• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

News Highlights

  • ଆଗେ ରାସ୍ତା କର, ପରେ ମୁଁ ବିବାହ କରିବି

  • ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀଙ୍କୁ ଆସିଥିବା ଚିଠି

ବେଙ୍ଗାଲୁରୁ: ପ୍ରଥମେ ରାସ୍ତା କାମ କର , ପରେ ମୁଁ ବିବାହ କରିବି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ଏମିତି କିଛି ଭିନ୍ନ ଡିମାଣ୍ଡ ରଖିଲେ ଯୁବତୀ। ଯାହାକୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କର୍ଣ୍ଣାଟକ ଡାଭେଙ୍ଗେର ଜିଲ୍ଲାର ଏଚ୍ ରାମପୁରା ଗାଁର ବାସିନ୍ଦା ବିନ୍ଦୁ ଆର.ଡି । ନିଜ ଗାଁର ବିଭିନ୍ନ ଅସୁବିଧା ତଥା ଗାଁକୁ ରାସ୍ତା ନିର୍ମାଣ ଓ ଗାଁକୁ ବସ୍‌ ସେବା ଯୋଗାଇବା ଆଦି ଦାବିରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ୍‌ ବୋମ୍ମାଇଙ୍କୁ ଏକ ଚିଠି ମେଲ୍‌ କରିଥିଲେ । ଏହି ମେଲ୍‌ରେ ସମ୍ପୃକ୍ତ ଯୁବତୀ ଜଣକ ଲେଖିଛନ୍ତି, ତାଙ୍କ ଗାଁରେ ରାସ୍ତା ନିର୍ମାଣ ସହ ଯେ,ପର୍ଯ୍ୟନ୍ତ ଗାଁକୁ ବସ୍ ସେବା ଆରମ୍ଭ ନହୋଇଛି ସେପର୍ଯ୍ୟନ୍ତ ସେ ବିବାହ କରିପାରିବେ ନାହିଁ । କେବଳ ଏତିକି ନୁହେଁ ବରଂ ସେ ଲେଖିଛନ୍ତି ରାସ୍ତା ପାଇଁ ଆଗାମୀ ଦିନରେ ଲଢେଇ ଜୋରଦାର ହେବ । ଯୁବତୀଙ୍କ ଏପରି ମେସେଜ୍ ପାଇବା ମାତ୍ରେ ସରକାରୀ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ପ୍ରଶାସନିକ ଅଧିକାରୀମାନେ ଗାଁରେ ପହଂଚିବା ସହ ରାସ୍ତା ନିର୍ମାଣର ଦାବିକୁ ପୂରଣ କରାଯିବା ନେଇ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି।

ସେପ୍ଟେମ୍ୱର ୯ ତାରିଖରେ କର୍ଣ୍ଣାଟକର ଡାଭାନେରେ ଜିଲ୍ଲାର ଏଚ୍ ରାମପୁରା ଗାଁର ବିନ୍ଦୁ ଆରଡି ମୁଖ୍ୟମନ୍ତ୍ରୀଙ୍କୁ ମେସେଜ୍‌ କରି ଗାଁର ରାସ୍ତା ଓ ବସ୍‌ ସେବାର ଆରମ୍ଭ ପାଇଁ ଦାବି କରିଥିଲେ । କାରଣ ସେ ଏକମାତ୍ର ହିଁ ତାଙ୍କ ଗାଁର ପୋଷ୍ଟଗ୍ରାଜୁଏଟ୍‌ ମହିଳା ଥିଲେ । ତାଙ୍କ ବିବାହ ପରେ ଗାଁ ଅସୁବିଧାକୁ ନେଇ ଲଢିବା ପାଇଁ ଆଉ କେହି ଶିକ୍ଷିତ ରହିବେ ନାହିଁ , ଯିଏ ଗାଁର ଅସୁବିଧା ଓ ସୁବିଧାକୁ ନେଇ ସରକାରଙ୍କ ପାଖରେ ଦାବି କରିପାରିବ । ଏନେଇ ମେଲ୍‌ କରିଥିବା ଝିଅ ବିନ୍ଦୁ ଆର.ଡି କହିଛନ୍ତି, ଗାଁକୁ ଯିବା ପାଇଁ ରାସ୍ତା ଓ ବସ୍ ନ ଥିବାରୁ ସେ ତାଙ୍କ ଶିକ୍ଷା ପାଇଁ ଯୁବା ଅବସ୍ଥାରେ ହଷ୍ଟେଲରେ ରହିବାକୁ ବାଧ୍ୟ ହୋଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗାଁର ସ୍କୁଲରେ କେବଳ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିବାର ବ୍ୟବସ୍ଥା ରହିଛି । ତାଠୁ ଅଧିକ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀମାନଙ୍କ ପ୍ରାୟ ୧୪ କିଲୋମିଟର ପର୍ଯ୍ୟନ୍ତ ଚାଲିବାକୁ ପଡିଥାଏ । ତେଣୁ ମନରେ ପାଠ ପଢିବାର ଇଚ୍ଛା ଥିଲେ ବି ଅଧାରୁ ପାଠ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ପିଲା।

ତେବେ ରାମପୁରା ଗାଁରେ ପ୍ରାୟ ୬୦ ଟି ଘର ଅଛି। ଯେଉଁଠାରେ ୩୦୦ରୁ ଅଧିକ ଲୋକ ବାସ କରିଥାନ୍ତି । ଗାଁରେ କୌଣସି ସ୍କୁଲ ଓ ସ୍ୱାସ୍ଥ୍ୟ କେନ୍ଦ୍ର ନାହିଁ । ତେଣୁ ଚିକିତ୍ସା ପାଇଁ ଗ୍ରାମବାସୀଙ୍କୁ ୮ କିଲୋମିଟର ଦୂରରେ ଥିବା ମାୟାକୋଣ୍ଡା ଗାଁକୁ ଯିବାକୁ ପଡିଥାଏ । ତେବେ ସ୍ଥିତି ପରଖିବାକୁ ଆସିଥିବା ସରକାରୀ ବାବୁଙ୍କୁ ମଧ୍ୟ ୨ କିମି ଚାଲିବାକୁ ପଡ଼ିଥିଲା। ସେ ଯାହା ବି ହେଉ ଯୁବତୀଙ୍କର ଏପରି ମେଲ ପାଇବା ପରେ ପୂରା ଦେଶରେ ଏହି ଖବରକୁ ନେଇ ବେଶ୍‌ ଚର୍ଚ୍ଚା ଚାଲିଛି।