• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତର ସୂର୍ଯ୍ୟ ମିଶନ। ୧୭୮ ଦିନରେ ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ଏନେଇ ଇସ୍ରୋ ପକ୍ଷରୁ ସୋସିଆଲ ମିଡିଆରେ ସୂଚନା ଦିଆଯାଇଛି । ଗତବର୍ଷ ସେପ୍ଟେମ୍ବର ୨ରେ ଉତକ୍ଷେପଣ ପରେ ଗତ ଜାନୁଆରୀ ୬ ତାରିଖରେ ପ୍ରଥମ ଲାଗ୍ରାଞ୍ଜିଆନ ପଏଣ୍ଟରେ ପହଞ୍ଚିଥିଲା ଆଦିତ୍ୟ L1।

ପୃଥିବୀଠୁ ୧୫ ଲକ୍ଷ କିଲୋମିଟର ଦୂରରେ ଏହାକୁ ଏକ ହାଲୋ ଅର୍ବିଟରେ ଅବସ୍ଥାପିତ କରାଯାଇଥିଲା । ଏଭିତରେ ସୂର୍ଯ୍ୟ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟ ଓ ଫଟୋ ଇସ୍ରୋକୁ ପଠାଇସାରିଛି ଭାରତର ଏହି ସୋଲାର୍ ଅବଜର୍ଭେଟୋରି। ତେବେ ଏହାକୁ ନିଜ ଗତିପଥରେ ବଜାୟ ରଖିବା ପାଇଁ ଫେବୃଆରୀ ୨୨ ଓ ଜୁନ୍ ୭ ପରେ ଆଜି ତୃତୀୟ ଷ୍ଟେସନ କିପିଂ ମାନ୍ୟୁଭର କରାଯାଇଛି। ସଫଳତାର ସହ ଆଦିତ୍ୟ L1କୁ ଦ୍ବିତୀୟ ଅର୍ବିଟରେ ଅବସ୍ଥାପିତ କରିଛି ଇସ୍ରୋ ।

ସୂଚନା ଯୋଗ୍ୟ ଯେ, ସୂର୍ଯ୍ୟର ବିଭିନ୍ନ ସ୍ତର ଫଟୋସ୍ଫିୟର, କ୍ରୋମୋସ୍ଫିୟର ଓ କରୋନା ସଂପର୍କିତ ତଥ୍ୟ ସଂଗ୍ରହ କରୁଥିବା ଆଦିତ୍ୟ L1 ଆଗାମୀ ୫ ବର୍ଷ ପାଇଁ ନିରନ୍ତର କାର୍ଯ୍ୟ କରିବ ବୋଲି ଯୋଜନା ରହିଛି ।

 

OTV is now on Whatsapp

Join and get latest news update delivered to you via whatsapp

Join Now