Advertisment

ଅନୁପ୍ରବେଶ ବେଳେ ଆତଙ୍କବାଦୀଙ୍କୁ ଧରାପକାଇ ଦେଲା ସେନାର ସର୍ଭେଲାନ୍ସ ସିଷ୍ଟମ, ସାମ୍ନାକୁ ଆସିଲା ଭିଜୁଆଲ୍‌

ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍‌କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରfତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Infiltration attempt foiled along Line of Control in Uri, 3 terrorists killed

Infiltration attempt foiled along Line of Control in Uri, 3 terrorists killed

ଜମ୍ମୁ-କାଶ୍ମୀରରେ ଅନୁପ୍ରବେଶ ବେଳେ ୩ ଜଣ ଆତଙ୍କବାଦୀ ସୁରକ୍ଷାକର୍ମୀ ନିପାତ କରିଛନ୍ତି। ଉରି ସେକ୍ଟରରେ ୩ ପାକିସ୍ତାନୀ ଆତଙ୍କବାଦୀ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ସେନାର ସର୍ଭେଲାନ୍ସ ସିଷ୍ଟମରେ ଧରାପଡ଼ିଥିଲେ। ସେନାର ଏହି ଅତ୍ୟାଧୁନିକ ଇଲେକ୍ଟ୍ରୋନିକ ସର୍ଭେଲାନ୍ସ ଗେଜେଟ୍ ଦ୍ୱାରା ୩ ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ଧରାପଡ଼ିଥିଲା। ଏହାପରେ ତୁରନ୍ତ ଆକ୍ସନ ନେଇଥିଲା ସେନା। ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀ ନିପାତ କରିଥିଲେ।

Advertisment

ଆତଙ୍କବାଦୀଙ୍କ ଅନୁପ୍ରବେଶ ବେଳର ଭିଜୁଆଲ୍‌କୁ ଭାରତୀୟ ସେନା ସାର୍ବଜନୀନ କରିଛି। ପାକିସ୍ତାନ କିଭଳି ଅସ୍ଥିରତା ସୃଷ୍ଟି ପାଇଁ ଉଦ୍ୟମ କରୁଛି ତାହା ଏଥିରୁ ସ୍ପଷ୍ଟ ହେଉଛି। ଅନ୍ୟପକ୍ଷେ, ଗତ ୨୧ ତାରିଖରେ ଅନୁପ୍ରବେଶ ବେଳେ ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଭାରତୀୟ ସେନା ଧରିଥିଲା। କିଭଳି ଭାବେ ପାକିସ୍ତାନ ଆର୍ମି ତାକୁ ଟଙ୍କା ଦେଇ ଭାରତରେ ଆକ୍ରମଣ କରିବାକୁ ପଠାଇଥିଲା ତାହା କ୍ୟାମେରା ଆଗରେ ଧରାପଡ଼ିଥିବା ଆତଙ୍କବାଦୀ କହିଥିଲା।

ମୋତେ ପଠାଇଥିଲା ପାକିସ୍ତାନ ସେନା। ଏଥିପାଇଁ ମୋତ ଟଙ୍କା ମଧ୍ୟ ମିଳିଥିଲା।’ ନିଜ ସୁଇସାଇଡ୍ ମିଶନ ସମ୍ପର୍କରେ କ୍ୟାମେରା ଆଗରେ ଏଭଳି କିଛି କହିଥିଲା ଧରାପଡ଼ିଥିବା ଜଣେ ଆତଙ୍କବାଦୀ। ‘ମୋତେ ୩୦ ହଜାର ଟଙ୍କା(ପାକିସ୍ତାନୀ ମୁଦ୍ରା) ଦେଇ ଭାରତୀୟ ସେନାକୁ ଟାର୍ଗେଟ୍ କରିବାକୁ ପାକିସ୍ତାନର କର୍ଣ୍ଣେଲ ଚୌଧୁରୀ ୟୁନୁସ୍ ପଠାଇଥିଲେ। ପାକ୍ ଅଧିକୃତ କାଶ୍ମୀରରୁ ଆସିଥିବା ଆତଙ୍କବାଦୀ ତବ୍ରକ୍ ହୁସେନ୍‌ ଭାରତୀୟ ସେନା ହାତରେ ଧରାପଡ଼ିବା ପରେ ଏମିତି ସତ ଓଗାଳିଥିଲା। 

Advertisment
Jammu And Kashmir Terrorist Attack Terror Attack
Advertisment
Advertisment