ଭାରତୀୟ ବାୟୁସେନାର ଫାଇଟର ଜେଟ୍ ଦୁର୍ଘଟଣାଗ୍ରସ୍ତ । ଗୁଜରାଟ ଜାମନଗରରେ ଫାଇଟର ଜେଟ୍ ଜାଗୁଆର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ଯୁଦ୍ଧ ବିମାନଟି ଧ୍ବଂସ ହୋଇଯାଇଛି । ବିମାନର ଖଣ୍ଡ ବିଖଣ୍ଡିତ ଅଂଶ ମିଳିଥିବା ବେଳେ ସେଥିରେ ନିଆଁ ଲାଗିଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ ବାୟୁସେନାର ଏହି ଫାଇଟର୍ ଜେଟ୍ ଦୁର୍ଘଟଣା ପରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଜାମନଗର ଏସପିଙ୍କ ସୂଚନା ଅନୁଯାୟୀ ଜାଗୁଆରର ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ଦୁଇ ଜଣ ପାଇଲଟ୍ ଥିଲେ । ଜଣଙ୍କୁ ଉଦ୍ଧାର ପରେ ମେଡିକାଲରେ ଭର୍ତ୍ତି କରାଯାଇଛି । ଅନ୍ୟ ଜଣଙ୍କୁ ଉଦ୍ଧାର ଲାଗି ସର୍ଚ୍ଚ ଅପରେସନ ଜାରି ରହିଛି ।
Also Read
ଅଧିକ ପଢ଼ନ୍ତୁ: ୱାକଫ୍ ସଂଶୋଧନ ବିଲ୍କୁ ନେଇ ସଂସଦରେ ଝଡ଼; କଣ ଏହି ବିଲ୍ ? ଜାଣନ୍ତୁ...
ତେବେ ଏହି ଫାଇଟର୍ ଜେଟ୍ ଦୁର୍ଘଟଣା ପରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳୁଛି କି ଜଣେ ପାଇଲଟ୍ ଆହତ ଅବସ୍ଥାରେ ତଳେ ପଡ଼ିଛନ୍ତି ଏବଂ ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଜମିଛି । ଏହା ସହିତ, ବିମାନର ଖଣ୍ଡଗୁଡ଼ିକ ଚାରିଆଡ଼େ ପଡ଼ିଛି ଏବଂ ସେସବୁରେ ନିଆଁ ଲାଗିଛି ।
ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପାଇଲଟଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲେ । ବାୟୁସେନାର ଉଚ୍ଚ ଅଧିକାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାର କାରଣ ଖୋଜିବା ଆରମ୍ଭ କରିଛନ୍ତି ।
ସୂଚନା ଅନୁସାରେ ଯେ ଗତ ମାସରେ ମଧ୍ୟ ହରିୟାଣାର ପଞ୍ଚକୁଲା ନିକଟରେ ସିଷ୍ଟମ ଖରାପ ଯୋଗୁଁ ମଧ୍ୟ ଆଉ ଏକ ଜାଗୁଆର ଫାଇଟର୍ ଜେଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତେବେ ପାଇଲଟ୍ ସୁରକ୍ଷିତ ଭାବରେ ବିମାନଟିକୁ ଜନବସତି ଅଞ୍ଚଳରୁ ଦୂରକୁ ନେଇଯାଇଥିଲେ ।