Advertisment

IndiGo-Turkish Airlines Deal: ଭାରତ ଦେଲା ବଡ଼ ଝଟକା; ତୁର୍କୀ ସହ ଚୁକ୍ତି ସମାପ୍ତି ପାଇଁ ଇଣ୍ଡିଗୋକୁ ଡେଡଲାଇନ୍

ତୁର୍କୀ ଏୟାରଲାଇନ୍ସ ଠାରୁ ୨ଟି ବୋଇଂ-777 ବିମାନ ଲିଜରେ ଆଣି ଚଳାଉଥିବା ଇଣ୍ଡିଗୋକୁ ଅଗଷ୍ଟ ୩୧ ସୁଦ୍ଧା ଚୁକ୍ତି ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି।

ଅଦ୍ୟତନ ହୋଇଛି
IndiGo

IndiGo

Advertisment

ଅପରେସନ ସିନ୍ଦୂର ବେଳେ ପାକିସ୍ତାନକୁ ଅସ୍ତ୍ର ଯୋଗାଇଥିବା ଧୋକାବାଜ୍ ତୁର୍କୀ ଉପରେ ବଡ ଧରଣର ଆକ୍ସନ ନେଇଛି ଭାରତ। ଅଗଷ୍ଟ ୩୧ ସୁଦ୍ଧା ତୁର୍କୀ ଏୟାରଲାଇନ୍ସ ସହ ଚୁକ୍ତି ସମାପ୍ତ କରିବା ପାଇଁ ଇଣ୍ଡିଗୋକୁ ଚୂଡ଼ାନ୍ତ ଡେଡଲାଇନ୍ ଦେଇଛନ୍ତି କେନ୍ଦ୍ର ସରକାର। ତୁର୍କୀ ଏୟାରଲାଇନ୍ସ ଠାରୁ ୨ଟି ବୋଇଂ-777 ବିମାନ ଲିଜରେ ଆଣି ଚଳାଉଛି ଇଣ୍ଡିଗୋ।

Advertisment

ଏହି ଚୁକ୍ତିକୁ ମଇ ୩୧ ସୁଦ୍ଧା ସମାପ୍ତ କରିବା ପାଇଁ ଇଣ୍ଡିଗୋକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲା ଡିଜିସିଏ। କିନ୍ତୁ ଇଣ୍ଡିଗୋ ଏଥିପାଇଁ ଆହୁରି ୬ ମାସ ମହଲତ ମାଗିଥିଲା। ଯାହା ପରେ, ଡିଜିସିଏ ପକ୍ଷରୁ ଶେଷ ଥର ପାଇଁ ଡେଡଲାଇନକୁ ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅଗଷ୍ଟ ୩୧ ସୁଦ୍ଧା ଲିଜ୍ ଏଗ୍ରିମେଣ୍ଟ ସମାପ୍ତ ନ କଲେ, ଆଉ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଅବଧି ସଂପ୍ରସାରଣ କରାଯିବ ନାହିଁ ବୋଲି ଇଣ୍ଡିଗୋକୁ ଚେତାବନୀ ଦିଆଯାଇଛି। ଯାତ୍ରୀଙ୍କୁ କୌଣସି ପ୍ରକାର ବାଧା ନ ଉପୁଜିବା ପାଇଁ ଏପରି ନିଷ୍ପତି ନେଇଥିବା ଡିଜିସିଏ କହିଛି।

ଅଧିକ ପଢନ୍ତୁ:  ଆସନ୍ତାକାଲି ସୁରକ୍ଷା ମକଡ୍ରିଲ୍, ଅପରାହ୍ନ ୪ଟାରେ ବାଜିବ ଯୁଦ୍ଧ ସାଇରନ୍

Advertisment

ସୂଚନା ଯୋଗ୍ୟ ଯେ, ତୁର୍କୀଠାରୁ ଲିଗରେ ନେଇ ୨୦୨୩ରୁ ଭାରତ ଦିଲ୍ଲୀରୁ ଇସ୍ତାନବୁଲ ଏବଂ ମୁମ୍ବାଇରୁ ଇସ୍ତାନବୁଲକୁ ସିଧାସଳଖ ବିମାନସେବା ଯୋଗାଉଛି। ତୁର୍କୀ ମଧ୍ୟ ସମାନ ରୁଟରେ ବିମାନସେବା ଯୋଗାଏ। କିଛି ସପ୍ତାହ ତଳେ ତୁର୍କୀ ଲିଙ୍କ୍ ଥିବା କଂପାନୀ ସେଲେବି ଏଭିଏସନ୍ ଠାରୁ ସିକ୍ୟୁରିଟି କ୍ଲିଅରାନ୍ସ ମଧ୍ୟ ପ୍ରତ୍ୟାହାର କରିଥିଲେ କେନ୍ଦ୍ର ସରକାର।

ଦିଲ୍ଲୀ ସମେତ ଦେଶର ୯ଟି ପ୍ରମୁଖ ଏୟାରପୋର୍ଟରେ ସେବା ଯୋଗାଉଥିଲା ଏହି ସଂସ୍ଥା। ଗତ ମଇ ୭ ତାରିଖରେ ଭାରତ କରିଥିବା ଅପରେସନ ସିନ୍ଦୂରରେ ପାକିସ୍ତାନକୁ ସମର୍ଥନ କରି ଭାରତ ଉପରେ ଆକ୍ରମଣ ପାଇଁ ଡ୍ରୋନ ଯୋଗାଇଥିଲା ତୁର୍କୀ। ଏହାର ପ୍ରତି ଜବାବରେ ଭାରତ ତୁର୍କୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛି।

Advertisment

ଅଧିକ ପଢନ୍ତୁ : ବଦଳିବ ଗୋଲ୍‌ଡ ଲୋନ ନିୟମ, କ୍ଷୁଦ୍ର ଗ୍ରାହକଙ୍କୁ ମିଳିପାରେ ଆଶ୍ୱସ୍ତି

DGCA IndiGo Airlines Turkish Airlines
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ