/odishatv-khabar/media/post_attachments/uploadimage/library/16_9/16_9_0/JSW_plant__1727165511.jpg)
JSW plant
ଓଡ଼ିଶାରୁ ମହାରାଷ୍ଟ୍ର ଚାଲିଯିବ JSW ପ୍ଲାଣ୍ଟ ? ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି କମ୍ପାନୀ ? ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ନେଇ ଚର୍ଚ୍ଚା ଚାଲିଛି । ଓଡ଼ିଶାରେ ପ୍ରସ୍ତାବିତ ପ୍ଲାଣ୍ଟ ମହାରାଷ୍ଟ୍ର ଯିବା ନେଇ କିଛି ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ୭ ମାସ ତଳେ ଫେବ୍ରୁଆରୀ ୧୦ ତାରିଖରେ ତତ୍କାଳୀନ ବିଜେଡି ସରକାର ବେଳେ ଚୁକ୍ତି କରିଥିଲା JSW । ୪୦ ହଜାର କୋଟି ନିବେଶରେ ଓଡ଼ିଶାରେ ପ୍ଲାଣ୍ଟ ପାଇଁ ଚୁକ୍ତି କରିଥିଲା ।
ତେବେ ଚର୍ଚ୍ଚାକୁ ନେଇ JSW ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି । ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, JSW ସହ ଆଲୋଚନା ଚାଲିଛି। ନିର୍ଣ୍ଣୟ ଆସିଲେ ଜଣାପଡ଼ିବ । ସେମାନେ ଓଡ଼ିଶା ଛାଡ଼ିବା ସମ୍ପର୍କରେ ଚୁଡ଼ାନ୍ତ ହୋଇନି । ପୂର୍ବ ସରକାରରେ କ’ଣ ହୋଇଛି, ଆମେ କଥାବାର୍ତ୍ତା କରିବୁ । ସିଫ୍ଟ ହେବା ନେଇ ଫାଇନାଲ ହୋଇନି। ଆମକୁ କିଛି ସୂଚନା ମିଳିନି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।
#ଓଡ଼ିଶାରୁ_ମହାରାଷ୍ଟ୍ର_ଚାଲିଯିବ_JSW_ପ୍ଲାଣ୍ଟ?
ଓଡ଼ିଶାରେ ପ୍ରସ୍ତାବିତ ଇଭି ଓ ବ୍ୟାଟେରୀ ପ୍ରକଳ୍ପରୁ ଓହରିଲା କି JSW । ଓଡ଼ିଶାର ପ୍ରସ୍ତାବିତ ପ୍ଲାଣ୍ଟକୁ JSW ମହାରାଷ୍ଟ୍ରକୁ ନେଇଯିବା ଚର୍ଚ୍ଚା । #JSW#OTVpic.twitter.com/6tB5IPjxeX— ଓଟିଭି (@otvkhabar) September 24, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)