• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ପରିସରର ବିଭିନ୍ନ ସ୍ଥାନରେ କାନ୍ଥରେ ବ୍ରାହ୍ମଣ ଏବଂ ବଣିଆଙ୍କ ବିରୋଧରେ ସ୍ଲୋଗାନ ଲେଖାକୁ ନେଇ ଦେଖାଦେଇଛି ବିବାଦ । JNU ର ସ୍କୁଲ୍ ଅଫ୍ ଇଣ୍ଟରନ୍ୟାସନାଲ୍ ଷ୍ଟଡିଜ୍ କାନ୍ଥରେ ବ୍ରାହ୍ମଣ ସମ୍ପ୍ରଦାୟ ବିରୁଦ୍ଧରେ ଆପତ୍ତିଜନକ ସ୍ଲୋଗାନ୍ ଲେଖାଯାଇଥିବା ଦେଖିବାକୁ ମିଳିଥିଲା । ବ୍ରାହ୍ମଣ ଭାରତ ଛାଡ଼, କ୍ୟାମ୍ପସ ଛାଡ଼, ରକ୍ତପାତ ହେବ ଆଦି ବିଭିନ୍ନ ସ୍ଲୋଗାନମାନ ଲେଖାଯାଇଥିଲା ।

ସ୍ଲୋଗାନ ଲେଖା ସହ ବିଲ୍ଡିଂକୁ ଭଙ୍ଗାରୁଜା କରାଯାଇଥିବା ମଧ୍ୟ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ଅଭିଯୋଗ କରିଛନ୍ତି । ଏହି ମାମଲାରେ ସୁପ୍ରିମକୋର୍ଟର ଓକିଲ ଭିନୀତ ଜିନ୍ଦଲ ଦିଲ୍ଲୀ ପୋଲିସ ନିକଟରେ ମାମଲା ଦାୟର କରିଛନ୍ତି । ଦିଲ୍ଲୀ ପୋଲିସ ଏହି ମାମଲାରେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କିରି ତଦନ୍ତ ଆରମ୍ଭ କରିଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବା ଏଭିବିପି ଏଭଳି କାମ ପାଇଁ ବାମପନ୍ଥୀ ଛାତ୍ର ସଙ୍ଗଠନକୁ ଦାୟୀ କରିଛି ।

ଘଟଣାକୁ ଗୁରୁତ୍ୱର ସହ ନେଇଛନ୍ତି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ । ଘଟଣାକୁ ନିନ୍ଦା କରି କ୍ୟାମ୍ପସ ଭିତରେ ଏଭଳି କାର୍ଯ୍ୟ ଗ୍ରହଣୀୟ ନିହେଁ ବୋଲି JNU ପକ୍ଷରୁ ବିବୃତ୍ତି ଜାରି କରାଯାଇଛି । ଏଭଳି କାମକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ବିବୃତିରେ କୁହାଯାଇଛି । ସେହିଭଳି ଘଟଣାର ତଦନ୍ତ କରି ଖୁବ ଶୀଘ୍ର ରିପୋର୍ଟ ଦେବକୁ JNU କୁଳପତି ନିର୍ଦ୍ଦେଶ ଦେଇଛନ୍ତି ।