New Chief Justice of India
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଆଜି ଶପଥ ନେବେ ଜଷ୍ଟିସ ଭୂଷଣ ରାମକୃଷ୍ଣ ଗବାଇ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ। ଦେଶର ୫୨ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ ବି.ଆର. ଗବାଇ।
ଗତକାଲି ପ୍ରଧାନ ବିଚାରପତି ପଦରୁ ଅବସର ନେଇଥିଲେ ଜଷ୍ଟିସ୍ ସଞ୍ଜୀବ ଖାନ୍ନା। ପ୍ରଧାନ ବିଚାରପତି ଭାବରେ ଜଷ୍ଟିସ୍ ଗବାଇଙ୍କ କାର୍ଯ୍ୟକାଳ ପ୍ରାୟ ଛଅ ମାସ ହେବ ଏବଂ ୨୩ ନଭେମ୍ବର ୨୦୨୫ରେ ସେ ଅବସର ନେବେ। ୧୯୬୦ ମସିହା ନଭେମ୍ବର ୨୪ରେ ମହାରାଷ୍ଟ୍ରର ଅମରାବତୀରେ ତାଙ୍କ ଜନ୍ମ ହୋଇଥିଲା। ସେ ୧୬ ମାର୍ଚ୍ଚ ୧୯୮୫ ମସିହାରେ ଓକିଲାତି କରିବା ଆରମ୍ଭ କରିଥିଲେ। ୨୦୧୯ରେ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ପାଇଥିଲେ।
ଅଧିକ ପଢନ୍ତୁ : କୁନିଝିଅକୁ ସାଙ୍ଗରେ ଧରି ଡେଲିଭରୀ କରୁଥିଲେ ଏଜେଣ୍ଟ, ଆଉ ତା'ପରେ...
ଗତ ଛଅ ବର୍ଷ ମଧ୍ୟରେ, ଜଷ୍ଟିସ୍ ବି.ଆର. ଗବାଇ ସାମ୍ବିଧାନିକ ଏବଂ ପ୍ରଶାସନିକ ଆଇନ, ସିଭିଲ୍ ଆଇନ, ଫୌଜଦାରୀ ଆଇନ, ବାଣିଜ୍ୟିକ ବିବାଦ, ମଧ୍ୟସ୍ଥତା ଆଇନ, ବିଦ୍ୟୁତ୍ ଆଇନ, ଶିକ୍ଷା ମାମଲା, ପରିବେଶ ଆଇନ ଇତ୍ୟାଦି ବିଭିନ୍ନ ବିଷୟ ସହ ଜଡିତ ମାମଲାଗୁଡ଼ିକର ବିଚାର କରୁଥିବା ପ୍ରାୟ ୭ଶହ ଖଣ୍ଡପୀଠର ଅଂଶ ଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1747194192.jpg)