Advertisment

NH-1 ଥିଲା ଭାରତ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ, ଆଉ ପାକିସ୍ତାନ ରଖିଥିଲା କୋପ ଦୃଷ୍ଟି

ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା ପାକିସ୍ତାନ । ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
India - Pakistan NH 1

India - Pakistan NH 1

ଠିକ୍ ୨୩ ବର୍ଷ ପୂର୍ବେ, ଆଜିର ଦିନରେ ଅର୍ଥାତ୍ ୧ ଜୁନ୍ ୧୯୯୯ରେ ପାକିସ୍ତାନୀ ସେନା ବୋମା ବର୍ଷଣ କରିବା ଆରମ୍ଭ କରିଥିଲା। ଭାରତୀୟ ସେନା କାର୍ଗିଲର ଶିଖରରେ ଥିବା ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ହଟାଇବାରେ ବିଫଳ ହେଉ ବୋଲି ଏହା ପାକିସ୍ତାନର ଲକ୍ଷ୍ୟ ଥିଲା। ଭାରତୀୟ ସେନାର ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଯେପରି ଲଦାଖରେ ପହଞ୍ଚି ପାରିବ ନାହିଁ ସେଥିପାଇଁ ପାକିସ୍ତାନ ପକ୍ଷରୁ କାର୍ଗିଲରେ ଥିବା ଏହି ଜାତୀୟ ରାଜପଥର ଉପରେ ବୋମା ମାଡ଼ କରିଥିଲା। ଏହି ଜାତୀୟ ରାଜପଥର ଲମ୍ବ ପ୍ରାୟ ୨୧୭.୪ କିଲୋମିଟର।

Advertisment

ଏହି ରାସ୍ତା ଶ୍ରୀନଗରକୁ ଲେହ ସହିତ ସଂଯୋଗ କରୁଛି। ଏହା ଦୁନିଆର ସର୍ବୋଚ୍ଚ ରଣନୀତିକ ରାସ୍ତା । ଏହା ଦୁଇ ଲେନ୍‌ ବିଶିଷ୍ଟ । ଖରାପ ଭୌଗୋଳିକ ସ୍ଥିତି ଏବଂ ସଂକୀର୍ଣ୍ଣ ରାସ୍ତା ଯୋଗୁଁ ଏଠାରେ ଅଧିକାଂଶ ସମୟରେ ଟ୍ରାଫିକ୍ ସ୍ଲୋ ରହିଥାଏ । ପାକିସ୍ତାନୀ ସୈନିକମାନେ ରାଜପଥ ସମ୍ମୁଖରେ ଥିବା ଉଚ୍ଚ ପାହାଡ଼ ଉପରେ ବସିଥିଲେ । ସେମାନେ ସେଠାରୁ ଗୁଳି ଗୋଳା ମାଡ଼ କରୁଥିଲେ । ଏହା ବ୍ୟତୀତ ପାକିସ୍ତାନୀ ତୋପ ମଧ୍ୟ ଏହି ରାସ୍ତା ଉପରେ ମାଡ଼ ହେଉଥିଲା । ଭାରତ ସରକାରଙ୍କ ପାଇଁ ଏହି ରାଜପଥକୁ ସୁରକ୍ଷା ଦେବା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା ।

ଭାରତୀୟ ସେନା ପାଇଁ NH-1 ହେଉଛି ସବୁଠାରୁ ପ୍ରମୁଖ ମାର୍ଗ । ପାକିସ୍ତାନୀ ସୈନିକମାନେ ମୋର୍ଟାର, ଆର୍ଟିଲିରି ଏବଂ ଆଣ୍ଟି-ଏୟାରକ୍ରାଫ୍ଟ ବନ୍ଧୁକ ସାହାଯ୍ୟରେ ଏହି ରାସ୍ତା ଉପରେ ଆକ୍ରମଣ କରୁଥିଲେ । ଏହି ରାସ୍ତାରେ ଆକ୍ରମଣ କରିବା ପାଇଁ ଏବଂ ଏହି ଯୁଦ୍ଧ ପୂର୍ବରୁ ପାକିସ୍ତାନ ଆମେରିକାର AN / TPQ-36 ଫାୟାରଫାଇଣ୍ଡର ରାଡାର ଏବଂ ଡ୍ରୋନ୍ ସହିତ ଅଭ୍ୟାସ କରିଥିଲେ । ପାକିସ୍ତାନର ପ୍ରଥମ ଟାର୍ଗେଟ ଥିଲା NH-1, ଯାହାଦ୍ୱାରା ଭାରତୀୟ ସୈନିକମାନଙ୍କୁ ରୋକାଯାଇ ପାରିବ ।

Advertisment

ଭାରତୀୟ ସୈନିକମାନେ ପାହାଡ଼କୁ ଲାଗି ରହିଥିବା NH-1 କଡ଼ରେ ରାତାରାତି ଟ୍ରକ୍ ଉଚ୍ଚତାର ଏକ ମୋଟା କାନ୍ଥ ନିର୍ମାଣ କରିଥିଲେ । ଯାହାଫଳରେ ଉପରୁ ହେଉଥିବା ବୋମାମାଡ଼ ଏବଂ ଗୁଳିମାଡ଼ରୁ ଯବାନମାନଙ୍କୁ ଏବଂ ଯାନବାହାନ ଗୁଡ଼ିକୁ ସୁରକ୍ଷା ଦିଆଯାଇପାରିବ । ଏହି କାନ୍ଥ ଏତେ ମୋଟା ଏବଂ ଶକ୍ତିଶାଳୀ ଥିଲା ଯେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଦ୍ୱାରା ଫିଙ୍ଗାଯାଇଥିବା ହ୍ୟାଣ୍ଡ ଗ୍ରେନେଡ ଏବଂ ବୋମା ମଧ୍ୟ ଏହାର କୌଣସି କ୍ଷତି କରିପାରି ନଥିଲା । ଏହି କାନ୍ଥ ଯୋଗୁଁ ଭାରତୀୟ ସୈନିକମାନେ ଅସ୍ତ୍ରଶସ୍ତ୍ର, ଚିକିତ୍ସା ସାମଗ୍ରୀ ଏବଂ ଅନ୍ୟ ସାମଗ୍ରୀ ଇତ୍ୟାଦି ସହିତ ଆଗକୁ ବଢ଼ିବାରେ ସକ୍ଷମ ହୋଇଥିଲେ ।

Kargil War NH-1 India V/s Pakistan
Advertisment
Advertisment