Advertisment

Supreme Court Chief Justice Oath Taking: CJI ଭାବେ ଶପଥ ନେଲେ ଜଷ୍ଟିସ ବି.ଆର. ଗବାଇ; ଶପଥ ପାଠ କରାଇଲେ ରାଷ୍ଟ୍ରପତି...

ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ୨୩ ନଭେମ୍ବର ୨୦୨୫ରେ ସେ ଅବସର ନେବେ।

ଅଦ୍ୟତନ ହୋଇଛି
Supreme Court Chief Justice Oath Taking

Supreme Court Chief Justice Oath Taking

Advertisment

ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ। ଶପଥ ପାଠ କରାଇଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଦେଶର ୫୨ତମ ପ୍ରଧାନ ବିଚାରପତି ହେଲେ ଜଷ୍ଟିସ ବି.ଆର. ଗବାଇ। 

Advertisment

ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ୨୩ ନଭେମ୍ବର ୨୦୨୫ରେ ସେ ଅବସର ନେବେ। 

ଅଧିକ ପଢନ୍ତୁ : କୁନି ଝିଅର ଶପଥ- 'ଯିଏ ବାପାଙ୍କୁ ମାରିଛି ତାକୁ ମାଟିରେ ମିଶାଇଦେବି'

Advertisment

୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।

ଗତ ଛଅ ବର୍ଷ ମଧ୍ୟରେ, ଜଷ୍ଟିସ୍ ବି.ଆର. ଗବାଇ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନ, ସିଭିଲ୍ ଆଇନ, ଫୌଜଦାରୀ ଆଇନ, ବାଣିଜ୍ୟିକ ବିବାଦ, ମଧ୍ୟସ୍ଥତା ଆଇନ, ବିଦ୍ୟୁତ୍ ଆଇନ, ଶିକ୍ଷା ମାମଲା, ପରିବେଶ ଆଇନ ଇତ୍ୟାଦି ବିଭିନ୍ନ ବିଷୟ ସହ ଜଡିତ ମାମଲାଗୁଡ଼ିକର ବିଚାର କରୁଥିବା ପ୍ରାୟ ୭ଶହ ଖଣ୍ଡପୀଠର ଅଂଶ ଥିଲେ।

Advertisment

ଅଧିକ ପଢନ୍ତୁ : କୁନିଝିଅକୁ ସାଙ୍ଗରେ ଧରି ଡେଲିଭରୀ କରୁଥିଲେ ଏଜେଣ୍ଟ, ଆଉ ତା'ପରେ...

Supreme Court CJI
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ