍ଟ ସମସ୍ୟା ଭୋଗିବାର କାରଣ ହୋଇପାରେ ବୋଲି କୋର୍ଟ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Kerala High Court allowed to terminate 7 month-pregnancy of a minor

Kerala High Court allowed to terminate 7 month-pregnancy of a minor

୭ ମାସର ଗର୍ଭବତୀ ଥିବା ନାବାଳିକାର ଗର୍ଭନଷ୍ଟ କରିବାକୁ ଅନୁମତି ଦେଇଛନ୍ତି କେରଳ ହାଇକୋର୍ଟ। ଜଣେ ୧୫ ବର୍ଷିୟା ନାବାଳିକାଙ୍କ ପରିବାର ପକ୍ଷରୁ ହୋଇଥିବା ଆବେଦନ ଗ୍ରହଣ କରି ଗର୍ଭ ନଷ୍ଟ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ। ଯଦି ଗର୍ଭପାତ କରାଯିବ ନାହିଁ, ତେବେ ଭବିଷ୍ୟତରେ ସାମାଜିକ ଓ ମେଡିକାଲ ସମସ୍ୟା ଦେଖାଦେବ କହି କୋର୍ଟ ଏହି ଅନୁମତି ଦେଇଛନ୍ତି।

Advertisment

ଜଣେ ୧୫ ବର୍ଷ ବୟସର ନାବାଳିକା ତାଙ୍କ ରକ୍ତ ସମ୍ପର୍କୀୟଙ୍କ ଦ୍ୱାରା ଗର୍ଭବତୀ ହୋଇଥିଲେ। ତେବେ ଗର୍ଭନଷ୍ଟ କରିବା ପାଇଁ ପୀଡିତାଙ୍କ ବାପା ନିବେଦନ କରିଥିଲେ। କୋର୍ଟ କହିଛନ୍ତି ଯେ ମେଡିକାଲ ରିପୋର୍ଟକୁ ସବିଶେଷ ଦେଖାଗଲେ ୧୫ ବର୍ଷିୟ ପୀଡିତା ଜଣକ ପ୍ରେଗନାନ୍ସିର ୩୨ ସପ୍ତାହ ଚାଲୁଛି। ଏପରି ସ୍ଥଳେ ଗର୍ଭଧାରଣ କଲେ ନାବାଳିକାଙ୍କ ଉଭୟ ସାମାଜିକ ଓ ମାନସିକ ଯନ୍ତ୍ରଣା ଭୋଗିବା କାରଣ ହୋଇପାରେ।

ଯଦି ଆମେ ବାସ୍ତବିକକୁ ଅନୁଧ୍ୟାନ କରିବା, ତାହାହେଲେ ପିଲାଟି ତାର ନିଜ ସମ୍ପର୍କୀୟରୁ ଜନ୍ମ ନିଏ, ତେବେ ତାକୁ ମଧ୍ୟ ଅନେକ ସାମାଜିକ ଓ ମେଡିକାଲ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଏସବୁ ଦୃଷ୍ଟିରେ ଆବେଦନକାରୀଙ୍କ ନିବେଦନକୁ ଗ୍ରହଣ କରାଯିବା ସହ ଗର୍ଭ ନଷ୍ଟ ଅନିର୍ବାର୍ଯ୍ୟ ବୋଲି କୋର୍ଟ କହିଛନ୍ତି।

Advertisment

ତେବେ ବିଳମ୍ବ ନକରି ଗର୍ଭନଷ୍ଟ କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ମାଲ୍ଲାପୁରମ ଜିଲ୍ଲାଧିକାରୀ ଓ ମଂଜେରୀ ସରକାରୀ ମେଡିକାଲ କଲେଜ ସୁପରିନଟେଣ୍ଡେଣ୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ।

High Court Kerala High Court
Advertisment
Advertisment