Advertisment

କେରଳରେ ସିରିଜ୍ ବିସ୍ଫୋରଣକୁ ନେଇ ହଇଚଇ, ବ୍ଲାଷ୍ଟ ପଛରେ ଅଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧ ଲିଙ୍କ୍ ?

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି ।

author-image
Santosh Kumar Sahoo
undefined

Keral Blast

କେରଳ ସିରିଏଲ୍ ବ୍ଲାଷ୍ଟ୍ ପଛରେ ରହିଛି କି ଟେରର୍ ଲିଙ୍କ୍? ବିସ୍ଫୋରଣ ଘଟାଇଛନ୍ତି କି ହମାସ୍ ସମର୍ଥକ ଆତଙ୍କୀ ?ଏହା ସହ ରହିଛି କି ଇସ୍ରାଏଲ୍-ହମାସ୍ ଯୁଦ୍ଧର କନେକ୍ସନ? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ପରେ ଦେଶବାସୀଙ୍କ ମନରେ ଉଙ୍କି ମାରୁଛି ଏମିତି ଅନେକ ପ୍ରଶ୍ନ। ଆଜି ସକାଳ ପ୍ରାୟ ୯ଟା ୪୦ ବେଳେ ଥରି ଉଠିଥିଲା ଏର୍ଣ୍ଣାକୁଲମ ଜିଲ୍ଲା କାଲାମାସେରି ସ୍ଥିତ ଏହି ଜାମ୍ରା କନଭେନ୍ସନ ସେଣ୍ଟର। ଜେହୋଭାଜ୍ ୱିଟନେସ୍ ପ୍ରାର୍ଥନା ସଭା ଚାଲିଥିବା ବେଳେ, ଲାଗ୍ ଲାଗ୍ ଘଟିଲା ଏକାଧିକ ବିସ୍ଫୋରଣ। ଘଣ୍ଟାକ ଭିତରେ ଅତିକମରେ ୩ଟି କିମ୍ବା ତାଠୁ ଅଧିକ।

Advertisment

ସଭାଗୃହ ଭିତରେ ଥିଲେ ପ୍ରାୟ ଅଢ଼େଇ ହଜାର ଲୋକ। କୋଚ୍ଚିଠୁ ମାତ୍ର ୧୦ କିଲୋମିଟର ଦୂରରେ ଘଟିଥିବା ଏହି ସିରିଏଲ୍ ବ୍ଲାଷ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ, ୫୦ରୁ ଅଧିକ ଆହତ ହୋଇଛନ୍ତି । ଜଣେ ୧୨ ବର୍ଷୀୟ ଶିଶୁ ସମେତ ପ୍ରାୟ ୧୦ ଜଣ ଆଇସିୟୁ ଭିତରେ ଜୀବନ-ମରଣର ସଂଘର୍ଷ କରୁଛନ୍ତି । ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ଏହି ବିସ୍ଫୋରଣ ପାଇଁ ଲୋ-ଇଣ୍ଟେନସିଟି IED ବ୍ୟବହାର କରାଯାଇଥିଲା। ଟିଫିନ୍ ବକ୍ସ ଭିତରେ ରଖା ଟାଇମ ବମ୍ ଥିଲା।

ଘଟଣାସ୍ଥଳରୁ ବ୍ୟାଟେରି ଓ ତାର ଆଦି ଜବତ ହୋଇଛି। ତେବେ ବ୍ଲାଷ୍ଟ୍ ସାଇଟ୍ ରୁ କୌଣସି ସାର୍ପନେଲ୍ ବା ମୁନିଆ କଣ୍ଟା ଜବତ ହୋଇନଥିବାରୁ, ଯୋଜନାବଦ୍ଧ ଭାବେ କୌଣସି ଚେତାବନୀ ଦେବା ଲାଗି ଆତଙ୍କୀ ଏହି ବିସ୍ଫୋରଣ ଘଟାଇଥାଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି। କେରଳ ପୋଲିସ ଡିଜି ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ, ଘଟଣାର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ବା SIT ଗଠନ କରାଯାଇଛି । ସେପଟେ ତ୍ରିଶୁରର କୋଡ଼ାକାରା ଥାନାରେ ଜଣେ ବ୍ୟକ୍ତି ଆତ୍ମସମର୍ପଣ କରି, ସେ ବୋମା ଖଞ୍ଜିଥିବା ଦାବି କରିଥିବା ସୂଚନା ମିଳିଛି।

Advertisment

ଗତକାଲି ଉତ୍ତର କେରଳର ମାଲାପୁରମରେ ପାଲେଷ୍ଟାଇନ ସମର୍ଥନରେ ଆୟୋଜିତ ହୋଇଥିଲା ଏକ ବିଶାଳ ରାଲି । ଚର୍ଚ୍ଚା ହେଉଛି, ଏହାକୁ ଭିଡିଓ ଜରିଆରେ ସମ୍ବୋଧନ କରି ଉତ୍ତେଜନା ଉଦ୍ରେକକାରୀ ଭାଷଣ ଦେଇଥିଲେ ପାଲେଷ୍ଟାଇନ ନେତା ତଥା ପୂର୍ବତନ ହମାସ୍ ମୁଖ୍ୟ ଖାଲିଦ ମାଶାଲ୍। ଏହାର ଠିକ୍ ପରଦିନ କେରଳରେ ଏଭଳି ସିରିଜ୍ ବିସ୍ଫୋରଣ ସୃଷ୍ଟି କରିଛି ଅନେକ ପ୍ରଶ୍ନ। ସେପଟେ ଏହି ଘଟଣାର ଛାନଭିନ ପାଇଁ ବିସ୍ଫୋରଣ ଖବର ଆସିବା ପରେ ପରେ ଦିଲ୍ଲୀରୁ କେରଳ ଅଭିମୁଖେ ଗସ୍ତ କରିଛି କେନ୍ଦ୍ରୀୟ ଟିମ୍ । ଗୃହମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶ କ୍ରମେ ୮ ଜଣିଆ NSG ଟିମ୍ ସେଠାକୁ ଯାଇଛି । ସେଥିରେ ସାମିଲ ଅଛନ୍ତି ବମ୍ ଡିସ୍ପୋଜାଲ୍ ୟୁନିଟ, ସ୍ନିଫର୍ ଡଗ୍ ଓ ବମ୍ ଏକ୍ସପର୍ଟ। ଏଥିସହ ୪ ଜଣିଆ NIA ଟିମ୍ ବି ସ୍ଥାନୀୟ ପୋଲିସକୁ ତଦନ୍ତରେ ସହାୟତା କରିବାକୁ ଏବଂ ସମ୍ଭାବ୍ୟ ଟେରର୍ ଲିଙ୍କ୍ ଖୋଜିବାକୁ ଘଟଣାସ୍ଥଳକୁ ଯାଇଥିବା ସୂଚନା ମିଳିଛି ।

କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କ ସହ କଥା ହୋଇ, ସମସ୍ତ ପ୍ରକାର ସହଯୋଗ ପାଇଁ ଭରସା ଦେଇଛନ୍ତି ଅମିତ ଶାହ । ତେବେ ଏହି ବିସ୍ଫୋରଣ ପଛରେ ହମାସ୍ ସମର୍ଥକଙ୍କ ଭୂମିକା ସ୍ପଷ୍ଟ ହୋଇନଥିବା ବେଳେ କୌଣସି ଗୁଜବ ପ୍ରଚାର ନକରିବାକୁ ରାଜ୍ୟବାସୀଙ୍କୁ ସଚେତନ କରିଛି କେରଳ ପୋଲିସ।

ସେପଟେ ଏହି ବିସ୍ଫୋରଣ ପରେ କେରଳ ସହିତ ପଡ଼ୋଶୀ କର୍ଣ୍ଣାଟକ ଏବଂ ଦିଲ୍ଲୀ ଓ ମୁମ୍ବାଇରେ ହାଇ-ଆଲର୍ଟ ଜାରି କରାଯାଇଛି । ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ସହ ରେଳ ଷ୍ଟେସନ, ମେଟ୍ରୋ ଷ୍ଟେସନ, ବସ ଟର୍ମିନାଲ, ମାର୍କେଟ ଓ ଚର୍ଚ୍ଚ ଆଦି ଉପରେ କଡ଼ା ନଜର ରଖାଯାଇଛି।

Bomb Blast India Kerala
Advertisment
Advertisment