/odishatv-khabar/media/post_attachments/uploadimage/library/16_9/16_9_0/IMAGE_1698757579.jpg)
Indians can visit Thailand
ଥାଇଲାଣ୍ଡ ଯିବା ପାଇଁ ଭାରତୀୟଙ୍କୁ ଦରକାର ନାହିଁ ଭିସା । ପର୍ଯ୍ୟଟନ ଅନୁଯାୟୀ ଭାରତୀୟମାନେ ନଭେମ୍ବର ୧୦, ୨୦୧୩ରୁ ୧୦ ମେ’ ୨୦୧୪ ପର୍ଯ୍ୟନ୍ତ ଭିସା ବିନା ଥାଇଲ୍ୟାଣ୍ଡ ପରିଦର୍ଶନ କରିପାରିବେ ଏବଂ ସେଠାରେ ୩୦ ଦିନ ପର୍ଯ୍ୟନ୍ତ ରହିପାରିବେ ବୋଲି ସୂଚନା ଦିଆଯାଇଛି ।
ଥାଇଲାଣ୍ଡ ସରକାରଙ୍କ ପକ୍ଷରୁ ଏହି ଘୋଷଣା କରାଯାଇଛି । ବିନା ଭିସାରେ ଭାରତୀୟମାନେ ଥାଇଲାଣ୍ଡରେ ୩୦ ଦିନ ରହିପାରିବେ । ଅଧିକରୁ ଅଧିକ ଭାରତୀୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଥାଇଲାଣ୍ଡ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏ ବର୍ଷ ଜାନୁଆରୀରୁ ଅକ୍ଟୋବର ମଧ୍ୟରେ ଥାଇଲାଣ୍ଡକୁ ଯାଇଛନ୍ତି ୨ କୋଟି ୨୦ ଲକ୍ଷ ପର୍ଯ୍ୟଟକ ।
ଏହା ଦ୍ୱାରା ରୋଜଗାର ହୋଇଛି ପ୍ରାୟ ୨୬ ଶହ କୋଟି ଡଲାର । ଥାଇଲାଣ୍ଡ ବୁଲିବାକୁ ଯାଉଥିବା ପର୍ଯ୍ୟଟକଙ୍କ ସଂଖ୍ୟା ଦେଖିଲେ ଭାରତର ସ୍ଥାନ ଚତୁର୍ଥ । ବର୍ଷକୁ ପ୍ରାୟ ୧୦ ଲକ୍ଷ ୨୦ ହଜାରରୁ ଅଧିକ ଭାରତୀୟ ଥାଇଲାଣ୍ଡ ବୁଲିବାକୁ ଯାଇଥାନ୍ତି । ଥାଇଲାଣ୍ଡର ଟାର୍ଗେଟ ହେଉଛି ଏ ବର୍ଷ ୨ କୋଟି ୮୦ ଲକ୍ଷ ପର୍ଯ୍ୟଟକ ଆସନ୍ତୁ ।
ଭାରତୀୟ ସରକାରୀ ତଥ୍ୟରେ ଦର୍ଶାଯାଇଛି ଯେ, ବିଦେଶ ଯାତ୍ରା କରୁଥିବା ଭାରତୀୟଙ୍କ ସଂଖ୍ୟା କ୍ରମାଗତ ଭାବରେ ୨୦୧୧ରେ ୧.୪ କୋଟିରୁ ବୃଦ୍ଧି ପାଇ ୨୦୧୯ରେ ୨.୭ କୋଟିରେ ପହଞ୍ଚିଛି । ତା’ପରେ ଦୁଇ ବର୍ଷର ମହାମାରୀ ବର୍ଷର ଯାତ୍ରା ପ୍ରତିବନ୍ଧକ ଏବଂ ବନ୍ଦ ଆଦେଶ ପରେ ଏହା ପୁଣି ୨୦୨୨ରେ ୨.୧କୋଟିରେ ପହଞ୍ଚିଛି । ସେହିପରି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରଣାଳୟର ଗତବର୍ଷର ଭାତୀୟଙ୍କ ଗସ୍ତର ସୂଚନା ଦେଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)