• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

କେରଳର କଲାମସେରୀରେ ବିସ୍ଫୋରଣ ପରେ ଦିଲ୍ଲୀରେ ହାଇଆଲର୍ଟ ହୋଇଛି । ରାଜଧାନୀ ଦିଲ୍ଲୀ ସମେତ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ମଧ୍ୟ ହାଇଆଲର୍ଟ କରାଯାଇଛି । କଲାମସେରୀରେ ଥିବା ଖ୍ରୀଷ୍ଟିଆନ ଗୋଷ୍ଠୀର ଏକ ସମ୍ମିଳନୀ କେନ୍ଦ୍ରରେ ବିସ୍ଫୋରଣ ହୋଇଥିଲା । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବିସ୍ଫୋରଣର କାରଣ ଜଣା ପଡିନାହିଁ ।

କଲାମସେରୀରେ ଏକାଧିକ ବିସ୍ଫୋରଣ ଘଟିଥିବା ପ୍ରତ୍ୟକ୍ଷଦର୍ଶୀମାନେ ଦାବି କରିଛନ୍ତି । ବର୍ତ୍ତମାନ ଘଟଣାକୁ ନେଇ ଅନୁସନ୍ଧାନ କରୁଛି ଏନଆଇଏ ଟିମ୍ । ଏହି ଘଟଣା ପରେ ଦିଲ୍ଲୀ ପୋଲିସ ସଜାଗ ରହିଛି । ଜନଗହଳି ପୂର୍ଣ୍ଣ ସ୍ଥାନ ପାଇଁ ସ୍ୱତନ୍ତ୍ର ସଚେତନତା ଜାରି କରାଯାଇଛି ।

ଏହି ବିସ୍ଫୋରଣ ପଛରେ ଆତଙ୍କବାଦୀ ଆକ୍ରମଣର ସମ୍ଭାବନା ଥାଇପାରେ ବୋଲି କୁହାଯାଉଛି । ହେଲେ ଏପର୍ଯ୍ୟନ୍ତ ଏ ବିଷୟରେ କିଛି ନିଶ୍ଚିତ ହୋଇନାହିଁ । ଘଟଣାକୁ ନେଇ ତଦନ୍ତ ଜାରି ରହିଛି । ଛୁଟିରେ ଥିବା ଡାକ୍ତରମାନଙ୍କ ଛୁଟିକୁ ବାତିଲ କରାଯାଇଛି । ତୁରନ୍ତ ହସ୍ପିଟାଲକୁ ଫେରିବାକୁ କୁହାଯାଇଛି ।

କଲାମସେରି ବିସ୍ଫୋରଣରେ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ କଲାମସେରି ମେଡିକାଲ କଲେଜ, ଏର୍ନାକୁଲମ ଜେନେରାଲ ହସ୍ପିଟାଲ ଏବଂ କୋଟାୟାମ ମେଡିକାଲ କଲେଜରେ ଅତିରିକ୍ତ ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ମହାରାଷ୍ଟ୍ର ଏବଂ ତାମିଲନାଡ଼ୁରେ ମଧ୍ୟ ହାଇଆଲର୍ଟ କରାଯାଇଛି । ସମସ୍ତ ଦିଗ ପ୍ରତି ପୋଲିସ ସଜାଗ ରହିଛି ।