Advertisment

IT Return Deadline Extended: IT Return ତାରିଖ ଘୁଞ୍ଚିଲା, ଜାଣନ୍ତୁ କେବେ

ଆଗରୁ ୨୦୨୫-୨୬ ବର୍ଷ ପାଇଁ ଆୟକର ଦାଖଲର ଶେଷ ତାରିଖ ଥିଲା ୨୦୨୫ ଜୁଲାଇ ୩୧ । ସିବିଡିଟି ( Central Board Of Direct Taxes ) ପକ୍ଷରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୫ ତାରିଖ ବୋଲି ଘୋଷଣା କରାଯାଇଛି । ସିଷ୍ଟମ ଡେଭେଲପମେଣ୍ଟ ଓ ITR ଫର୍ମ ରିଭିଜନ୍ ଚାଲିଥିଲା ବେଳେ ଏହି ଘୋଷଣା କରାଯାଇଛି ।

author-image
Tapan Kumar Swain
ଅଦ୍ୟତନ ହୋଇଛି
IT Return

IT Return

ଆୟକର ଦାତାଙ୍କ ପାଇଁ ଖୁସି ଖବର । ତରତର ହେବାର ନାହିଁ । ଘୁଞ୍ଚିଲା ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ । ଆଗରୁ ୨୦୨୫-୨୬ ବର୍ଷ ପାଇଁ ଆୟକର ଦାଖଲର ଶେଷ ତାରିଖ ଥିଲା ୨୦୨୫ ଜୁଲାଇ ୩୧ । ସିବିଡିଟି ( Central Board Of Direct Taxes ) ପକ୍ଷରୁ ଆୟକର ରିଟର୍ଣ୍ଣ ଦାଖଲର ଶେଷ ତାରିଖ ସେପ୍ଟେମ୍ୱର ୧୫ ତାରିଖ ବୋଲି ଘୋଷଣା କରାଯାଇଛି । ସିଷ୍ଟମ ଡେଭେଲପମେଣ୍ଟ ଓ ITR ଫର୍ମ ରିଭିଜନ୍ ଚାଲିଥିଲା ବେଳେ ଏହି ଘୋଷଣା କରାଯାଇଛି । ଏହାଦ୍ୱାରା ଆୟକର ଦାତାମାନେ ସୁବିଧାରେ ଓ ଠିକଭାବେ ସେମାନଙ୍କ ରିଟର୍ଣ୍ଣ ଦାଖଲ କରିପାରିବେ ବୋଲି କୁହାଯାଇଛି ।

Advertisment

ଏହା ପରେ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରାଯିବ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି । ଏହି ତାରିଖ ଘୁଞ୍ଚିବା ପରେ ଆୟକର ଦାତାମାନଙ୍କୁ ଅଧିକ ସମୟ ମିଳିବ ।

୨୦୨୫-୨୬ ବର୍ଷ ପାଇଁ ଆୟକର ବିଭାଗ ପକ୍ଷରୁ ସମସ୍ତ ୭ ପ୍ରକାରର ITR ଫର୍ମ ପ୍ରକାଶ ପାଇଛି । ଫର୍ମ-୧ର ନାଁ ରହିଛି ସହଜ । ନିଜର ଘର ଥିବା, ଦରମା ବର୍ଷକୁ ୫୦ ଲକ୍ଷ ଭିତରେ ଥିବା ଓ ଅନ୍ୟାନ୍ୟ ସୂତ୍ରରୁ ଆୟ ଥିବା ଲୋକ ଏହି ଫର୍ମରେ ରିଟର୍ଣ୍ଣ ଦାଖଲ କରିବେ ।

Advertisment

ଯେଉଁ ବ୍ୟକ୍ତିବିଶେଷ ଓ ହିନ୍ଦୁ ଅନଡିଭାଇଡେଡ ଫାମିଲି ସଦସ୍ୟ କୌଣସି ପ୍ରଫେସନ କିମ୍ୱା ବ୍ୟବସାୟରୁ ଆୟ କରିନାହାନ୍ତି, କିନ୍ତୁ କ୍ୟାପିଟାଲ୍ ଗେନ୍ ଅଛି, ସେମାନେ ଫର୍ମ-୨ ରେ ଆୟକର ରିଟର୍ଣ୍ଣ ଦାଖଲ କରିବେ ।

ଅଧିକ ପଢ଼ନ୍ତୁ: ସରକାର ଆଣିବେ ବର୍ଷିକିଆ ଫାସଟାଗ୍ ପେମେଣ୍ଟ ବ୍ୟବସ୍ଥା, ରହିବ ଅନଲିମିଟେଡ୍ ଟ୍ରାଭେଲ୍ ଅଫର୍ !

ଯେଉଁମାନଙ୍କର ବ୍ୟବସାୟ କିମ୍ୱା ପ୍ରଫେସନରୁ ଆୟ ୫୦ ଲକ୍ଷରୁ ଅଧିକ କିନ୍ତୁ ୧ କୋଟି ମଧ୍ୟରେ, ସେମାନେ ଫର୍ମ-୩ ରେ ଆୟକର ରିଟର୍ଣ୍ଣ ଦାଖଲ କରିବେ ।

୫୦ ଲକ୍ଷ ଭିତରେ ଆୟ ଥିବା ବ୍ୟକ୍ତିବିଶେଷ ଓ ଫାର୍ମ ( ଏଲଏଲପି ବ୍ୟତୀତ ) ପାଇଁ ଫର୍ମ-୪ ରହିଛି । ଏହି ଫର୍ମର ନାଁ ରହିଛି ସୁଗମ। ୧.୨୫ ଲକ୍ଷ ଲଙ୍ଗଟର୍ମ କ୍ୟାପିଟାଲ ଗେନ୍ ପାଇଥିବା ବ୍ୟକ୍ତି ମଧ୍ୟ ଏହି ଫର୍ମ ଶ୍ରେଣୀଭୁକ୍ତ ହେବେ ।

ଫର୍ମ-୫ ଜରିଆରେ ଲିମିଟେଡ ଲାଏବିଲିଟି ପାର୍ଟନରଶିପ୍ ( LLP ), AOP ଓ ସମବାୟ ସମିତି ଆୟକର ଦାଖଲ କରିବେ । ବିଭିନ୍ନ କଂପାନି ଫର୍ମ-୬ରେ ରିଟର୍ଣ୍ଣ ଦାଖଲ କରିବେ । ସେହିପରି ବିଭିନ୍ନ ଟ୍ରଷ୍ଟ ଓ ଚାରିଟେବୁଲ୍ ସଂସ୍ଥା ଫର୍ମ-୭ ଜରିଆରେ ରିଟର୍ଣ୍ଣ ଦାଖଲ କରିବାର ବ୍ୟବସ୍ଥା ରହିଛି ।

ଅଧିକ ପଢ଼ନ୍ତୁ: 'ଆମେ ଶତ୍ରୁତା ଚାହୁଁନୁ, ଭାରତକୁ ‍କ୍ଷତି କଲେ ପ୍ରତିଶୋଧ ନେବୁ'

Income Tax Returns CBDT
Advertisment
Advertisment