• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଗୋଟିଏ ପଟେ ପୂରା ଦେଶ ଖୁସି ମନାଉଥିଲା । ସାରା ବିଶ୍ୱ ISROର ଜୟ ଜୟ କାର କରୁଥିଲେ । ISRO ପାଇଁ ସେହି ଦିନ ଥିଲା ଗର୍ବ ଆଉ ଗୌରବର ଦିନ । କାରଣ ISRO ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଥିଲା । ଯେତେବେଳେ ISRO ଗର୍ବରେ ଫାଟି ପଡ଼ୁଥିଲା, ପୂରା ଦେଶ ଯାହା ପାଇଁ ଗର୍ବ କରୁଥିଲା, ଠିକ୍‌ ସେତିକି ବେଳେ ଆସିଲା ଦୁଃଖଦ ଖବର । ଆଉ ତାହା ଥିଲା ISRO ମୁଖ୍ୟଙ୍କୁ କ୍ୟାନ୍‌ସର

କ୍ୟାନ୍‌ସର ଆକ୍ରାନ୍ତ ହୋଇଥିବା ଖବର ପାଇବା ପରେ ISRO ମୁଖ୍ୟ ସୋମନାଥନ ବିଚଳିତ ହୋଇପଡ଼ିଥିଲେ । କ’ଣ କରିବେ କିଛି ବୁଝିପାରିନଥିଲେ । ଛାତିରେ ଛାତିଏ କୋହ ଉଠିଥିଲା । ହେଲେ ସେଭଳି ପରିସ୍ଥିତିରେ ନିଜକୁ ସମ୍ଭାଳି ନେଇଥିଲେ ସୋମନାଥ । ଆଉ ସବୁଠାରୁ ବଡ଼ କଥା ହେଲା, କାହାରିକୁ ଏହାର ସୁରାକ୍‌ ପାଇବାର ସୁଯୋଗ ବି ଦେଇନଥିଲେ । ଛାତିରେ ଛାତିଏ କୋହ ରଖି ଓଠରେ ହସ ଫୁଟାଇ ନିଜ କର୍ମ କରି ଚାଲିଥିଲେ ।

ହେଲେ ଏବେ ଏକଥା ସାମ୍ନାକୁ ଆସିଛି । ଆଉ ଏହାକୁ ଖୋଦ୍‌ ISRO ମୁଖ୍ୟ ସୋମନାଥ କହିଛନ୍ତି । ଏକ ସାକ୍ଷାତକାରରେ ସେ ଏହି ଘଟଣା ସମ୍ପର୍କରେ ବଖାଣିଛନ୍ତି । ISRO ପକ୍ଷରୁ ସଫଳତାର ସହ ଆଦିତ୍ୟ L1 ଲଞ୍ଚ କରାଯିବା ଦିନ, ସୋମନାଥଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ରିପୋର୍ଟ ଆସିଥିଲା, ଆଉ ସେଥିରେ ଦର୍ଶାଯାଇଥିଲା ସେ କ୍ୟାନ୍‌ସରରେ ପୀଡ଼ିତ । ଏକଥା ଜାଣିବା ପରେ ସୋମନାଥ ଏବଂ ତାଙ୍କ ପୂରା ପରିବାର ଭାଙ୍ଗିପଡ଼ିଥିଲା । ପ୍ରଥମେ ଏକଥା ସେ କାହାରିକୁ ଜଣାଇ ଦୁଃଖିତ କରିବାକୁ ଚାହିଁନଥିଲେ । କିନ୍ତୁ ପରେ ଧିରେ ଧିରେ ତାଙ୍କ ସହକର୍ମୀମାନେ ଏହା ଜାଣିଥିଲେ ।

ଚନ୍ଦ୍ରୟାନ୍‌ ୩ ଲଞ୍ଚ ବେଳେ ସୋମନାଥ ସାମନ୍ୟ ଅସୁସ୍ଥ ହୋଇଥିଲେ । କିନ୍ତୁ ସେତେବେଳେ ତାକୁ ସେ ହାଲୁକା ଭାବେ ଗ୍ରହଣ କରିଥିଲେ । ତାଙ୍କ ଦେହରେ ବଢ଼ୁଥିବା କ୍ୟାନ୍‌ସର ସେତେବେଳେ ଧରାପଡ଼ିନଥିଲା । କିନ୍ତୁ ଆଦିତ୍ୟ L1 ଲଞ୍ଚ ପୂର୍ବରୁ ସୋମନାଥ ଅଧିକ ଅସୁସ୍ଥ ହେବାରୁ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ଯାହାର ରିପୋର୍ଟ ଠିକ୍‌ ସେହିଦିନ ଆସିଥିଲା, ଯେଉଁଦିନ ତାହା ଲଞ୍ଚ ହୋଇଥିଲା ।

ସେହି ଖବର ପରିବାର ଲୋକଙ୍କୁ ଯେତିକି ଦୁଃଖ ଦେଇଥିଲା, ସେତିକି ଦୁଃଖ ତାଙ୍କ ସହ ଏହି ମିଶନରେ କାମ କରୁଥିବା ସହକର୍ମୀଙ୍କୁ ବି ଲାଗିଥିଲା । ସମସ୍ତଙ୍କ ପାଇଁ ଏହା ଏକ ପ୍ରକାର ଚ୍ୟାଲେଞ୍ଜ ପାଲଟିଥିଲା । ଏବେ ସୋମାନଥ ନିୟମିତ ଭାବେ କେମୋ ଥେରାପୀ ଦେଇ ଗତି କରୁଛନ୍ତି । ଅନ୍ୟପଟେ ଏବେ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି । କ୍ୟାନ୍‌ସରକୁ ମାତ୍‌ ଦେବାରେ ସେ ସଫଳ ହେଉଛନ୍ତି । ଆଉ ଏହା କେବଳ ତାଙ୍କର ଦୃଢ଼ ମନୋବଳ ପାଇଁ ହୋଇପାରୁଛି ବୋଲି ତାଙ୍କ ପରିବାର ଲୋକ କହିଛନ୍ତି । 

ତେବେ ସୋମାନଥ ନିଜକୁ ସୁସ୍ଥ ଅନୁଭବ କରୁଥିବାରୁ ଏହାର ସମସ୍ତ ଶ୍ରେୟ ଡାକ୍ତର ଏବଂ ତାଙ୍କର ଚିକିତ୍ସାକୁ ଦେଇଛନ୍ତି । ସେ ମାତ୍ର ୪ ଦିନ ହସ୍ପିଟାଲରେ ରହିବା ପରେ ପଞ୍ଚମ ଦିନ କର୍ମ କ୍ଷେତ୍ରରେ ଯୋଗ ଦେଇଥିଲେ । ଏବେ ବି ସେ ଚିକିତ୍ସା ଅଧିନରେ ଅଛନ୍ତି ଏବଂ କର୍ମକ୍ଷେତ୍ରକୁ ଯାଇ ନିଜ ଦାୟିତ୍ୱ ବି ତୁଲାଉଛନ୍ତି ।