Satellite
ଭାରତର ସ୍ଥଳ ସୀମା ଓ ଜଳ ସୀମା ଉପରେ ୨୪ ଘଣ୍ଟିଆ ନଜର ରଖିଛି ଇସ୍ରୋ । ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ କହିଛନ୍ତି ଯେ, ଭାରତର ସ୍ଥଳ ଓ ଜଳ ସୀମା ଉପରେ ଇସ୍ରୋର ୧୦ଟି ସାଟେଲାଇଟ ୨୪ ଘଣ୍ଟିଆ ନଜର ରଖିଛି । ସୀମା ନିକଟବର୍ତ୍ତୀ ଅଞ୍ଚଳରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସମ୍ବେଦନଶୀଳ ତଥ୍ୟ ଏବଂ କୌଣସି ସଙ୍ଗଠନର ସନ୍ଦେହମୂଳକ କାର୍ଯ୍ୟକଳାପ ବିଷୟରେ ତଥ୍ୟ ପ୍ରଦାନ କରୁଛନ୍ତି ଏହି ସାଟେଲାଇଟ ।
ମଣିପୁରର ଇମ୍ଫାଲରେ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟର ୫ମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ଅବସରରେ ଭାରତର ଉତ୍ତର ଅଞ୍ଚଳ ଏବଂ ୭୦୦୦ କିଲୋମିଟରର ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିଥିବା କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣନ୍ । ନାରାୟଣ ଆହୁରି ମଧ୍ୟ କହିଛନ୍ତି, ‘‘ଯଦି ଆମେ ଆମ ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିବାକୁ ଚାହିଁବା, ତାହାଲେ ଆମକୁ ନିରନ୍ତର ଭାବେ ଉତ୍ତର ଅଞ୍ଚଳ ଏବଂ ସାମୁଦ୍ରିକ ଅଞ୍ଚଳ ଉପରେ ନଜର ରଖିବାକୁ ପଡିବ । ଆମେ ସାଟେଲାଇଟ ଏବଂ ଡ୍ରୋନ ଟେକ୍ନୋଲୋଜି ବିନା ଦେଶକୁ ପୂର୍ଣ୍ଣ ସୁରକ୍ଷା ଦେଇ ପାରିବା ନାହିଁ । ବିଶେଷ କରି ବର୍ତ୍ତମାନର ପରିସ୍ଥିତି ସମୟରେ ସାଟେଲାଇଟ ଦ୍ୱାରା ଶତ୍ରୁ ପକ୍ଷର ଗତିବିଧି ଉପରେ ନଜର ରଖାଯାଇଛି । ପାକିସ୍ତାନ ସହ ଅନ୍ୟ ଶତ୍ରୁଙ୍କ ଉପରେ ମଧ୍ୟ ନଜର ରଖିଛି ଇସ୍ରୋ । ଦେଶର ସୁରକ୍ଷା ପାଇଁ ଅନବରତ କାମ କରୁଛି ସାଟେଲାଇଟ ।’’ ଇସ୍ରୋ ଅଧ୍ୟକ୍ଷ ଭି ନାରାୟଣ ଯୁବପିଢିଙ୍କୁ ମହାକାଶ ବିଜ୍ଞାନ ଓ ଟେକ୍ନୋଲୋଜି ରେ ଭାଗ ନେଇ ଦେଶର ପ୍ରଗତିରେ ସାମିଲ ହେବାକୁ ଅହ୍ୱାନ କରିଛନ୍ତି ।
ଅଧିକ ପଢ଼ନ୍ତୁ: ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ?
ସୂଚନା ଯୋଗ୍ୟ, ଭାରତ ଓ ପାକିସ୍ଥାନ ମଧ୍ୟରେ ଉତ୍ତେଜନା ସମୟରେ ଭାରତ ତାର ଆଡଭାନ୍ସଡ ଟେକ୍ନୋଲୋଜି ଓ ପ୍ରତିରକ୍ଷା ପ୍ରସ୍ତୁତି ଦ୍ୱାରା ଶତ୍ରୁ ପାକିସ୍ତାନକୁ ମାତ୍ ଦେଇଛି । ଅପରେସନ ସିନ୍ଦୂରରେ ଭାରତ ବ୍ୟବହାର କରିଥିବା ଡ୍ରୋନ ମିସାଇଲ ଓ ଏୟାର ଡିଫେନ୍ସ ସିଷ୍ଟମ କେତେ ଆଡଭାନ୍ସଡ ତାହା ପ୍ରତିଫଳିତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Satellite_1747031544.jpg)