Advertisment

୩ ଘଣ୍ଟାରେ ପୋଲିସ କର୍ମଚାରୀଙ୍କ ସମେତ ୨ ଜଣଙ୍କୁ ହତ୍ୟା କଲେ ଆତଙ୍କୀ

ଜମ୍ମୁ-କଶ୍ମୀରରେ ଶୁକ୍ରବାର ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି। ଜଣେ ପୋଲିସ କର୍ମୀ ଏବଂ ବିହାରର ଜଣେ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗାଓର ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି।

author-image
Minati Mishra
ଅଦ୍ୟତନ ହୋଇଛି
Terrorist attack

Terrorist attack

ଶ୍ରୀନଗର:ଜମ୍ମୁ-କଶ୍ମୀରରେ ଶୁକ୍ରବାର ପୁଣି ଆତଙ୍କୀ ଆକ୍ରମଣ କରିଛନ୍ତି। ଜଣେ ପୋଲିସ କର୍ମୀ ଏବଂ ବିହାରର ଜଣେ ଶ୍ରମିକ ଆତଙ୍କବାଦୀଙ୍କ ଗୁଳିର ଶିକାର ହୋଇଛନ୍ତି। ଦକ୍ଷିଣ କାଶ୍ମୀରର କୁଲଗାଓର ଭିନ୍ନ ଭିନ୍ନ ସ୍ଥାନରେ ଏହି ଅଘଟଣ ଘଟିଛି। ଗୋଟିଏ ଦିନରେ ଦୁଇଟି ହତ୍ୟାକାଣ୍ଡ ପରେ ଏହି କେନ୍ଦ୍ର ଶାସିତ ପ୍ରଦେଶରେ ରାଜନୀତି ସରଗରମ ହୋଇଛି । ନାଶନାଲ କନ୍‌ଫରେନ୍ସ ଉପାଧ୍ୟକ୍ଷ ଉମର ଅବ୍‌ଦୁଲ୍ଲା ଟ୍ୱିଟ କରି ଘଟଣାର ନିନ୍ଦା କରିଛନ୍ତି। ପୋଲିସ ଏହି ଅଞ୍ଚଳରେ ତଲାସୀ ଅଭିଯାନ ଜୋରଦାର କରିଛି। 

Advertisment

ଆତଙ୍କୀମାନେ ଆଜି ସକାଳ ପ୍ରାୟ ୬ଟାବେଳେ କନ୍‌ଷ୍ଟେବଲ୍‌ ବଣ୍ଟୁ ଶର୍ମାଙ୍କୁ ଏହି ଜିଲ୍ଲାର ବାନପୋହ ଗ୍ରାମରେ ଗୁଳି କରି କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ମିଡିଆ ରିପୋର୍ଟ ଅନୁସାରେ, ବଣ୍ଟୁ ଶର୍ମାଙ୍କୁ ଗୁଳି କରିବା ପରେ ଆତଙ୍କୀମାନେ ଜଣେ ଶ୍ରମିକ ଶଙ୍କର କୁମାର ଚୌଧୁରୀଙ୍କୁ ନିହମା ଅଞ୍ଚଳରେ ହତ୍ୟା କରିଥିଲେ। ଶ୍ରମିକ ଜଣକ ବିହାରର କଟିହାର ଜିଲ୍ଲା ପ୍ରୀତିବିହାର ଗାଁର ବାସିନ୍ଦା।

Advertisment

 ମିଳିଥିବା ତଥ୍ୟ ଅନୁଯାୟୀ, ଶର୍ମାଙ୍କ ଉପରେ ଆକ୍ରମଣ ଏକ ସ୍କୁଲ ନିକଟରେ କରାଯାଇଥିଲା। ଏ ନେଇ ପୋଲିସ ଦୁଇଟି ଭିନ୍ନ ଭିନ୍ନ ମାମଲା ରୁଜୁ କରିଛି। ହତ୍ୟାକାରୀଙ୍କୁ ପୋଲିସ ଖୋଜୁଛି। କାଶ୍ମୀର ଜୋନ ପୋଲିସ ଟ୍ୱିଟ କରି କହିଛି, ପାକିସ୍ତାନରେ ଆତଙ୍କବାଦୀ ଏବଂ ତାଙ୍କର ମୁଖ୍ୟ ଆତଙ୍କୀ ସଂଗଠନର ମୁଖ୍ୟ କମାଣ୍ଡରଙ୍କ ମୃତ୍ୟୁ ଏବଂ ବିଚ୍ଛିନ୍ନତାବାଦୀ ନେତା ଗିଲାନୀଙ୍କ ମୃତ୍ୟୁ ପରେ ଏଠାରେ ଦେଖା ଦେଇଥିବା ଶାନ୍ତିପୂର୍ଣ୍ଣ ବାତାବରଣକୁ ନେଇ ଖୁସି ନାହାନ୍ତି। 

ସୂଚନାଥାଉ କି, ଶ୍ରୀନଗରରେ ଆତଙ୍କୀମାନେ ଜଣେ ୨୫ ବର୍ଷୀୟ ସବ୍‌-ଇନ୍ସପେକ୍ଟର ଅରଶଦ ଅହମ୍ମଦ ମୀରଙ୍କୁ ହତ୍ୟା କରିଥିଲେ। ୧୨ ସେପ୍ଟେମ୍ବରର ସିସିଟିଭି ଫୁଟେଜ୍‌ରୁ ଜଣାଯାଇଛି, ଆକ୍ରମଣକାରୀମାନେ ତାଙ୍କୁ ଅତି ନିକଟରୁ ଗୁଳି କରିଥିଲେ। 

ସୂଚନାଥାଉ କି, ଗତ କିଛି ଦିନ ତଳେ ବିଭିନ୍ନ ରାଜ୍ୟରୁ ଧରାପଡ଼ିଥିଲେ ୬ ଜଣ ଆତଙ୍କୀ। ବିଭିନ୍ନ ରାଜ୍ୟରେ ପାର୍ବଣ ଋତୁରେ ସିରିଜ୍ ବ୍ଲାଷ୍ଟ୍ ଘଟାଇବା କଥା ଏହି ଆତଙ୍କବାଦୀମାନଙ୍କ ପ୍ଲାନ ଥିଲା ବୋଲି କୁହାଯାଉଛି। କିନ୍ତୁ ଗୁଇନ୍ଦା ସଂସ୍ଥାର ତ୍ୱରିତ ପଦକ୍ଷେପ ଫଳରେ ଏହାକୁ ଏଡ଼ାଇ ଦିଆଯାଇପାରିଛି। ୩ ଦିନ ତଳେ ଦିଲ୍ଲୀ ପୋଲିସ ୬ ଜଣଙ୍କୁ ରିମାଣ୍ଡରେ ନେଇ ଖୋଳତାଡ଼ ଚଲାଇଥିବା ବେଳେ, ସେମାନଙ୍କ ପାକିସ୍ତାନ ଲିଙ୍କ୍ ଓ ଡି-ଗ୍ୟାଙ୍ଗ୍ ଲିଙ୍କ୍ ବି ସ୍ପଷ୍ଟ ହୋଇଛି।

Terrorist Attack Terrorist Attack In India
Advertisment
Advertisment