Advertisment

୨୦୨୫ ସୁଦ୍ଧା ସମ୍ପୂର୍ଣ୍ଣ ପ୍ରଦୂଷଣମୁକ୍ତ ହେବ ଯମୁନା

୭୦ ବର୍ଷ ଧରି ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ କହିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Kejriwal on yamuna Pollution

Kejriwal on yamuna Pollution

ନୂଆଦିଲ୍ଲୀ: ୨୦୨୫ ସୁଦ୍ଧା ଯମୁନାକୁ ସମ୍ପୂର୍ଣ୍ଣ ପ୍ରଦୂଷଣ ମୁକ୍ତ କରି ଏହାକୁ ସ୍ନାନ ଯୋଗ୍ୟ କରିବାପାଇଁ ଦିଲ୍ଲୀ ସରକାରଙ୍କ ପ୍ରୟାସ। ଏଥିପାଇଁ ଏକ ୬ ସୂତ୍ରୀ ଯୋଜନା ପ୍ରସ୍ତୁତ କରାଯାଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ଆଜି ଏହି ସୂଚନା ଦେଇଛନ୍ତି। ପ୍ରତ୍ୟେକ କାର୍ଯ୍ୟ ସୂତ୍ର ପାଇଁ ର୍ନିଦ୍ଦିଷ୍ଟ ଲକ୍ଷ୍ୟ ସ୍ଥିର କରାଯାଇଛି ଏବଂ ମୁଁ ବ୍ୟକ୍ତିଗତ ଭାବରେ ଅଗ୍ରଗତି ଉପରେ ନଜର ରଖିବି ବୋଲି କହିଛନ୍ତି। ୭୦ ବର୍ଷ ଧରି ଯମୁନା ପ୍ରଦୂଷିତ ହେବାରେ ଲାଗିଛି। ତେଣୁ ଦୁଇ ଦିନରେ ଏହା ସଫା ହୋଇପାରିବନାହିଁ।

Advertisment

କେଜରିଓ୍ବାଲ କହିଛନ୍ତି ଯେ ନୂତନ ଏଥିପାଇଁ ସ୍ୱରେଜ୍ ଟ୍ରିଟମେଣ୍ଟ ପ୍ଲାଣ୍ଟ ର୍ନିମାଣ କରାଯାଉଛି। ଏଥି ସହିତ ପୁରୁଣା ବୈଷୟିକ ଜ୍ଞାନକୌଶଳରେ ନବୀକରଣ ଉପରେ ଗୁରୁତ୍ୱ ଦେଇଛନ୍ତି କେଜରିୱାଲ।

ସେ କହିଛନ୍ତି ଯେ ଯମୁନାକୁ ଆସୁଥିବା ନଜାଫଗଡ, ବାଦଶାହପୁର,ଏବଂ ଗାଜିପୁରର ପ୍ରମୁଖ ଡ୍ରେନର ଜଳକୁ ସେମାନଙ୍କର ମୂଳ ସ୍ଥାନରେ ଶୋଧନ କରାଯାଉଛି।  ଯମୁନାରେ ଶିଳ୍ପ ବର୍ଜ୍ୟବସ୍ତୁ ନିର୍ଗତ କରୁଥିବା ଶିଳ୍ପଗୁଡିକ ସରକାର ବନ୍ଦ କରିବେ ବୋଲି ସେ କହିଛନ୍ତି।

Advertisment
New Delhi CM Kejriwal Yamuna Pollution
Advertisment
Advertisment