• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶସ୍ତା ହେବ ଇଭି ବା ବ୍ୟାଟେରୀ ଚାଳିତ ଗାଡ଼ି । ଶାସ୍ତା ନୁହେଁ ଅଧିକ ଶସ୍ତା ହେବ । କାରଣ ଏଣିକି ଆମ ଦେଶରୁ ହିଁ ବାହାରିବ ବ୍ୟାଟେରୀ ପାଇଁ ସବୁଠାରୁ ଅଧିକ ଆବଶ୍ୟକୀୟ ଲିଥିୟମ ପଦାର୍ଥ ।

ଗତ କିଛି ବର୍ଷ ହେବ ଦେଶରେ ବିଦ୍ୟୁତ ଚାଳିତ ଗାଡ଼ି ବା ଇଲେକ୍‌ଟ୍ରିକ୍‌ ଭେଇକିଲ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । ଏମିତିକି ଲୋକମାନେ କିଭଳି ଏହାକୁ ଅଧିକରୁ ଅଧିକ ବ୍ୟବହାର କରନ୍ତୁ ସେଥିପାଇଁ ସରକାର ଏହା ଉପରେ ଟିକସ ରିହାତି ମଧ୍ୟ ଘୋଷଣା କରିଛନ୍ତି । ଖାଲି ସେତିକି ନୁହେଁ ନିକଟ ଅତୀତରେ ଶେଷ ହୋଇଥିବା ବଜେଟ୍‌ ଅଧିବେଶନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଇଭି ଉପରୁ ଟ୍ୟାକ୍ସ ରିହାତି ନେଇ ମଧ୍ୟ ଘୋଷଣା କରିଛନ୍ତି । ଲୋକମାନେ ପେଟ୍ରୋଲ ବା ଡିଜେଲ ଗାଡ଼ି ବଦଳରେ ବ୍ୟାଟେରୀ ଚାଳିତ ଗାଡ଼ି ବ୍ୟବାହାର କରନ୍ତୁ, ଏହାଦ୍ୱାରା ପରିବେଶ ସନ୍ତୁଳନ ଠିକ୍ ରହିବ । ତେଣୁ ସରକାର ଇଭି ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ଆସୁଛି ବୈଦ୍ୟୁତିକ କାର୍; ଡ୍ରାଇଭିଂ ବେଳେ ରିଚାର୍ଜ ହେବ

ସରକାରଙ୍କ ଆଗ୍ରହକୁ ଦେଖି ବିଭିନ୍ନ ମୋଟର କମ୍ପାନୀ ଇଭି ପ୍ରସ୍ତୁତିକୁ ଗୁରୁତ୍ୱ ବି ଦେଇଛନ୍ତି । ତେବେ ବର୍ତ୍ତମାନ ସମୟରେ ଇଭିର ଦର ଉଚ୍ଚା ରହିଛି । କାରଣ ଏଥିରେ ବ୍ୟବହାର ହେଉଥିବା ମୁଖ୍ୟ ଜିନିଷ ବ୍ୟାଟେରୀର ଦର ଅଧିକ ରହୁଛି । ଆଉ ବ୍ୟାଟେରୀର ଦର ଅଧିକ ରହିବାର ମୁଖ୍ୟ କାରଣ ହେଉଛି ଲିଥିୟମକୁ ଦେଶ ବାହାରୁ ଆମଦାନୀ କରାଯାଉଛି । କିନ୍ତୁ ଏବେ ଏହା ଶସ୍ତା ହେବ । କାରଣ ଆଗକୁ ଆଉ ଲିଥିୟମ ଆମଦାନୀ କରାଯିବ ନାହିଁ । ଆମ ଦେଶରେ ହିଁ ବହୁ ପରିମାଣର ଲିଥିୟମ ଗଚ୍ଚିତ ଥିବା ଗବେଶଣାରୁ ଜଣାପଡ଼ିଛି ।

ପ୍ରାୟ ୫.୯ ମିଲିୟନ ଟନ୍‌ର ଲିଥିୟମ ଆମ ଦେଶରେ ଗଚ୍ଛିତ ଥିବା ନେଇ ଏବେ ସୁଦ୍ଧା ଗବେଷଣାରୁ ଜଣାପଡ଼ିଛି । ଏହି ଲିଥିୟମ ଜାମ୍ମୁ-କାଶ୍ମୀରର ରିଆସି ଜିଲ୍ଲାରେ ଠାବ କରାଯାଇଛି । ଏହି ଲିଥିୟମକୁ ବାହାର କରି ବ୍ୟବହାର କଲେ ଆମ ଦେଶରେ ପ୍ରସ୍ତୁତ କରୁଥିବା ଇଭି କମ୍ପାନୀମାନେ ଅଧିକରୁ ଅଧିକ ଉପକୃତ ହେବେ । ଏହାସହ ଲିଥିୟମରେ ପ୍ରସ୍ତୁତ ବ୍ୟାଟେରୀ ଦର କମିଲେ ଇଭିର ଦର ବି କମିବ । ଯାହାକି ପ୍ରତ୍ୟେକ୍ଷ ଭାବେ ଲୋକମାନେ ଉପକୃତ ହେବେ ।

ଗ୍ଲୋବାଲ ସର୍ଭେ ଅଫ୍‌ ଇଣ୍ଡିଆ ବା GSI ପକ୍ଷରୁ ସର୍ଭେ କରାଯାଇ ଜାମ୍ମୁ-କାଶ୍ମୀରରେ ଲିଥିୟମ ଗଚ୍ଛିତ ଥିବା ରିପୋର୍ଟ ପ୍ରକାଶ ପାଇଛି । ଏନେଇ ମାଇନ୍ସ ସେକ୍ରେଟେରୀ ବିବେକ ଭରଦ୍ୱାଜ୍ ସୂଚନା ଦେଇଛନ୍ତି ।