Advertisment

ଜାତିସଂଘରେ ପାକିସ୍ତାନକୁ କଡ଼ା ଚେତାବନୀ ! 'ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ'

'ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି' । ପାକିସ୍ତାନର ଜିଡିପିକୁ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
S Jaishanakar

S Jaishanakar

ଜାତିସଂଘରୁ ପାକିସ୍ତାନକୁ ଜୟଶଙ୍କରଙ୍କ ଚରମବାଣୀ। ନ୍ୟୁୟର୍କରେ ୭୯ତମ ଜାତିସଂଘ ସାଧାରଣ ପରିଷଦ ବୈଠକକୁ ସମ୍ବୋଧିତ କରି ପାକିସ୍ତାନକୁ କଡ଼ା ଭାଷାରେ ଚେତାବନୀ ଦେଇଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍.ଜୟଶଙ୍କର । ପାକ୍ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଜାତିସଂଘରେ କାଶ୍ମୀର ପ୍ରସଙ୍ଗ ଉଠାଇବା ପରେ, ଗତକାଲି ଜୟଶଙ୍କର କହିଛନ୍ତି, ‘ଏଠାରେ ଆମେ କିଛି ଅଜବ ବକ୍ତବ୍ୟ ଶୁଣିଲୁ। ତେବେ ମୁଁ ଭାରତର ସ୍ଥିତି ଅତି ସ୍ପଷ୍ଟ କରିଦେବାକୁ ଚାହୁଁଛି। ପାକିସ୍ତାନର ସୀମାପାର୍ ଆତଙ୍କବାଦ କେବେ ସଫଳ ହେବ ନାହିଁ। ଏବଂ ଏହା କେବେ ବି କ୍ଷମାର ଆଶା ରଖିପାରିବ ନାହିଁ। ବରଂ ଏଭଳି କାର୍ଯ୍ୟକଳାପର ନିଶ୍ଚିତ ରୂପେ ପରିଣତି ଭୋଗିବାକୁ ପଡ଼ିବ।

Advertisment

ଆମ ଭିତରେ ଯେଉଁ ପ୍ରସଙ୍ଗର ସମାଧାନ ବାକି ଅଛି, ତାହା ହେଉଛି କେବଳ ପାକିସ୍ତାନ ଦ୍ୱାରା ବେଆଇନ ଭାବେ ଦଖଲ ଭାରତର କିଛି ଅଂଶକୁ ଖାଲି କରିବା ଏବଂ ପାକିସ୍ତାନର ଆତଙ୍କବାଦ ପ୍ରୋତ୍ସାହନକୁ କଡ଼ା ଜବାବ ଦେବା । କିଛି ଦେଶ ପଛରେ ପଡ଼ିବା କ୍ଷେତ୍ରରେ ସେମାନଙ୍କର କୌଣସି ନିୟନ୍ତ୍ରଣ ନାହିଁ। କିନ୍ତୁ ଆଉ କିଛି ଦେଶ ଜାଣିଶୁଣି ଏଭଳି ବାଟ ବାଛୁଛନ୍ତି, ଯାହାପାଇଁ ସେମାନଙ୍କୁ ବିନାଶକାରୀ ପରିଣାମ ଭୋଗିବାକୁ ପଡ଼ୁଛି। ପାକିସ୍ତାନ ଏହାର ଏକ ପ୍ରମୁଖ ଉଦାହରଣ।

ଦୁର୍ଭାଗ୍ୟବଶତଃ ସେମାନଙ୍କ କାରନାମା କେବଳ ଅନ୍ୟ ଦେଶ ସହ ପଡ଼ୋଶୀ ଦେଶଙ୍କୁ ବି ଭୋଗିବାକୁ ପଡ଼ୁଛି। ପାକିସ୍ତାନର ଜିଡିପିକୁ କେବଳ କଟ୍ଟରବାଦ ଓ ଆତଙ୍କବାଦ ରପ୍ତାନୀରେ ମପାଯାଇପାରିବ। ଆଜି ଆମେ ଦେଖୁଛୁ, ପରର ମନ୍ଦ ପାଞ୍ଚୁଥିବା ପାକିସ୍ତାନ ଏବେ ନିଜର କର୍ମଫଳ ଭୋଗୁଛି।’

Advertisment
Advertisment
Advertisment