Advertisment

G-20 ସମ୍ମିଳନୀ: ବିଦାୟ ବେଳେ ମନଲାଖି ଉପହାର ନେଇ ଫେରିଲେ ରାଷ୍ଟ୍ରମୁଖ୍ୟ

ରାଷ୍ଟ୍ରମୁଖ୍ୟ ଓ ସେମାନଙ୍କ ପତ୍ନୀଙ୍କ ପାଇଁ ଗିଫଟ୍ ହାମ୍ପର୍ । ଖାଦ୍ୟପେୟରୁ ହସ୍ତତନ୍ତ ଯାଏଁ ଆକର୍ଷଣୀୟ ଉପହାର ।

author-image
Satyendu Shekher Mishra
undefined

G20

ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀ ଆୟୋଜନ ସ୍ଥଳର କୋଣ ଅନୁକୋଣରେ ଦେଖିବାକୁ ମିଳିଥିଲା ଭାରତର ସମୃଦ୍ଧ ଐତିହ୍ୟ ଓ ସଂସ୍କୃତିର ଝଲକ୍। ଯାହା ବିଦେଶୀ ଅତିଥିଙ୍କୁ ବିମୋହିତ କରିଥିଲା। ଅତିଥିମାନଙ୍କ ବିଦାୟ ବେଳେ ସ୍ମୃତି ସ୍ୱରୂପ ବିଭିନ୍ନ ଆକର୍ଷଣୀୟ ଉପହାରରେ ଆପାୟିତ କରିଥିଲେ ଭାରତ ସରକାର, ଯେଉଁଥିରେ ରହିଥିଲା ଆମ ଦେଶର କଳା କାରିଗରୀର ବିବିଧତାର ଛାପ।

Advertisment

ଯେମିତି କି ଉଡେନ ଚେଷ୍ଟ ବା ସିନ୍ଦୁକ। କାଠର ଏହି ବାକ୍ସର ଚାରି ପାର୍ଶ୍ୱରେ ରହିଛି ପିତ୍ତଳର କାରୁକାର୍ଯ୍ୟ। ଏହାର ଢାଙ୍କୁଣୀରେ ପିତ୍ତଳର ସରୁ ପାତରେ ଅଳଙ୍କରଣ କରାଯାଇଛି । ଯାହାକି ଏହାକୁ ଆହୁରି ଆକର୍ଷଣୀୟ କରିଛି । ସେହିଭଳି ଆଉ ଏକ ଉପହାର ଥିଲା କାଶ୍ମୀରୀ କେଶର ବା ସାଫ୍ରନ । ରେଡ୍ ଗୋଲ୍ଡ ଭାବରେ ପରିଚିତ ବିଶ୍ୱର ସବୁଠୁ ମୂଲ୍ୟବାନ ମସଲାକୁ କାଶ୍ମୀରର ପାରମ୍ପରିକ ଚିତ୍ର କଳା ସମ୍ବଳିତ ଏକ ଆକର୍ଷକ ବାକ୍ସ ଭିତରେ ରଖି ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା।

ପଶ୍ଚିମବଙ୍ଗର ଦାର୍ଜିଲିଂ ଏବଂ ତାମିଲାନାଡୁର ନୀଳଗିରି ପାର୍ବତ୍ୟ ଅଂଚଳର ଏହି ଯୁଗଳ ଚା ବାକ୍ସର ଗିଫ୍ଟ ହାମ୍ପର ଥିଲା ଅନ୍ୟତମ ଆକର୍ଷଣ। ସାରା ବିଶ୍ୱରେ ଏହି ଚା ଏହାର ପ୍ରାକୃତିକ ସୁଗନ୍ଧ ସହ ଗୁଣବତ୍ତା ପାଇଁ ପ୍ରସିଦ୍ଧ। ସେହିଭଳି ଆନ୍ଧ୍ର ପ୍ରଦେଶର ଆରକୁ ଉପତ୍ୟକାରେ ହେଉଥିବା ଏହି ଆରକୁ କଫିର କ୍ୟାନ୍ ପ୍ରଦାନ କରାଯାଇଥିଲା ବିଦେଶୀ ଅତିଥିଙ୍କୁ। ପ୍ରାକୃତିକ ପ୍ରଣାଳୀରେ ଚାଷ କରାଯାଉଥିବା ଏହି ଅର୍ଗାନିକ କଫି ଏହାର ଚିକ୍କଣ ରୂପ ଏବଂ ସ୍ୱାଦ ପାଇଁ ବିଦେଶରେ ମଧ୍ୟ ବେଶ୍ ଆଦୃତ।

Advertisment

ସେହିଭଳି ଆଉ ଏକ ଉପହାର ହେଉଛି ବନଫୁଲ ମହୁର ସୁନ୍ଦର ଶିଶି । ଜୈବ ବିବିଧତାରେ ପରିପୂର୍ଣ୍ଣ ସୁନ୍ଦରବନର ହେନ୍ତାଳ ବନରୁ ସଂଗୃହୀତ ହୋଇଥିବା ଏହି ମଧୁ ଶତ ପ୍ରତିଶତ ପ୍ରାକୃତିକ ଏବଂ ବିଶୁଦ୍ଧ। ଏକଦା ସଂଭ୍ରାନ୍ତ ଶ୍ରେଣୀର ପ୍ରତୀକ ଭାବେ ଜଣାଶୁଣା କାଶ୍ମୀରର ଏହି ପଶ୍ମିନା ସଲ୍, ଥିଲା ଅନ୍ୟତମ ଦାମୀ ଉପହାର। ସୁନ୍ଦର ହସ୍ତତନ୍ତ ସଂପନ୍ନ ସୂକ୍ଷ୍ମ କାରୂକାର୍ଯ୍ୟ ଏହି ସଲ୍‌ର ବୈଶିଷ୍ଟ୍ୟ।

ଉତ୍ତର ପ୍ରଦେଶର କନୌଜର ପ୍ରସିଦ୍ଧ ‘ଜିଘରାନା ଇତ୍ତର ବା ଅତର ମଧ୍ୟ ଦିଆଯାଇଥିଲା ଅତିଥିମାନଙ୍କୁ। ମଲ୍ଲୀ, ମାଳତୀ ଏବଂ ଗୋଲାପ ଫୁଲର ସମ୍ମିଶ୍ରଣରେ ପ୍ରସ୍ତୁତ କରାଯାଇଥାଏ ଏହି ସୁଗନ୍ଧ ପରଫ୍ୟୁମ୍। ଜି-୨୦ର ସ୍ପେଶାଲ କମେମୋରେଟିଭ ଷ୍ଟାମ୍ପ ଏବଂ କଏନ ବି ଉପହାର ସ୍ୱରୂପ ଦିଆଯାଇଥିଲା କିଛି ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ। ଗୋଲଡେନ କଲରର ଷ୍ଟାମ୍ପ ଏବଂ ସିଲଭର କଲର କଏନରେ ରହିଛି ଭାରତୀୟ ଐତିହ୍ୟର ଛାପ। ଏହି ଗିଫ୍ଟ ହାମ୍ପର ମଧ୍ୟରେ ଅନ୍ୟତମ ମନଲୋଭା ଉପହାର ଥିଲା ଓଡ଼ିଶାର ଉତ୍କୃଷ୍ଟ ହସ୍ତତନ୍ତର ପରିଚୟ ଦେଉଉଥିବା ଏହି ଇକତ ଷ୍ଟୋଲ୍। ମୟୂର ଚିତ୍ରିତ ଆକର୍ଷଣୀୟ ଟିକ୍ ଉଡ୍ ବକ୍ସ ଭିତରେ ରଖି ଏହାକୁ ପ୍ରଦାନ କରାଯାଇଥିଲା।

G20 Summit
Advertisment
Advertisment