• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ପୁଲୱାମା ଘଟଣାର ପୁଣି ହେବ ପୁନଃରାବୃତ୍ତି । ଖୁବ୍‌ଶୀଘ୍ର ଯବାନଙ୍କ ଉପରେ ହେବ ଆକ୍ରମଣ । ସୋସିଆଲ ମିଡିଆରେ ଏପରି ଏକ ପୋଷ୍ଟ କରି ଫସିଲେ ଜଣେ ଛାତ୍ର । ଝାଡ଼ଖଣ୍ଡର ଜଣେ ଛାତ୍ର ସୋସିଆଲ ମିଡିଆରେ ଏପରି ଏକ ଦେଶ ବିରୋଧୀ ପୋଷ୍ଟ କରିଥିବା ଦେଖିବାକୁ ମିଳିଥିଲା । ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତ ଛାତ୍ରକୁ ଗିରଫ କରିବାରେ ସଫଳ ହୋଇଛି ।

ଏପରି ଏକ ଘଟଣା ମଙ୍ଗଳବାର ଦିନ ସାମ୍ନାକୁ ଆସିଛି । ଜାମ୍ମୁ କାଶ୍ମୀରର ପୁଲୱାମାରେ ସୁରକ୍ଷା ବାହିନୀ ତିନି ଜଣଙ୍କୁ ଗିରଫ କରି ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଉଦ୍ଧାର କରିଛନ୍ତି । ସନ୍ଦିଗ୍ଧମାନଙ୍କୁ ସେନା ଏବଂ ପୋଲିସ ମିଳିତ ଭାବେ ପଚରାଉଚରା କରୁଛି । ସୋସିଆଲ ମିଡିଆରେ କରାଯାଇଥିବା ପୋଷ୍ଟକୁ ନେଇ ବର୍ତ୍ତମାନ ଜୋରଦାର ତଦନ୍ତ କରାଯାଉଛି ।

ସୂଚନା ଥାଉ କି, ୨୦୧୯ ମସିହା ଫେବ୍ରୁଆରୀ ୧୪ରେ ପୁଲୱାମାରେ ଆତଙ୍କବାଦୀ ହମ୍‌ଲା କରିଥିଲେ । ଆତଙ୍କବାଦୀ ଆକ୍ରମଣରେ ୪୦ଜଣ CRPF ଯବାନ ସହିଦ ହୋଇଥିଲେ । ଯବାନଙ୍କୁ ହରାଇ ସାରା ଦେଶ ଦୁଃଖରେ ଭାଙ୍ଗିପଡ଼ିଥିଲା । ୨୦୧୯ ଫେବ୍ରୁଆରୀ ୧୪ର ଏହି ଘଟଣା ସମସ୍ତଙ୍କୁ ଦୋହଲାଇଦେଥିଲା । ସେଦିନର ସେହି ଚିତ୍ର ଆଜି ବି ପ୍ରତ୍ୟେକଟି ନାଗରିକଙ୍କ ମନରୁ ଲିନଥିବା ବେଳେ ଏପରି ଧମକପୂର୍ଣ୍ଣ ପୋଷ୍ଟ ସମସ୍ତଙ୍କୁ ବିଚଳିତ କରିଛି ।

ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଏକ ସେନା ଗାଡ଼ି ଯବାନମାନଙ୍କୁ ନେଇ ଯାଉଥିବା ସବୟରେ ଏହି ଅଘଟଣ ଘଟାଇଥିଲେ ଆତଙ୍କବାଦୀ । ପରେ ଭାରତ ମଧ୍ୟ ତା’ର ସୁରକ୍ଷାକୁ ଆହୁରି ବଢ଼ାଇଦେଇଥିଲା । ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କରିଥିଲା । ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦ (ଜେଏମ) ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା ।