Advertisment

ଯୋଶୀମଠ ଅଞ୍ଚଳରେ ଦବି ଯାଉଛି ମାଟି, ଆତଙ୍କିତ ସହରବାସୀ

ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି।

author-image
Chandan Shishu
ଅଦ୍ୟତନ ହୋଇଛି
Joshimath sinking? Panic grips Uttarakhand town

Joshimath sinking? Panic grips Uttarakhand town

ଉତ୍ତରାଖଣ୍ଡର ଯୋଶୀମଠରେ ଭୂମି ଦବିବା ପରେ ଆତଙ୍କିତ ସହରବାସୀ। ଭୂମି ଦବିବା ଫଳରେ ଘରଗୁଡ଼ିକରେ ଫାଟ ଦେଖାଯିବା ପରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଏଯାଏଁ ୯ଟି ଅଞ୍ଚଳରେ ପାଖାପାଖି ଭୂମି ଦବି ଯାଇ ୫୬୧ଟି ଘର ଫାଟି ଆଁ କରିଛି। ଏଥିସହିତ ସ୍ଥାନେସ୍ଥାନେ ମାଟି ଫାଟି ପାଣି ବାହାରୁଥିବା ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବିଭାଗ କହିଛି। ଯେଉଁଥିପାଇଁ ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି।

Advertisment

ଭୂତଳ ପାଣି ବାହାରି ଏଭଳି ଅବସ୍ଥା ସୃଷ୍ଟି ହେଉଥିବା କୁହାଯାଉଛି। ଏଠାରେ ଅନେକ ସ୍ଥାନରେ ଭୂମି ଦବି ଯାଇ ପାଣି ବାହାରିବା ସହିତ କୋଠାରେ ଫାଟ ସୃଷ୍ଟି ହୋଇଛି। ଏହିସବୁ ଅସୁବିଧାକୁ ଦେଖି ଜୀବନ ବିପଦରେ ଥିବା ସ୍ଥାନୀୟ ଲୋକେ କହିଛନ୍ତି। ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପରେ ପର୍ଯ୍ୟଟନସ୍ଥଳୀ ଯୋଶୀମଠର ଅସ୍ତିତ୍ୱକୁ ନେଇ ଏବେ ସଙ୍କଟ ଦେଖା ଦେଇଛି ବୋଲି କିଛି ଲୋକେ କହୁଛନ୍ତି।

ସ୍ଥାନୀୟ ପ୍ରଶାସନର ସୂଚନା ଅନୁଯାୟୀ ଭୂମି ଦବିବା ଯୋଗୁଁ ସହରର ୫୭୬ ଘରର ୩ ହଜାରରୁ ଅଧିକ ବାସିନ୍ଦା ପ୍ରଭାବିତ ହୋଇଛନ୍ତି। ଫଟା ଘର ସବୁକୁ ମୁନିସିପାଲଟି ସବୁଦିଗରୁ ସର୍ଭେ କରୁଛି। ଅନେକ ଲୋକ ଭୟରେ ଘରଦ୍ୱାର ଛାଡ଼ି ଚାଲିଗଲେଣି। ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ହୋଟେଲକୁ ବନ୍ଦ କରି ଦିଆଯିବା ସହିତ ୩୮ଟି ପରିବାରକୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

Advertisment
Advertisment
Advertisment